ପ୍ରମୂଖ ଖବର
  • ରାଉରକେଲା : ହୋଟେଲ ରୁମ୍‌ରେ ଜୀବନ୍ତ ଜଳିଗଲେ ଯୁବତୀ, ହତ୍ୟା ଅଭିଯୋଗ କଲେ ପରିବାର ଲୋକେ
  • ||
  • ବାରିପଦାରେ ଗଣେଶ ଭସାଣି ବେଳେ ଅଘଟଣ, ସୁବର୍ଣ୍ଣରେଖା କେନାଲରେ ଭାସିଗଲେ ୪ ଛାତ୍ର
  • ||
  • ମୋହନା : ପୋଖରୀରେ ବୁଡ଼ି ନାବାଳକ ମୃତ, ଘଟଣାର ତଦନ୍ତ କରୁଛି ପୋଲିସ
  • ||
  • ଆସ୍କା : ଟ୍ରାକ୍ଟରକୁ ଧକ୍କା ଦେଲା ମାଲ୍‌ ବୋଝେଇ ଟ୍ରକ୍‌, ଟ୍ରାକ୍ଟର ଡ୍ରାଇଭର ମୃତ
  • ||
  • ପୁରୀ ବେଳାଭୂମିରେ ଖୋଲିବନି ମଦ କ୍ୟାବିନ୍, ଅବକାରୀ ନୀତିରେ ପରିବର୍ତ୍ତନ କଲେ ରାଜ୍ୟ ସରକାର
  • ||
  • ଭୁବନେଶ୍ୱର ବିମାନ ବନ୍ଦରରୁ ପୁଣି ମିଳିଲା ସୁନା,୨୪ କିଲୋର ସୁନା ଅଳଙ୍କାର ଜବତ କଲା ସିଟି ଜିଏସ୍‌ଟି
  • ||
  • ଖୋର୍ଦ୍ଧା : ନାଳରୁ ମିଳିଲା ଅଜଣା ବ୍ୟକ୍ତିଙ୍କ ମୃତଦେହ, କାରଣ ଅସ୍ପଷ୍ଟ
  • ||
  • ସମ୍ବଲପୁର : ନିଶାସକ୍ତ ଅବସ୍ଥାରେ ସାଙ୍ଗ ସାଜିଲା ଶତ୍ରୁ, ବାଡ଼ିରେ ପିଟିପିଟି ହତ୍ୟା କଲା ସାଙ୍ଗ
  • ||
  • ୩ ମାସ ପାଇଁ କୁକୁଡ଼ା ଚାଷ ବନ୍ଦ:ପୁରୀ ଜିଲ୍ଲାରେ ୧୪୧ଟି କୁକୁଡ଼ା ଫାର୍ମ ସିଲ୍‌
  • ||
  • ସୁନ୍ଦରଗଡ଼ : ସୁଭଦ୍ରା ଫର୍ମ ପୂରଣ ବେଳେ ଟଙ୍କା ମାଗିବା ପଡ଼ିଲା ମହଙ୍ଗା, ଜନସେବା କେନ୍ଦ୍ରର ପରିଚାଳକଙ୍କୁ ବାନ୍ଧିଲା ପୋଲିସ
  • ||
  • କଳାହାଣ୍ଡି ଗଡ଼ଜାତର ନୂଆଁଖାଇ,୧୦ଟାରୁ ୧୨ଟା ୪୦ ମିନିଟ୍‌ ମଧ୍ୟେ ସର୍ବସାଧାରଣ ନୂଆଁ ଖାଇବେ
  • ||
  • ସୋର : ଏମିତି ବି ଆସେ ମୃତ୍ୟୁ, ବାଇକରୁ ଓହ୍ଲାଇଲା ବେଳେ ଚାଳିଗଲା ଜୀବନ
  • ||
  • ସଫଳ ମହିଳା ହେବେ "ସୁଭଦ୍ରା ଅପା', ଆଜିଠୁ ପ୍ରତି ବ୍ଲକ୍‌ ଓ ପଞ୍ଚାୟତରେ "ସୁଭଦ୍ରା ସ୍ୱାଗତ ସପ୍ତାହ'
  • ||
  • ୧୭ରେ ସୁଭଦ୍ରା ଯୋଜନାର ଶୁଭାରମ୍ଭ, ଉଦଘାଟନ କରିବେ ପ୍ରଧାନମନ୍ତ୍ରୀ, ଆଜି ଜନତା ମଇଦାନ ଯାଞ୍ଚ
  • ||
  • ଭୁବନେଶ୍ୱର : ଆଉଟ୍ ହାଉସରୁ ମିଳିଲା ଯୁବତୀଙ୍କ ଝୁଲନ୍ତା ମୃତଦେହ,କାରଣ ଅସ୍ପଷ୍ଟ
  • ||
  • ପୁରୁଷ ହକି ଏସିଆନ୍‌ ଚାମ୍ପିଅନ୍ସ ଟ୍ରଫ: ଦ. କୋରିଆକୁ ହରାଇଲା ଟିମ୍ ଇଣ୍ଡିଆ, ଶନିବାର ଭାରତ- ପାକ୍ ଲଢ଼େଇ
  • ||
  • ଲଘୁଚାପ ନେବ ଅବପାତ ରୂପ: ଆଜି କଳାହାଣ୍ଡିକୁ ଅରେଞ୍ଜ, ୧୪ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ, ୧୬ ଯାଏ ପ୍ରବଳ ବର୍ଷା
  • ||

ନାମ୍ବିଆରେ ଭୟଙ୍କର ମରୁଡ଼ି, ଉପାୟଶୂନ୍ୟ ସରକାର: ଖାଦ୍ୟ ପାଇଁ ବନ୍ୟଜନ୍ତୁଙ୍କୁ ମାରିବ

ନୂଆଦିଲ୍ଲୀ,୦୧/୦୯:  ସମୃଦ୍ଧ ବନ୍ୟଜନ୍ତୁ ଏବଂ ଆକର୍ଷଣୀୟ  ପ୍ରାକୃତିକ ସୌନ୍ଦର୍ଯ୍ୟ ପାଇଁ ଜଣା ନାମ୍ବିଆ । ବର୍ତ୍ତମାନ ଏହି ଦେଶ ଉତ୍କଟ ମରୁଡ଼ିର ସାମ୍ନା କରୁଛି । ଦେଶରେ ଖାଦ୍ୟ ଭଣ୍ଡାର ସରି ଆସିଲାଣି । ଏଭଳି  ସ୍ଥିତିରେ ଉପାୟଶୂନ୍ୟ ସରକାର ବାଧ୍ୟ ହୋଇ ଏକ ବିବାଦୀୟ ପଦକ୍ଷେପ  ନେବାକୁ ଯାଉଛନ୍ତି । ସୂଚନା ଅନୁସାରେ,  ନାମ୍ବିଆ ସରକାର ହାତୀ ଏବଂ ଜଳହସ୍ତୀ  ସମେତ ୭୦୦ରୁ ଊଦ୍ଧ୍ୱର୍ ବନ୍ୟଜନ୍ତୁଙ୍କୁ ମାରି ଲୋକଙ୍କୁ ଖାଦ୍ୟ ଯୋଗାଇବେ ।  

ଶତାବ୍ଦୀର ସବୁଠାରୁ ଭୟଙ୍କର ମରୁଡ଼ିର ସାମ୍ନା କରୁଛି ନାମ୍ବିଆ । ଖାଦ୍ୟ ଅଭାବ ଯୋଗୁ ଭୋକରେ  ଲକ୍ଷ ଲକ୍ଷ ଲୋକ ଡହଳ ବିକଳ ହେଉଛନ୍ତି । ନାମ୍ବିଆରେ ଏହି  ଭୟଙ୍କର ସ୍ଥିତିକୁ ନେଇ ଚିନ୍ତା ପ୍ରକାଶ କରିଛି ମିଳିତ ଜାତିସଂଘ ।  ଜାତିସଂଘର ମହାସହିବ ଆଣ୍ଟୋନିଓ ଗୁଟେରସ୍‌ଙ୍କ ତରଫରୁ ଜଣେ  ମୁଖପାତ୍ର ଏ ସମସ୍ୟାକୁ ମାନବ ସଙ୍କଟ ବୋଲି ଦର୍ଶାଇଛନ୍ତି । 

ମରୁଡ଼ି ଯୋଗୁ ଦେଶର ଖାଦ୍ୟ ଭଣ୍ଡାରର ୮୪%କୁ ଶୁଖିଯାଇଛି ।  ଫଳରେ ନାମ୍ବିଆର ୨୫ ଲକ୍ଷ ଲୋକ ଭୟଙ୍କର ଖାଦ୍ୟ ସଂକଟର  ସାମ୍ନା କରୁଛନ୍ତି । ଏହି ସଂକଟର ମୁକାବିଲା ପାଇଁ   ନାମ୍ବିଆ ସରକାର ଦେଶର ପ୍ରାକୃତିକ ଉତ୍ସ  ବିଶେଷକରି ବନ୍ୟଜନ୍ତୁଙ୍କ ମାଧ୍ୟମରେ ଲୋକଙ୍କ କ୍ଷୁଧା  ମେଣ୍ଟାଇବା ପାଇଁ ନିଷ୍ପତ୍ତି ନେଇଥିବା ଜଣାପଡ଼ିଛି । ପ୍ରକାଶଯୋଗ୍ୟ, ଦକ୍ଷିଣ ଆଫ୍ରିକାରେ ଉତ୍କଟ  ମରୁଡ଼ି ସମସ୍ୟା ଦେଖାଦେଇଛି । ଏହା ୨୦୨୩  ଅକ୍ଟୋବରରୁ ଆରମ୍ଭ ହୋଇଛି । ଜଳବାୟୁ ପରିବର୍ତ୍ତନ  ଏବଂ ଏଲ୍‌ନିନୋ ହେତୁ ତାପମାତ୍ରା ପ୍ରବଳ ମାତ୍ରାରେ  ବଢ଼ିଯାଇଛି । ବର୍ଷାଭାବ ଯୋଗୁ ସ୍ଥିତି ଭୟଙ୍କର ହୋଇଛି ।  ଫେବ୍ରୁଆରୀରେ ଏ ପ୍ରାନ୍ତରେ ସାଧାରଣତଃ ଅଧିକ ବର୍ଷା  ହୋଇଥାଏ । କିନ୍ତୁ ଉକ୍ତ ସମୟରେ ଆବଶ୍ୟକଠାରୁ  ୨୦% କମ୍‌ ବର୍ଷା ହୋଇଥିବା ଜଣାପଡ଼ିଛି ।  

ଉତ୍କଟ ମରୁଡ଼ି ଯୋଗୁ ଜିମ୍ବାୱେ, ମାଲାୱି ଏବଂ  ଜାମ୍ବିଆ ସମେତ ନାମ୍ବିଆ ଏମର୍ଜେନ୍ସି ଘୋଷଣା କରିଛି ।  ନାମ୍ବିଆ ଅର୍ଥନୀତି କୃଷି ଏବଂ ପଶୁପାଳନ ଉପରେ  ବୃହତ୍‌ ମାତ୍ରାରେ ନିର୍ଭର କରିଥାଏ । ବର୍ଷାଭାବ  ଯୋଗୁ ଉଭୟ କ୍ଷେତ୍ର ପ୍ରଭାବିତ ହୋଇଛି । ପ୍ରଥମ  ଥର ପାଇଁ ଦେଶ ଏଭଳି ସ୍ଥିତିର ସାମ୍ନା କରୁନାହିଁ ।  ୨୦୧୩ ଏବଂ ୨୦୧୯ ମଧ୍ୟରେ ବି ସମାନ ଆହ୍ୱାନର  ସାମ୍ନା କରିଥିଲା ନାମ୍ବିଆ । ସରକାର ୩ ଥର ମରୁଡ଼ି  ଏମର୍ଜେନ୍ସି ଘୋଷଣା କରିଛନ୍ତି । ତେବେ ବର୍ତ୍ତମାନର  ମରୁଡ଼ି ସବୁଠୁ ଭୟଙ୍କର । ସମ୍ପ୍ରତି ୫ ବର୍ଷରୁ କମ୍‌  ବୟସ୍କ ପିଲାମାନେ କ୍ଷୁଧା ଏବଂ କୁପୋଷଣର ଶିକାର ।  

ବର୍ତ୍ତମାନ ନାମ୍ବିଆରେ ସୃଷ୍ଟି ହୋଇଥିବା ମରୁଡ଼ି  ଯୋଗୁ ମହିଳା ଏବଂ ଝିଅମାନଙ୍କ ବିରୋଧରେ  ହିଂସା ବଢ଼ିଚାଲିଛି । କାରଣ ଏମାନେ ପାଣି ଆଣିବା ପାଇଁ ଲମ୍ବା ବାଟ ଚାଲିଥାନ୍ତି । ବାଟରେ  ସେମାନଙ୍କ ଉପରେ ଆକ୍ରମଣ ହେଉଛି । ସ୍ୱଚ୍ଛ  ଜଳ ଅଭାବ ଯୋଗୁ ହଇଜା ସ୍ଥିତି ଉପୁଜିଛି । ମରୁଡ଼ି ଯୋଗୁ ନାମ୍ବିଆରେ ମନୁଷ୍ୟ ଏବଂ ବନ୍ୟଜନ୍ତୁଙ୍କ  ମଧ୍ୟରେ ସଂଘର୍ଷ ସ୍ଥିତି ଦେଖିବାକୁ ମିଳୁଛି । ଜଳ ଏବଂ  ଭୂମି ପାଇଁ ଉଭୟ ପରସ୍ପର ସହ ପ୍ରତିଯୋଗିତା କରୁଛନ୍ତି ।  

ବୃହତ୍‌ ସଂଖ୍ୟକ ବନ୍ୟଜନ୍ତୁ ରୁହନ୍ତି ନାମ୍ବିଆରେ ।  ଏଠାରେ ବିଶ୍ୱର ଅନ୍ୟତମ ସର୍ବାଧିକ ୨୪,୦୦୦ ହାତୀ  ରହୁଛନ୍ତି । କିନ୍ତୁ ମରୁଡ଼ି ସ୍ଥିତି ଉଭୟ ମନୁଷ୍ୟ ଏବଂ  ବନ୍ୟଜନ୍ତୁଙ୍କ ପାଇଁ ପ୍ରତିକୂଳ ପରିସ୍ଥିତି ଉପୁଯାଇଛି ।  ପରିସ୍ଥିତିକୁ ସମ୍ଭାଳିବା ପାଇଁ ନାମ୍ବିଆ ସରକାର ହିପୋ,  ହାତୀ, ଜେବ୍ରା, ମଇଁଷି ସମେତ ୭୨୩ ବନ୍ୟଜନ୍ତୁଙ୍କୁ  ମାରିବା ପାଇଁ ନିଷ୍ପତ୍ତି ନେଇଛନ୍ତି । ରିଲିଫ୍‌ କାର୍ଯ୍ୟକ୍ରମ  ପାଇଁ ସରକାର ବର୍ତ୍ତମାନ ସୁଦ୍ଧା ୫୬,୮୭୫  କିଲୋଗ୍ରାମ ମାଂସ ସଂଗ୍ରହ କରିସାରିଥିବା ଜଣାପଡ଼ିଛି ।

  • PrameyaOdia
  • prameya
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.