ନୂଆଦିଲ୍ଲୀ ୮/୯: ଭାରତ ବିଶ୍ୱର ସବୁଠାରୁ ଅଧିକ ମୋବାଇଲ ସବସ୍କ୍ରାଇବର ଯୋଡୁଥିବା ଦେଶ ପାଲଟିଯାଇଛି । ଚଳିତ ବର୍ଷ ଦ୍ୱିତୀୟ କ୍ୱାର୍ଟର(ଜୁଲାଇ-ସେପ୍ଟେମ୍ବର)ରେ ଭାରତରେ ୭୦ ଲକ୍ଷରୁ ଅଧିକ ମୋବାଇଲ୍ ସବସ୍କ୍ରାଇବର୍ ବଢିଛନ୍ତି । ଏହି ତାଲିକାରେ ଚୀନ୍ ୫୦ ଲକ୍ଷ ଏବଂ ଆମେରିକା ୩୦ ଲକ୍ଷ ଗ୍ରାହକ ଯୋଡି ଦ୍ୱିତୀୟ ଏବଂ ତୃତୀୟ ନମ୍ବରରେ ଅଛନ୍ତି ।
ଏରିକ୍ସନର ଏକ ରିପୋର୍ଟ ଅନୁସାରେ ଭାରତରେ ଶସ୍ତା ହାରରେ ଇଣ୍ଟରନେଟ୍ ସର୍ଭିସ୍ ଏବଂ ଟେଲିକମର ପରଫେକ୍ଟ କମ୍ପିଟିସନ ବିଶିଷ୍ଟ ମାର୍କେଟ ଯୋଗୁଁ ଏହି ସବସ୍କ୍ରାଇବର୍ ବଢିଛନ୍ତି । ସେହିଭଳି ଏହି ସମୟରେ ବିଶ୍ୱରେ ୫ଜି ମୋବାଇଲ ୟୁଜର୍ସଙ୍କ ସଂଖ୍ୟା ବୃଦ୍ଧି ପାଇ ୧୩୦ କୋଟି ପାର୍ ହୋଇଛି । ରିପୋର୍ଟ ଅନୁସାରେ ଚଳିତ ବର୍ଷ ଜୁନରେ ବୈଶିକ ସମୁଦାୟ ୪ କୋଟି ନୂଆ ସବସ୍କ୍ରାଇବର୍ସ ଯୋଡିହୋଇଛନ୍ତି । ଏଥିରେ ସମୁଦାୟ ଗ୍ରାହକଙ୍କ ସଂଖ୍ୟା ବୃଦ୍ଧି ପାଇ ୮୩୦ କୋଟି ହୋଇଯାଇଛି ।
ଭାରତରେ ୧୧୨.୫ କୋଟି ମୋବାଇଲ ଗ୍ରାହକ
ସେହିଭଳି ଭାରତରେ ଏହି ସଂଖ୍ୟା ୭୦ ଲକ୍ଷ ବଢି ୧୧୨.୫ କୋଟି ହୋଇଯାଇଛି । ଏହି ସମୟରେ ଚୀନରେ ମୋବାଇଲ ସବସ୍କ୍ରାଇବର୍ସଙ୍କ ସଂଖ୍ୟା ୫୦ ଲକ୍ଷ ବୃଦ୍ଧି ପାଇ ୧୬୯.୫ କୋଟି ହୋଇଯାଇଛି । ଏହା ବ୍ୟତୀତ ଜୁନ୍ କ୍ୱାର୍ଟରରେ ୫ଜି ୟୁଜର୍ସଙ୍କ ସଂଖ୍ୟା ୧୭.୫ କୋଟି ବୃଦ୍ଧି ପାଇ ୨୩୦ କୋଟି ହୋଇଯାଇଛି । ରିପୋର୍ଟରେ କୁହାଯାଇଛି କି ଦେଶରେ ୨୬୦ କମ୍ୟୁନିକେସନ ସର୍ଭିସ୍ ପ୍ରୋଭାଇଡର ୫ଜି ସର୍ଭିସ୍ ଲଞ୍ଚ କରିଛି । ଏଥିରୁ ପ୍ରାୟ ୩୫ ସର୍ଭିସ୍ ପ୍ରୋଭାଇଡର୍ସ ଷ୍ଟାଣ୍ଡଆଲୋନ୍ ନେଟୱର୍କ ଲଞ୍ଚ୍ କରିଛି ।
ସମୁଦାୟ ମୋବାଇଲ ସବସ୍କ୍ରିପ୍ସନରେ ବ୍ରଡବ୍ୟାଣ୍ଡର ସେୟାର ୮୮%
ରିପୋର୍ଟ ଅନୁସାରେ ଗ୍ଲୋବାଲ ସ୍ତରରେ ମୋବାଇଲ ସବସ୍କ୍ରାଇବରଙ୍କ ପହଞ୍ଚ ୧୦୫% ଥିଲା କିନ୍ତୁ ସମୁଦାୟ ପପୁଲେସନରୁ ୫% ଅଧିକ ମୋବାଇଲ ସବସ୍କ୍ରାଇବର ଥିଲେ । ସେହିଭଳି ଏହି କ୍ୱାର୍ଟରରେ ୟୁନିକ୍ ମୋବାଇଲ ଗ୍ରାହକଙ୍କ ସଂଖ୍ୟା ୬୧୦ କୋଟିରେ ପହଞ୍ଚିଯାଇଛି । ୨୦୨୩ର ଦ୍ୱିତୀୟ ତ୍ରୈମାସିକରେ ମୋବାଇଲ ବ୍ରଡବ୍ୟାଣ୍ଡ ଗ୍ରାହକଙ୍କ ସଂଖ୍ୟା ବାର୍ଷିକ ଆଧାରରେ ୫% ବୃଦ୍ଧି ପାଇ ୧୦ କୋଟି ହୋଇଯାଇଛି ।
ଦେଶରେ ମୋବାଇଲ ୟୁଜର୍ସଙ୍କ ସଂଖ୍ୟା ଲଗାତର ବଢୁଛି । ଟେଲିକମ୍ ରେଗୁଲେଟରୀ ଅଥୋରିଟି ଅଫ୍ ଇଣ୍ଡିଆର ରିପୋର୍ଟ ଅନୁସାରେ ଜୁନ୍ ୨୦୨୩ରେ ସାରା ଦେଶରେ ୟୁଜର୍ସଙ୍କ ସଂଖ୍ୟା ୩.୭୪ ଲକ୍ଷ ବୃଦ୍ଧି ପାଇ ୧୧୪.୩୬ କୋଟି ହୋଇଯାଇଛି । ଜିଓ ଏବଂ ଏୟାରଟେଲ୍ ନୂଆ ଗ୍ରାହକ ଯୋଡିବା ଜାରି ରଖିଛନ୍ତି । ତେବେ ବିଏନସଏନଏଲ୍ ଏବଂ ଭୋଡାଫୋନ୍-ଆଇଡିଆ ଲଗାତର ନିଜ ୟୁଜର୍ସ ହରାଉଛନ୍ତି ।