ପ୍ରମୂଖ ଖବର
  • ଜାମ୍ମୁ-କାଶ୍ମୀରରେ ଏନକାଉଣ୍ଟର, ୩ ଯବାନ ଆହତ , ଜଣେ ଆତଙ୍କୀ ନିପାତ
  • ||
  • ମୁମ୍ବାଇରେ ଭୁଶୁଡିଲା ତିନି ମହଲା କୋଠା, ଏକାଧିକ ଆହତ
  • ||
  • ନୂଆଦିଲ୍ଲୀରେ ବସିବ ନୀତି ଆୟୋଗ ବୈଠକ, ଅଧ୍ୟକ୍ଷତା କରିବେ ପ୍ରଧାନମନ୍ତ୍ରୀ
  • ||
  • କିଏ ନେବ ରାଜ୍ୟ କଂଗ୍ରେସ ନେତୃତ୍ୱ ? ଦିଲ୍ଲୀ ଦରବାରରେ ଛାମୁଆ ନେତା, ଚର୍ଚ୍ଚାରେ ତାରା, ମୋକିମ, ପ୍ରସାଦ ଓ ସପ୍ତଗିରି
  • ||
  • ଶନିବାରଠୁ ଶ୍ରୀଲଙ୍କା-ଭାରତ ଟି-ଟ୍ୱେଣ୍ଟି ସିରିଜ୍,ପାଲିକେଲେରେ ଖେଳାଯିବ ପ୍ରଥମ ମୁକାବିଲା
  • ||
  • ଶନିବାର ନୀତି ଆୟୋଗ ସାଧାରଣ ପରିଷଦ ବୈଠକ, ଦିଲ୍ଲୀରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
  • ||
  • ଲଘୁଚାପ ସକ୍ରିୟ: ଆସନ୍ତା ୪ ଦିନ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ସତର୍କ କରାଇଲେ ଏସ୍‌ଆରସି
  • ||

ଟି-ଟ୍ୱେଣ୍ଟି ବିଶ୍ୱକପ୍‌ ୨୦୨୪: ନାମିବିୟା ଦଳରୁ ଲଫ୍ଟି-ଇଟନ ବାଦ୍‌, ସ୍କ୍ୱାର୍ଡର ନେତୃତ୍ବ ନେବେ ଗେରାଲ୍ଡ ଏରାସ୍‌ମସ୍‌

ଦୁବାଇ,୧୨/୦୫:  ଆଗାମୀ ଟି-ଟ୍ୱେଣ୍ଟି ବିଶ୍ୱକପ୍‌ ପାଇଁ ନାମିବିୟା ଦଳ ଘୋଷଣା କରାଯାଇଛି । ଦଳର ଷ୍ଟାର୍‌ ବ୍ୟାଟର ତଥା ଅନ୍ତର୍ଜାତୀୟ ଟି-ଟ୍ୱେଣ୍ଟିରେ ଦ୍ରୁତତମ ଶତକ ରେକର୍ଡ଼ ସ୍ଥାନ କରିଥିବା ଜାନ ନିକୋଲ ଲଫ୍ଟି-ଇଟନ ବାଦ୍‌ ପଡ଼ିଛନ୍ତି । ବିଶୃଙ୍ଖଳିତ ବ୍ୟବହାର ପାଇଁ ତାଙ୍କୁ ଦଳରୁ ବାଦ୍‌ ଦିଆଯାଇଥିବା କ୍ରିକେଟ୍‌ ନାମିବିୟା ପକ୍ଷରୁ କୁହାଯାଇଛି । 

ସେ ଗତ  ଫେବ୍ରୁଆରୀ ମାସ ନେପାଳ ବିପକ୍ଷ ଏକ ମ୍ୟାଚ୍‌ରେ ମାତ୍ର ୩୩ଟି ବଲ୍‌ରୁ ଶତକ ଅର୍ଜନ କରିଥିଲେ । ଅଭିଜ୍ଞ ଗେରାଲ୍ଡ ଏରାସମସ୍‌ଙ୍କୁ ନେତୃତ୍ୱ  ଦାୟିତ୍ୱ ପ୍ରଦାନ କରାଯାଇଛି । ସେହିପରି ପୂର୍ବତନ ଦକ୍ଷିଣ  ଆଫ୍ରିକା ଅଲରାଉଣ୍ଡ୍‌ର ଡେଭିଡ୍‌ ୱିସ୍‌ ସ୍ଥାନ ବଜାୟ ରଖିଛନ୍ତି । ନାମିବିୟା ଦଳ ଗ୍ରୁପ୍‌-ବି’ରେ ଅଷ୍ଟ୍ରେଲିଆ, ଇଂଲଣ୍ଡ, ସ୍କଟଲାଣ୍ଡ, ଓମାନ ସହ ସ୍ଥାନ ପାଇଛି । ଆଗାମୀ ଜୁନ ୩ତାରିଖରେ ଦଳ ଓମାନ ବିପକ୍ଷରେ ଅଭିଯାନ ଆରମ୍ଭ କରିବ ।

ନାମିବିୟା ଦଳ: ଗେରାଲ୍ଡ  ଏରାସ୍‌ମସ୍‌ (ଅଧିନାୟକ),  ଜାନ ଗ୍ରୀନ, ମାଇକେଲ ଭାନ୍‌  ଲିଙ୍ଗେନ, ଡାୟଲନ ଲିଚର, ରୁବେନ  ଟ୍ରମ୍ପେଲମାନ, ଜ୍ୟାକ ବ୍ରାସେଲ, ବେନ୍‌  ଶିକୋଙ୍ଗୋ, ଟାଙ୍ଗେନି ଲୁଙ୍ଗାମେନି,  ନିକୋ ଡେଭିନ୍‌, ଜେଜେ ସ୍ମିଟ୍‌,  ଜାନ୍‌ ଫ୍ରାଏଲିଙ୍କ୍‌, ଜେପି କୋଜ୍‌,  ଡେଭିଡ୍‌ ୱିସ୍‌, ବର୍ନାର୍ଡ ସୋଲ୍‌ଜ,  ମଲାନ କ୍ରୁଗର, ପିଡି ବ୍ଲିଙ୍ଗ୍‌ନାଟ୍‌ ।

  • T-20 World Cup
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.