ନୂଆଦିଲ୍ଲୀ – ମଧ୍ୟ ପ୍ରଦେଶର ଇନ୍ଦୋରରେ ଥିବା ଦେବୀ ଅହିଲ୍ୟାବାଇ ହୋଲ୍କର ଅନ୍ତରାଷ୍ଟ୍ରୀୟ ଏୟାରପୋର୍ଟ ବନ୍ଦ ରହିବ। ଶନିବାର ( ୭ ସେପ୍ଟେମ୍ୱର)ରେ ନ୍ୟୁଜ୍ ୧୮ର ରିପୋର୍ଟ ଅନୁସାରେ ,ଫେବ୍ରୁଆରୀ ୨୦୨୫ରୁ ରାତ୍ରି ବିମାନ ଚଳାଚଳ ( ନାଇଟ୍ ଅପରେସନ) ବନ୍ଦ ରହିବ।
ଟେଣ୍ଡର ଅର୍ଡର ଅନୁଯାୟୀ ଏକ ନ୍ୟୁଜ୍ ରିପୋର୍ଟ ମୁତାବିକ , ରନୱେର ସ୍ଥିତି ଠିକ୍ ନାହିଁ ଏବଂ ଏଥିପାଇଁ ଏୟାରପୋର୍ଟ ଅଥୋରିଟି ଅଫ୍ ଇଣ୍ଡିଆ (ଏଏଆଇ) ରନୱେର ମରାମତି ପାଇଁ ୨୫.୨୭ କୋଟି ଟଙ୍କା ଖର୍ଚ୍ଚ କରିବେ। ମରାମତି କାମରେ ରନୱେର ପୃଷ୍ଠକୁ ହଟେଇବା ଓ ଏହା ସ୍ଥାନରେ ନୂଆ ପରସ୍ତ ଲଗାଇବା କାର୍ଯ୍ୟ ରହିଛି। ଠିକ୍ ସେମିତି , ଯେମିତି ପୁରୁଣା ସଡ଼କରେ ପୁନଃ ରିପେୟାରିଂ କରାଯାଏ।
ରିପୋର୍ଟ ଅନୁସାରେ , ବିମାନ ବନ୍ଦରରୁ ଫ୍ଲାଇଟ୍ ଅପରେସନ ବର୍ଷେ ଯାଏ ବିଳମ୍ୱିତ ରାତିରୁ ନେଇ ଆଗାମୀ ସକାଳ ଯାଏ ବନ୍ଦ ରହିବ। ଏଥିରେ ଏୟାରଲାଇନ୍ସ ଓ ଯାତ୍ରୀଙ୍କୁ କିଛି ସମୟ ପାଇଁ ମୁସ୍କିଲର ସାମନା କରିବାକୁ ପଡ଼ିପାରେ।
କହି ରଖୁଛୁ କି , ଗତ ଥର ରନୱେର ମରାମତି ୨୦୧୭ରେ କରାଯାଇ ଥିଲା। କିନ୍ତୁ ଲଗାତାର ଉଡ଼ାଣ ଅପରସନ କାରଣରୁ ଏହା ଖରାପ ହୋଇ ଯାଇଥିଲା। ଏଥିପାଇଁ ମରାମତି କାର୍ଯ୍ୟ ପୁଣି ଥରେ କରିବାର ଆବଶ୍ୟକ ରହିଛି। ରିପୋର୍ଟରେ କୁହାଯାଇଛି କି ଛୋଟ ମୋଟ ମରାମତି ପୂରା ବର୍ଷ ଚାଲିବ , କିନ୍ତୁ ପୂରା ମରାମତିରେ ପାଖାପାଖି ବର୍ଷେ ସମୟ ଲାଗିଯିବ।