ପ୍ରମୂଖ ଖବର
  • ଜାମ୍ମୁ-କାଶ୍ମୀରରେ ଏନକାଉଣ୍ଟର, ୩ ଯବାନ ଆହତ , ଜଣେ ଆତଙ୍କୀ ନିପାତ
  • ||
  • ମୁମ୍ବାଇରେ ଭୁଶୁଡିଲା ତିନି ମହଲା କୋଠା, ଏକାଧିକ ଆହତ
  • ||
  • ନୂଆଦିଲ୍ଲୀରେ ବସିବ ନୀତି ଆୟୋଗ ବୈଠକ, ଅଧ୍ୟକ୍ଷତା କରିବେ ପ୍ରଧାନମନ୍ତ୍ରୀ
  • ||
  • କିଏ ନେବ ରାଜ୍ୟ କଂଗ୍ରେସ ନେତୃତ୍ୱ ? ଦିଲ୍ଲୀ ଦରବାରରେ ଛାମୁଆ ନେତା, ଚର୍ଚ୍ଚାରେ ତାରା, ମୋକିମ, ପ୍ରସାଦ ଓ ସପ୍ତଗିରି
  • ||
  • ଶନିବାରଠୁ ଶ୍ରୀଲଙ୍କା-ଭାରତ ଟି-ଟ୍ୱେଣ୍ଟି ସିରିଜ୍,ପାଲିକେଲେରେ ଖେଳାଯିବ ପ୍ରଥମ ମୁକାବିଲା
  • ||
  • ଶନିବାର ନୀତି ଆୟୋଗ ସାଧାରଣ ପରିଷଦ ବୈଠକ, ଦିଲ୍ଲୀରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
  • ||
  • ଲଘୁଚାପ ସକ୍ରିୟ: ଆସନ୍ତା ୪ ଦିନ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ସତର୍କ କରାଇଲେ ଏସ୍‌ଆରସି
  • ||

ମେ' ୨୯ରେ ପୁଣି ଓଡିଶା ଆସିବେ ମୋଦି: ଆସନ୍ତା ସପ୍ତାହରେ ଭଦ୍ରକରେ ଭୋଟ୍‌ ମାଗିବେ ରାହୁଲ, ବାଲେଶ୍ୱରକୁ ଖଡ୍‌ଗେ

ଭୁବନେଶ୍ୱର,୨୩/୦୫: ଆସନ୍ତା ୨୯ରେ ପୁଣି  ଓଡ଼ିଶା ଆସିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ସେ କେନ୍ଦ୍ରାପଡ଼ା ଓ ବାଲେଶ୍ୱରରେ ଦଳୀୟ ପ୍ରାର୍ଥୀଙ୍କ ପାଇଁ  ପ୍ରଚାର କରିବେ । ତୃତୀୟ ଓ ଚତୁର୍ଥ ପର୍ଯ୍ୟାୟ ନିର୍ବାଚନ  ପାଇଁ ମୋଦି ଭୋଟ୍‌ ମାଗିବେ । ଚଳିତ ମାସରେ ତିନି ଥର ଓଡ଼ିଶା ଆସି ସାରିଲେଣି ମୋଦି । ମେ' ୬ ତାରିଖରେ ସେ ଓଡ଼ିଶାରେ ପ୍ରଥମ ନିର୍ବାଚନୀ ସଭା କରିଥିଲେ । ବ୍ରହ୍ମପୁର ଓ ନବରଙ୍ଗପୁରରେ ଜନସଭା କରି ବିଜେଡିକୁ ଜୋରଦାର ଟାର୍ଗେଟ୍‌ କରିଥିଲେ । ମେ ୧୦ରେ ରାଜଧାନୀରେ ରୋଡ୍‌  ସୋ' କରିଥିଲେ । ୧୧ରେ କନ୍ଧମାଳ, ବଲାଙ୍ଗୀର ଓ ବରଗଡ଼ରେ ୩ଟି ବିରାଟ ସଭା କରିଥିଲେ । ଏହି  ସଭାରେ ବି ବିଜେଡି ସରକାର ଉପରେ ଜୋରଦାର  ବର୍ଷିଥିଲେ ମୋଦି । ୧୯ରେ ପୁଣି ଓଡ଼ିଶା ଆସି ରାଜ୍ୟ  ବିଜେପି ନେତାଙ୍କ ସହ ନିର୍ବାଚନୀ ସମୀକ୍ଷା କରିଥିଲେ ।  ୨୦ ତାରିଖରେ ପୁରୀରେ ମହାପ୍ରଭୁ ଜଗନ୍ନାଥଙ୍କ ଦର୍ଶନ କରିବା ପରେ ବଡ଼ଦାଣ୍ଡରେ ରୋଡ୍‌ ସୋ' କରିଥିଲେ । ଅନୁଗୁଳ ଓ କଟକରେ ବି ବଡ଼ ଜନସଭା କରିଥିଲେ ।

ଏଆଇସିସି ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡ୍‌ଗେ ଓ  କଂଗ୍ରେସର ବରିଷ୍ଠ ନେତା ରାହୁଲ ଗାନ୍ଧୀ ଆସନ୍ତା ୨୬ରୁ  ୨୮ ତାରିଖ ମଧ୍ୟରେ ଓଡ଼ିଶା ଆସିବେ । ବାଲେଶ୍ୱରରେ  ଖଡ୍‌ଗେ ଓ ଭଦ୍ରକରେ ରାହୁଲ ବିଶାଳ ସଭା କରି କଂଗ୍ରେସ ପାଇଁ ଭୋଟ୍‌ ମାଗିବାର କାର୍ଯ୍ୟକ୍ରମ ଅଛି ।  ଶେଷ ସପ୍ତାହରେ ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ ରେବନ୍ତ ରେଡ୍ଡୀ ଆସିବେ । ଥିରୁବନ୍ତପୁରମର ସାଂସଦ ତଥା  ବରିଷ୍ଠ କଂଗ୍ରେସ ନେତା ଶଶି ଥରୁର୍‌ ମଧ୍ୟ ପ୍ରଚାର  ପାଇଁ ଓଡ଼ିଶା ଆସିବେ ବୋଲି କୁହାଯାଇଛି । 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.