ପ୍ରମୂଖ ଖବର
  • ୩ ପ୍ରସ୍ତାବରେ କ୍ୟାବିନେଟ ମୋହର : ଅଗ୍ନିବୀରଙ୍କୁ ୧୦% ସଂରକ୍ଷଣ, ବାପାଙ୍କ ମୃତ୍ୟୁ ପରେ ଚାକିରି ପାଇବ ଝିଅ
  • ||
  • ରିଆମାଳ; ପାରିବାରିକ କଲହରୁ ମହିଳାଙ୍କ ଆତ୍ମହତ୍ୟା, ପୋଲିସର ତଦନ୍ତ ଆରମ୍ଭ।
  • ||
  • ଗଣେଶ ମେଢ଼ ଭସାଣିବେଳେ ତୁମୁଳକାଣ୍ଡ: ଗୋଷ୍ଠୀ ସଂଘର୍ଷ, ୧୫ ଆହତ
  • ||
  • ଭୁବନେଶ୍ୱର: ମାଲକାନଗିରି ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ, ବନ୍ୟା ଅଞ୍ଚଳ ପରିଦର୍ଶନ କରିବେ
  • ||
  • ମୟୂରଭଞ୍ଜ: ବିଦ୍ୟୁତ ଆଘାତରେ ମାଈ ହାତୀ ମୃତ
  • ||
  • ଭୁବନେଶ୍ୱର: ଆଜି ବସିବ ରାଜ୍ୟ କ୍ୟାବିନେଟ୍ ବୈଠକ, ବିଭିନ୍ନ ପ୍ରସ୍ତାବ ଉପରେ ହେବ ଆଲୋଚନା
  • ||
  • ଚାନ୍ଦିପୁରରୁ କ୍ଷେପଣାସ୍ତ୍ର ପରୀକ୍ଷଣ: ଆଜି ୬ ଗ୍ରାମରୁ ୩୧୦୦ ଲୋକଙ୍କୁ ସ୍ଥାନାନ୍ତରଣ କରାଯିବ
  • ||
  • ସମାକୋଇ ଜଳସେଚନ ପ୍ରକଳ୍ପକୁ ବିରୋଧ, ତେଲକୋଇରେ ୧୨ ଘଣ୍ଟିଆ ବନ୍ଦ ପାଳନ
  • ||
  • ବଙ୍ଗୋପସାଗରରେ ପୁଣି ସୃଷ୍ଟି ହେଲା ଘୂର୍ଣ୍ଣିବଳୟ, ୧୩ ଏବଂ ୧୪ରେ ଅଧିକ ବର୍ଷା ସମ୍ଭାବନା
  • ||

ଋଷ-ୟୁକ୍ରେନ ଯୁଦ୍ଧକୁ ନେଇ ପୋଲାଣ୍ଡରେ ପିଏମ ମୋଦୀଙ୍କ ବାର୍ତ୍ତା, କହିଲେ ରଣଭୁମିରେ ହୋଇନଥାଏ କୌଣସି ସମସ୍ୟାର ସମାଧାନ…

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବେ ପୋଲାଣ୍ଡ ଗସ୍ତରେ ଅଛନ୍ତି । ଏଠାରେ ତାଙ୍କୁ ବିପୁଳ ସ୍ୱାଗତ ସମ୍ବର୍ଦ୍ଧନା ଦିଆଯାଇଛି ଏବଂ ସେ ଭାରତୀୟ ସମ୍ପ୍ରଦାୟର ଲୋକଙ୍କୁ ମଧ୍ୟ ଭେଟିଛନ୍ତି । ଏହି ସମୟରେ ପ୍ରଧାନମନ୍ତ୍ରୀ ମୋଦୀ ଏବଂ ପୋଲାଣ୍ଡର ପ୍ରଧାନମନ୍ତ୍ରୀ ଡୋନାଲ୍ଡ ଟସ୍କ ପରସ୍ପରକୁ ଭେଟିଛନ୍ତି ଆଉ ଏକ ମିଳିତ ବିବୃତ୍ତି ମଧ୍ୟ ଜାରି କରିଛନ୍ତି । ପ୍ରଧାନମନ୍ତ୍ରୀ ମୋଦୀ ତାଙ୍କର ପୋଲାଣ୍ଡ ପ୍ରତିପକ୍ଷ ଡୋନାଲ୍ଡ ଟସ୍କଙ୍କୁ ଦ୍ୱିପାକ୍ଷିକ ସମ୍ପର୍କକୁ ମଜବୁତ କରିବାରେ ଅବଦାନ ପାଇଁ ପ୍ରଶଂସା କରିଛନ୍ତି । ଏଥି ସହିତ ପୋଲାଣ୍ଡରୁ ଋଷ-ୟୁକ୍ରେନ ଯୁଦ୍ଧ ସମ୍ପର୍କରେ ପ୍ରଧାନମନ୍ତ୍ରୀ ମୋଦୀ ମଧ୍ୟ ଏକ ବଡ଼ ବିବୃତ୍ତି ଦେଇଛନ୍ତି।

ପ୍ରଧାନମନ୍ତ୍ରୀ ମୋଦୀ ପୋଲାଣ୍ଡରେ କହିଛନ୍ତି ଯେ, ଚଳିତ ବର୍ଷ ଆମେ ଆମର କୂଟନୈତିକ ସମ୍ପର୍କର ସତୁରିତମ ବାର୍ଷିକୀ ପାଳନ କରୁଛୁ। ଏହି ଅବସରରେ ଆମେ ସମ୍ପର୍କକୁ ଏକ ରଣନୀତିକ ଭାଗିଦାରୀରେ ପରିଣତ କରିବାକୁ ନିର୍ଣ୍ଣୟ ନେଇଛୁ । ଆମେ ପୋଲାଣ୍ଡ କମ୍ପାନୀ ଗୁଡ଼ିକୁ 'ମେକ୍ ଇନ୍ ଇଣ୍ଡିଆ ଏବଂ ମେକ୍ ଫର୍ ୱାର୍ଲ୍ଡ'ରେ ଯୋଗ ଦେବାକୁ ଆମନ୍ତ୍ରଣ କରୁଛୁ । ଅନ୍ତର୍ଜାତୀୟ ସ୍ତରରେ ମଧ୍ୟ ସମାନ ସ୍ତରରେ ଭାରତ ଏବଂ ପୋଲାଣ୍ଡ ଆଗକୁ ବଢୁଛନ୍ତି। ଆମେ ଦୁହେଁ ସହମତ ଯେ, ବୈଶ୍ବିକ ଆହ୍ବାନକୁ ସାମ୍ନା କରିବା ପାଇଁ ମିଳିତ ଜାତିସଂଘ ଏବଂ ଅନ୍ୟାନ୍ୟ ଅନ୍ତର୍ଜାତୀୟ ଅନୁଷ୍ଠାନରେ ସଂସ୍କାର ହେଉଛି ବର୍ତ୍ତମାନର ଆବଶ୍ୟକତା । 

ଋଷ ଏବଂ ୟୁକ୍ରେନ ମଧ୍ୟରେ ଚାଲିଥିବା ଯୁଦ୍ଧକୁ ନେଇ ପ୍ରଧାନମନ୍ତ୍ରୀ ମୋଦୀ ଉଦବେଗ ପ୍ରକାଶ କରିଛନ୍ତି । ପ୍ରଧାନମନ୍ତ୍ରୀ ମୋଦୀ କହିଛନ୍ତି ଯେ, ୟୁକ୍ରେନ ଏବଂ ପଶ୍ଚିମ ଏସିଆରେ ଚାଲିଥିବା ସଂଘର୍ଷ ଆମ ସମସ୍ତଙ୍କ ପାଇଁ ଗଭୀର ଚିନ୍ତାର ବିଷୟ । ଭାରତ ଦୃଢ ଭାବରେ ବିଶ୍ୱାସ କରେ ଯେ ଯୁଦ୍ଧକ୍ଷେତ୍ରରେ କୌଣସି ସମସ୍ୟାର ସମାଧାନ ହୋଇପାରିବ ନାହିଁ। ଯେକୌଣସି ସଙ୍କଟରେ ନିରୀହ ଜୀବନ ହାନି ହେବା ସମଗ୍ର ମାନବତା ପାଇଁ ସବୁଠାରୁ ବଡ ଆହ୍ବାନ ପାଲଟିଛି । ଶାନ୍ତି ଏବଂ ସ୍ଥିରତାର ଶୀଘ୍ର ପୁନରୁଦ୍ଧାର ପାଇଁ ଆମେ ଆଲୋଚନା ଏବଂ କୂଟନୀତିକୁ ସମର୍ଥନ କରୁ । 

ପ୍ରଧାନମନ୍ତ୍ରୀ ମୋଦୀ କହିଛନ୍ତି ଯେ ଆଜିର ଦିନରେ ଭାରତ ଏବଂ ପୋଲାଣ୍ଡ ମଧ୍ୟରେ ସମ୍ପର୍କ ବିଶେଷ ମହତ୍ବ ରଖିଥାଏ । ୪୫ ବର୍ଷ ପରେ ଆଜି ଜଣେ ଭାରତୀୟ ପ୍ରଧାନମନ୍ତ୍ରୀ ପୋଲାଣ୍ଡ ଗସ୍ତ କରିଛନ୍ତି । ମୋର ତୃତୀୟ କାର୍ଯ୍ୟକାଳ ଆରମ୍ଭରେ ମୁଁ ଏହି ଭାଗ୍ୟ ପାଇଛି । ଏହି ଅବସରରେ ମୁଁ ପୋଲାଣ୍ଡ ସରକାର ଏବଂ ଲୋକଙ୍କୁ ମୋର ବିଶେଷ କୃତଜ୍ଞତା ଜଣାଉଛି । ପୋଲାଣ୍ଡକୁ ଧନ୍ୟବାଦ ଜଣାଇ ପିଏମ ମୋଦୀ କହିଛନ୍ତି ଯେ ୨୦୨୨ ମସିହାରେ ୟୁକ୍ରେନ ସଙ୍କଟ ସମୟରେ ଫସି ରହିଥିବା ଭାରତୀୟ ଛାତ୍ରମାନଙ୍କୁ ବାହାର କରିବାରେ ଆପଣ ଯେଉଁ ଉଦାରତା ଦେଖାଇଛନ୍ତି,ତାହାକୁ ଆମେ ଭାରତୀୟ ମାନେ କଦାପି ଭୁଲି ପାରିବୁ ନାହିଁ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.