ପ୍ରମୂଖ ଖବର
  • ନୂଆଦିଲ୍ଲୀରେ ବସିବ ନୀତି ଆୟୋଗ ବୈଠକ, ଅଧ୍ୟକ୍ଷତା କରିବେ ପ୍ରଧାନମନ୍ତ୍ରୀ
  • ||
  • କିଏ ନେବ ରାଜ୍ୟ କଂଗ୍ରେସ ନେତୃତ୍ୱ ? ଦିଲ୍ଲୀ ଦରବାରରେ ଛାମୁଆ ନେତା, ଚର୍ଚ୍ଚାରେ ତାରା, ମୋକିମ, ପ୍ରସାଦ ଓ ସପ୍ତଗିରି
  • ||
  • ଶନିବାରଠୁ ଶ୍ରୀଲଙ୍କା-ଭାରତ ଟି-ଟ୍ୱେଣ୍ଟି ସିରିଜ୍,ପାଲିକେଲେରେ ଖେଳାଯିବ ପ୍ରଥମ ମୁକାବିଲା
  • ||
  • ଶନିବାର ନୀତି ଆୟୋଗ ସାଧାରଣ ପରିଷଦ ବୈଠକ, ଦିଲ୍ଲୀରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
  • ||
  • ଲଘୁଚାପ ସକ୍ରିୟ: ଆସନ୍ତା ୪ ଦିନ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ସତର୍କ କରାଇଲେ ଏସ୍‌ଆରସି
  • ||

ଏହି ପୋଲିଂ ବୁଥ୍‌ରେ ଦିଆ ଯାଇନି ଗୋଟିଏ ବି ଭୋଟ୍‌ , ମତଦାନ କରୁଥିବା ଲୋକଙ୍କ କାଟି ଦିଆ ଯାଏ ଆଙ୍ଗୁଠି !

ରାୟପୁର : ଲୋକସଭା ନିର୍ବାଚନରେ ଭୋଟିଂ ମଧ୍ୟରେ ବସ୍ତର ଲୋକସଭା ସିଟ୍‌ରୁ ଆଶ୍ଚର୍ଯ୍ୟ କରିବା ଭଳି ଖବର ଆସିଛି ସାମନାକୁ। ବସ୍ତର ଲୋକସଭା ସିଟ୍‌ରେ ଏକ ଏମିତି ପୋଲିଂ ବୁଥ୍‌ ଅଛି, ଯେଉଁଠି ଆଜି ଦ୍ୱିପ୍ରହର ୩ଟାରେ ନିର୍ବାଚନ ଶେଷ ହେବା ଯାଏ ଗୋଟିଏ ବି ଭୋଟ ଦିଆଯାଇ ନାହିଁ। ଛତିଶଗଡ଼ର ନକ୍ସଲ ପ୍ରଭାବିତ ଅଞ୍ଚଳ ବସ୍ତରରେ କଡ଼ା ସୁରକ୍ଷା ମଧ୍ୟରେ ମତଦାନ କରାଯାଉଛି। ନିର୍ବାଚନ ଆୟୋଗ ମତଦାନକୁ ନେଇ ଯେଉଁ ତଥ୍ୟ ଜାରି କରିଛି ଏହି ଅନୁସାରେ , ଏବେସୁଦ୍ଧା ୫୮.୧୮ ପ୍ରତିଶତ ମତଦାନ ହୋଇଛି। ଏହାସହ ଖବର ଆସିଛି କି ବସ୍ତରରେ ଗୋଟିଏ ମତଦାନ କେନ୍ଦ୍ର ଏମିତି ହିଁ ଅଛି ଯେଉଁଠି ଦ୍ୱିପ୍ରହର ୩ଟା ଯାଏ ଗୋଟିଏ ବି ଭୋଟ ଦିଆଯାଇ ନାହିଁ ।

ଛତିଶଗଡ଼ର ବସ୍ତର ଲୋକସଭା ଅଞ୍ଚଳର ସୁକମା ଜିଲ୍ଲାରେ ପୂରା ଅଞ୍ଚଳର ଦୁର୍ଦ୍ଦାନ୍ତ ଓ ଚର୍ଚ୍ଚିତ ନକ୍ସଲି ହିଡମାର ପୂବର୍ତ୍ତି ଗାଁକୁ ସୁରକ୍ଷା ପାଇଁ ସବୁଠୁ ସମ୍ୱେଦନଶୀଳ ଭାବେ ଜଣାଯାଏ। ଏହି କାରଣରୁ ପ୍ରଶାସନ ଏଠାର ବୁଥ୍‌କୁ ଅନ୍ୟ ଅଞ୍ଚଳକୁ ସିଫ୍ଟ କରି ଦେଇଛି। ସିଲଗେରରେ ପୂବର୍ତ୍ତିର ପୋଲିଂକୁ ସିଫ୍ଟ କରି ଏଠାର ସୁରକ୍ଷାର କଡ଼ା ବନ୍ଦୋବସ୍ତ ମଧ୍ୟରେ ଭୋଟିଂ କରାଯାଇଛି। ସୁରକ୍ଷାର ବନ୍ଦୋବସ୍ତ ହେବା ପରେ ମଧ୍ୟ ପୂବର୍ତ୍ତି ଗାଁର ଗୋଟିଏ ବି ଭୋଟର ନିଜ ମତାଧିକାର ସାବ୍ୟସ୍ତ କରି ନାହାନ୍ତି।

ଉଲ୍ଲେଖନୀୟ ଯେ, ସୁକମା ଜିଲ୍ଲା ଅନ୍ତର୍ଗତ ପୂବର୍ତ୍ତି ଗାଁକୁ ନେଇ କୁହାଯାଏ କି, ଗତ ୩ ଦଶକରୁ ଏହି ଗାଁର ଲୋକେ ମତଦାନରେ ଭାଗ ନେଇ ନାହାନ୍ତି। ଏହା ପଛର କାରଣ ନକ୍ସଲଙ୍କ ଆତଙ୍କରାଜ। କୁହାଯାଉଛି କି ଏଠାରେ ନକ୍ସଲମାନେ ଭୋଟ ଦେଉଥିବା ଲୋକଙ୍କ ଆଙ୍ଗୁଠିକୁ କାଟି ଦିଅନ୍ତି। ଏହି ଡ଼ର ଆଜି ବି ଏଠାରେ ଲୋକଙ୍କ ମନରେ ଭୟ ସଞ୍ଚାର କରିଛି।

ଖବର ଅନୁସାରେ ଭୋଟ ଦେବା ପରେ ଏଠାରେ ଲୋକଙ୍କ ଆଙ୍ଗୁଠିରେ ସ୍ୟାହି ନଲଗେଇବାକୁ ବି ନିର୍ଦ୍ଦେଶ ଦିଆଯାଇ ଥିଲା, ଏହା ସତ୍ତ୍ୱେ ଏଠାରେ ଗାଁର ଜଣେ ବି ମତଦାତା ଭୋଟ୍‌ ଦେଇ ନାହାନ୍ତି। 

 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.