ପ୍ରମୂଖ ଖବର
  • ଭୁବନେଶ୍ଵର : ୨୨ରୁ ବଜେଟ ଅଧିବେଶନ, ସରକାର ବନାମ ନବୀନଙ୍କ ଛାୟା ମନ୍ତ୍ରିମଣ୍ଡଳ ଲଢ଼େଇ
  • ||
  • ଆଜି ରସଗୋଲା ଦିବସ, ଜିଆଇର ୫ ବର୍ଷ ପରେ ବ୍ରାଣ୍ଡିଂ ନାହିଁ, ସରକାର ନିରବ
  • ||

ନିଟ୍‌ ପେପର ଲିକ୍‌ ମାମଲା, ତଲାସ କରୁଥିବା ଅଭିଯୁକ୍ତକୁ ଧରିଲା ସିବିଆଇ

ପାଟନା : ନିଟ୍‌ ପେପର ଲିକ୍‌ ମାମଲାରେ ସିବିଆଇ ଯେଉଁ ବ୍ୟକ୍ତିକୁ ସବୁଠୁ ଅଧିକା ଖୋଜୁ ଥିଲା , ଶେଷରେ ସେହି ଅଭିଯୁକ୍ତ ରକିକୁ ଝାଡ଼ଖଣ୍ଡରୁ ଗିରଫ କରିଛି। ଯାହାକୁ ଆଜି ପାଟନା କୋର୍ଟରେ ହାଜର କରାଯାଇଛି। ସିବିଆଇ ରକିକୁ କୋର୍ଟଙ୍କ ଠାରୁ ୧୦ ଦିନର ରିମାଣ୍ଡରେ ନେଇଛି। ଏହା ପୂର୍ବରୁ ରକିର ଭାରତ ଛାଡ଼ି ନେପାଳ ଫେରାର ହେବାର ଖବର ଥିଲା। ଯାହାକୁ ସିବିଆଇ ଆଜି ତା ନିଜ ଘରୁ ଗିରଫ କରିଛି।

ଉଲ୍ଲେଖନୀୟ ଯେ, ରକି ହିଁ ସେହି ବ୍ୟକ୍ତି, ଯାହା ସାହାଯ୍ୟରେ ମୁଖ୍ୟ ସେଣ୍ଟର ଯାଏ ସିବିଆଇ ପହଞ୍ଚି ପାରିବ। ଯାହାର ଭୂମିକା ପ୍ରଶ୍ନପତ୍ରକୁ ଆଉଟ୍‌ କରିବାରେ ସବୁଠୁ ପ୍ରମୁଖ ରହିଛି। ରକି ମୂଳତଃ ବିହାରର ନୱାଦାରେ ରୁହେ। ତାର ପ୍ରକୃତ ନାଁ ରାକେଶ। ଗତ କିଛି ବର୍ଷରୁ ସେ ଝାଡ଼ଖଣ୍ଡର ରାଜଧାନୀ ରାଞ୍ଚିରେ ରହି ରେଷ୍ଟୁରାଣ୍ଟ ଚଲାଉଛି। ସିବିଆଇ ଟିମ୍‌ ୪ ଜଣ ମୁଖ୍ୟ ଅଭିଯୁକ୍ତ ଚିଣ୍ଟୁ, ମୁକେଶ , ମନିଷ ଓ ଆଶୁତୋଷଙ୍କୁ ୭ଦିନର ରିମାଣ୍ଡରେ ନେଇ ପଚରାପଚରି କରୁଛି। ଯେଉଁଥିରେ ରକି ସହ ଜଡ଼ିତ ଅନେକ ପ୍ରଶ୍ନ ପଚରା ଯାଇଥିଲା , କୁହାଯାଉଛି କି, ରକି ହିଁ ନିଟ୍‌ର ପେପର ଲିକ୍‌ ହେବା ପରେ ଏହାକୁ ସମାଧାନ କରାଇ ଚିଣ୍ଟୁର ମୋବାଇଲକୁ ପଠାଇ ଥିଲା। ଚିଣ୍ଟୁ ଠାରୁ ବିଶେଷ ଭାବେ ରକି ବିଷୟରେ ତଥ୍ୟ ସଂଗ୍ରହ କରାଯାଉଛି। ଚିଣ୍ଟୁ ଠାରୁ ଆଉ ଜଣେ ସଞ୍ଜୀବ ମୁଖିଆ ବିଷୟରେ ମଧ୍ୟ ତଥ୍ୟ ନିଆଯାଉଛି । କାରଣ ସେ ସଞ୍ଜୀର ଭାଣିଜୀର ସ୍ୱାମୀ। ସଞ୍ଜୀବ ନେପାଳ ଫେରାର ହେବାର ସୂଚନା ମିଳୁଛି।

ସେପଟେ ଅଭିଯୁକ୍ତ ମନିଷ ଓ ଆଶୁତୋଷ ହିଁ ପାଟନା ଖେମନିଚକ ସ୍ଥିତ ଘରୋଇ ସ୍କୁଲରେ ପାଖାପାଖି ୩୫ ଜଣ ଛାତ୍ରଛାତ୍ରୀଙ୍କ ନିଟ୍‌ ପେପର ଉତ୍ତର ଜଣାଇବାର ବନ୍ଦୋବସ୍ତ କରିଥିଲା। ଏସବୁ ଚିଣ୍ଟ ବ୍ୟତୀତ କାହାର କହିବାରେ କରାଯାଇ ଥିଲା, ଚିଣ୍ଟୁ ସହ ଆଉ କିଏ ଏଥିରେ ସାମିଲ ଥିଲେ , ଏହାର ସୂଚନା ତା ଠାରୁ ନିଆ ଯାଉଛି। ଏହିପରି ଅନେକ ପ୍ରଶ୍ନର ଜବାବ ସିବିଆଇ ଖୋଜୁଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Rath Yatra

Copyright © 2024 - Summa Real Media Private Limited. All Rights Reserved.