ପ୍ରମୂଖ ଖବର
  • ଛତ୍ରପୁର: ଡିଆରଡିଏ ଛକରେ ଗୋମାଂସ ଟ୍ରକକୁ ଧରିଲା ବଜରଙ୍ଗଦଳ,୧୨ ଟନ୍ ଗୋମାଂସ ଜବତ, ୨ ଅଟକ
  • ||
  • ଭୁବନେଶ୍ବର ଷ୍ଟେସନ ନିକଟରେ ମାଲବାହୀ ଟ୍ରେନ ଲାଇନଚ୍ୟୁତ, ଅଟକିଛି ଅନେକ ଟ୍ରେନ୍
  • ||
  • ମଝି ଚିିଲିକାରେ ପୁଣି ଫସିଲା ଯାତ୍ରୀବାହୀ ଡଙ୍ଗା, ଡଙ୍ଗାରେ ଅଛନ୍ତି ୧୭ ଯାତ୍ରୀ
  • ||
  • ଦିଲ୍ଲୀ ଦ୍ବାରିକା ସେକ୍ଟର ୧୨ରେ ଭୁଶୁଡ଼ିଲା ନିର୍ମାଣାଧୀନ ହସ୍ପିଟାଲ କୋଠା, ଜଣେ ମୃତ, ୯ ଆହତ
  • ||
  • କାରଗିଲ୍‌ ବିଜୟ ଦିବସ ୨୫ ବର୍ଷ ପୂର୍ତ୍ତି, ଯୁଦ୍ଧ ସହିଦ ସ୍ମାରକୀରେ ଶ୍ରଦ୍ଧାଞ୍ଜଳି ଦେବେ ମୋଦି
  • ||
  • ଶୁକ୍ରବାର ପ୍ୟାରିସ ଅଲିମ୍ପିକ ଉଦ୍‌ଘାଟନୀ ଉତ୍ସବ, ପରେଡରେ ସାମିଲ ହେବେ ୭୦୦୦ କ୍ରୀଡ଼ାବିତ
  • ||

ଏବେ ମାଳଦ୍ୱୀପ ନୁହେଁ , ଶ୍ରୀଲଙ୍କା ଯାଉଛନ୍ତି ଭାରତୀୟ ପର୍ଯ୍ୟଟକ : ମୁଇଜ୍ଜୁଙ୍କ ଗୋଟିଏ ଭୁଲ୍‌ ସବୁ ବିଗାଡ଼ି ଦେଲା

ନୂଆଦିଲ୍ଲୀ : ଭାରତ ଓ ମାଳଦ୍ୱୀପ ମଧ୍ୟରେ ଦୀର୍ଘ ଦିନରୁ ଲାଗି ରହିଛି ବିବାଦ। ମହମ୍ମଦ ମୁଇଜ୍ଜୁ ମାଳଦ୍ୱୀପର ରାଷ୍ଟ୍ରପତି ହେବା ପରେ ହିଁ ମାଲେ ଓ ନୂଆ ଦିଲ୍ଲୀର ସଂପର୍କ ବିଗାଡ଼ିବାରେ ଲାଗି ଥିଲେ। ମୁଇଜ୍ଜୁଙ୍କ ଇଣ୍ଡିଆ ଆଉଟ୍ ର ନାରାର ମୁର୍ଖତା ଯୋଗୁଁ ପୂରା ମାଳଦ୍ୱୀପ ଧ୍ୱଂସ ହେବାକୁ ବସିଛି। ଭାରତ ମଧ୍ୟ ମାଳଦ୍ୱୀପକୁ ଜବାବ ଦେଇ ବୟକଟ୍‌ ମାଳଦ୍ୱୀପ ଭଳି ଟ୍ରେଣ୍ଡସ ସୋସିଆଲ ମିଡ଼ିଆରେ ଚଲାଇଲା, ଯେଉଁଥିରେ ସେଠାର ପର୍ଯ୍ୟଟନ ଇଣ୍ଡଷ୍ଟ୍ରୀକୁ ବଡ଼ କ୍ଷତି ସହିବାକୁ ପଡ଼ିଛି। ଭାରତ ଓ ମାଳଦ୍ୱୀପର ଟେନସନ ମଧ୍ୟରେ ଶ୍ରୀଲଙ୍କାକୁ ଫାଇଦା ହେଉଛି। ଶ୍ରୀଲଙ୍କାର ଟୁରିଜିମ୍‌ ମିନିଷ୍ଟର ହରିନ ଫର୍ଣ୍ଣାଣ୍ଡୋ କହିଛନ୍ତି କି, ଭାରତୀୟ ପର୍ଯ୍ୟଟକଙ୍କ ଦ୍ୱାରା ମାଳଦ୍ୱୀପର ବହିଷ୍କାରର ଆହ୍ୱାନରେ ଶ୍ରୀଲଙ୍କାର ଟୁରିଜିମ୍‌ ଇଣ୍ଡଷ୍ଟ୍ରୀ ଉପରେ ପଜିଟିଭ୍‌ ପ୍ରଭାବ ପଡ଼ିଛି। ଫର୍ଣ୍ଣାଣ୍ଡୋ ସିଏନବିସି ସହ କଥାବାର୍ତ୍ତାରେ କହିଛନ୍ତି ଯେ, ମାଳଦ୍ୱୀପରେ ଚାଲୁ ଥିବା ସ୍ଥିତି ଯୋଗୁଁ ଅଜାଣତରେ ଶ୍ରୀଲଙ୍କାର ପର୍ଯ୍ୟଟନ କ୍ଷେତ୍ରକୁ ଫାଇଦା ହୋଇଛି।

ଗତ ବର୍ଷ ୨୦୨୩ରେ ଜାନୁୟାରୀ ମାସରେ ୧୩,୭୫୯ ଭାରତୀୟ ଯାତ୍ରୀମାନେ ଶ୍ରୀଲଙ୍କା ଯାତ୍ରା କରି ଥିଲେ, ଏହା ଚଳିତ ବର୍ଷ ଜାନୁୟାରୀରେ ବଢି ୩୪, ୩୯୯ ହୋଇଛି। ଫେବ୍ରୁଆରୀରେ ଗତ ବର୍ଷ ୧୩୭୧୪ ଲୋକ ଶ୍ରୀଲଙ୍କା ଯାଇ ଥିଲେ। ଚଳିତ ବର୍ଷ ଏହି ସଂଖ୍ୟା ବୃଦ୍ଧି ପାଇଁ ୩୦,୦୨୭ ହୋଇ ଯାଇଛି। ଏହିପରି ମାର୍ଚ୍ଚରେ ଗତ ବର୍ଷର ସଂଖ୍ୟା ୧୮,୯୫୯ର ତୁଳନାରେ ୩୧,୮୫୩ ଭାରତୀୟ ଲୋକେ ଶ୍ରୀଲଙ୍କା ଯାତ୍ରା କରିଛନ୍ତି। ଅପ୍ରେଲରେ ଗତ ବର୍ଷ ୧୯,୯୧୫ ଲୋକ ଶ୍ରୀଲଙ୍କା ଯାଇଛନ୍ତି, ସେପଟେ ଚଳିତ ବର୍ଷ ୨୭,୩୦୪ ଭାରତୀୟମାନେ ଶ୍ରୀଲଙ୍କାର ଯାତ୍ରା କରିଛନ୍ତି। ଜାନୁୟାରୀରେ ହୋଇଥିବା ସୋସିଆଲ ମିଡ଼ିଆ ବିବାଦର ସନ୍ଦର୍ଭ ଦେଇ ଫର୍ନାଣ୍ଡୋ କହିଛନ୍ତି, ମାଳଦ୍ୱୀପ ମାମଲା ... ଆମକୁ ସାହାଯ୍ୟ କରୁଛି। 

ଉଲ୍ଲେଖନୀୟ ଯେ , ଜାନୁୟାରୀ ମାସର ଆରମ୍ଭରେ ଭାରତ ଓ ମାଳଦ୍ୱୀପ ମଧ୍ୟରେ ଉତ୍ତେଜନା ଶୀର୍ଷ ସ୍ତରରେ ପହଞ୍ଚି ଯାଇଥିଲା। ପିଏମ ନରେନ୍ଦ୍ର ମୋଦି ଲାକ୍ଷାଦ୍ୱୀପ ଗସ୍ତ କରି ଥିଲେ, ଯାହା ପରେ ସୋସିଆଲ ମିଡ଼ିଆରେ ଲୋକେ ଲାକ୍ଷାଦ୍ୱୀପ ବୁଲି ଯିବାକୁ ପର୍ଯ୍ୟଟକଙ୍କୁ ଅପିଲ୍‌ କରି ଥିଲେ। ଏହି ମଧ୍ୟରେ ମାଳଦ୍ୱୀପ ବୟକଟ୍‌ ମଧ୍ୟ ଟ୍ରେଣ୍ଡ କରିବାକୁ ଲାଗିଲା। ସେବେଠାରୁ ମାଳଦ୍ୱୀପ ଯାଉଥିବା ଭାରତୀୟ ପର୍ଯ୍ୟଟକଙ୍କ ସଂଖ୍ୟାରେ ବଡ଼ ହ୍ରାସ ଦେଖିବାକୁ ମିଳିଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.