ପ୍ରମୂଖ ଖବର
  • ଫାଷ୍ଟ ପାସେଞ୍ଜର ଟ୍ରେନ୍‌ରେ ନିଆଁ
  • ||
  • ଜାମ୍ମୁ-କାଶ୍ମୀରରେ ଏନକାଉଣ୍ଟର, ୩ ଯବାନ ଆହତ , ଜଣେ ଆତଙ୍କୀ ନିପାତ
  • ||
  • ମୁମ୍ବାଇରେ ଭୁଶୁଡିଲା ତିନି ମହଲା କୋଠା, ଏକାଧିକ ଆହତ
  • ||
  • ନୂଆଦିଲ୍ଲୀରେ ବସିବ ନୀତି ଆୟୋଗ ବୈଠକ, ଅଧ୍ୟକ୍ଷତା କରିବେ ପ୍ରଧାନମନ୍ତ୍ରୀ
  • ||
  • କିଏ ନେବ ରାଜ୍ୟ କଂଗ୍ରେସ ନେତୃତ୍ୱ ? ଦିଲ୍ଲୀ ଦରବାରରେ ଛାମୁଆ ନେତା, ଚର୍ଚ୍ଚାରେ ତାରା, ମୋକିମ, ପ୍ରସାଦ ଓ ସପ୍ତଗିରି
  • ||
  • ଶନିବାରଠୁ ଶ୍ରୀଲଙ୍କା-ଭାରତ ଟି-ଟ୍ୱେଣ୍ଟି ସିରିଜ୍,ପାଲିକେଲେରେ ଖେଳାଯିବ ପ୍ରଥମ ମୁକାବିଲା
  • ||
  • ଶନିବାର ନୀତି ଆୟୋଗ ସାଧାରଣ ପରିଷଦ ବୈଠକ, ଦିଲ୍ଲୀରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
  • ||
  • ଲଘୁଚାପ ସକ୍ରିୟ: ଆସନ୍ତା ୪ ଦିନ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ସତର୍କ କରାଇଲେ ଏସ୍‌ଆରସି
  • ||

କଣ୍ଟାବାଞ୍ଜିରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପରାଜିତ

ଭୁବନେଶ୍ବର, ୪।୬ : ରାଜନୀତିରେ ପାଦ ଦେବା ଦିନଠାରୁ ନବୀନ  କେବେ ପରାଜୟର ସାମ୍ନା କରି ନ ଥିଲେ। ଦୀର୍ଘ ୨୪ ବର୍ଷ ପରେ କଣ୍ଟାବାଞ୍ଜୀରେ ପରାଜୟର ସ୍ବାଦ ଚାଖିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ।  ପ୍ରଥମ ଥର ପାଇଁ ସେ  ନିର୍ବାଚନରେ ହାରିଛନ୍ତି। ବିଜେପି ପ୍ରାର୍ଥୀ ଲକ୍ଷ୍ମଣ ବାଗଙ୍କ ଠାରୁ ନବୀନ ହାରିଛନ୍ତି।  ୧୬ ହଜାରରୁ ଉର୍ଦ୍ଧ୍ବ ଭୋଟ ବ୍ୟବଧାନରେ ସେ ପରାଜିତ ହୋଇଛନ୍ତି । 

କଣ୍ଟାବାଞ୍ଜି ଆସନରୁ ନବୀନ  ୭୪୫୩୨ ଭୋଟ ପାଇଥିବା ବେଳେ ଲକ୍ଷ୍ମଣ ବାଗ ୯୦୮୭୬ ଖଣ୍ଡ ଭୋଟ ପାଇ ବିଜୟୀ ହୋଇଛନ୍ତି। ସେହିପରି କଂଗ୍ରେସ ପ୍ରାର୍ଥୀ ସନ୍ତୋଷ ସିଂ ସାଲୁଜା ୨୬୮୩୯ ଖଣ୍ଡ ଭୋଟ ପାଇଛନ୍ତି। 

ଅନ୍ୟପକ୍ଷରେ ନିଜର ପାରମ୍ପରିକ ନିର୍ବାଚନ ମଣ୍ଡଳୀ ହିଞ୍ଜଳିରୁ  ୪ ହଜାରରୁ ଅଧିକ ଭୋଟରେ ନବୀନ ନିର୍ବାଚିତ  ହୋଇଛନ୍ତି। 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.