ପ୍ରମୁଖ ଖବର
  • ବାରିପଦା ବ୍ୟାଙ୍କ ଅଫ୍ ଇଣ୍ଡିଆରେ ଅଗ୍ନିକାଣ୍ଡ, ୩ଜଣ ଅସୁସ୍ଥ ଅବସ୍ଥାରେ ଉଦ୍ଧାର, ୨ଟି ଅଗ୍ନିଶମ ଟିମ୍ ନିୟୋଜିତ
  • ||
  • କଂଗ୍ରେସ ଛାଡ଼ିଲେ ଦୁଲାଲ ଚନ୍ଦ୍ର ପ୍ରଧାନ,ଏଆଇସିସି ସଭାପତିଙ୍କୁ ପଠାଇଲେ ଇସ୍ତଫା ପତ୍ର
  • ||
  • ଚଣ୍ଡିଖୋଲ ବଡ଼ଚଣା ଓଭରବ୍ରିଜ୍‌ରେ ଦୁର୍ଘଟଣା, ଅଜଣା ଗାଡ଼ି ଧକ୍କା ୨ ବାଇକ୍ ଆରୋହୀ ମୃତ
  • ||
  • ରାସ୍ତା ପାର୍ ହେଉଥିଲେ ମହିଳା, ଚଢ଼ିଗଲା ମାଛ ବୋଝେଇ ପିକ୍ଅପ୍ ଭ୍ୟାନ୍
  • ||
  • ମେ’ ୩ରେ ରାୟଗଡ଼ା ଆସିବେ ରାହୁଲ, ବିଶାଳ ଜନସଭାକୁ ସମ୍ବୋଧିତ କରିବେ
  • ||
  • ଆଇପିଏଲ୍ 2024: କୋଲକାତା ନାଇଟ୍‌ ରାଇଡର୍ସକୁ ଭେଟିବ ଦିଲ୍ଲୀ କ୍ୟାପିଟାଲ୍ସ, ଇଡେନ ଗାର୍ଡେନ୍ସ ହେବ ରନ୍ ବର୍ଷା
  • ||
  • କାମାକ୍ଷାନଗରରେ ଏନକାଉଣ୍ଟର, ପୁଲିସ ଗୁଳିରେ ଦୁର୍ଦ୍ଦାନ୍ତ ଅପରାଧୀ ସୁବାଷ ଖୁଣ୍ଟିଆ ଗୁରୁତର
  • ||
  • ଓଡ଼ିଶାରେ ତୃତୀୟ ପର୍ଯ୍ୟାୟ ନିର୍ବାଚନ ପାଇଁ ବିଜ୍ଞପ୍ତି ପ୍ରକାଶ, ଆଜିଠୁ ନାମାଙ୍କନ ଦାଖଲ
  • ||
  • ଜଗତସିଂହପୁର-ବାଲିକୁଦା ନିକଟରେ ଓଲଟିଲା ବରଯାତ୍ରୀ ବସ୍, ୧୦ ଜଣ ଆହତ
  • ||

ବିଜେପିରେ ଟିକଟ କସରତ: ଆଜି ଆସିପାରେ ଦ୍ୱିତୀୟ ପର୍ଯ୍ୟାୟ ତାଲିକା, କୋର୍ କମିଟି ବୈଠକରେ ଚୂଡ଼ାନ୍ତ

ଭୁବନେଶ୍ୱର,୨୯/୦୩: ବିଜେପିରେ ଟିକଟ କସରତ ଜୋର୍‌ ହୋଇଛି । ବିଜେଡି ଆଗୁଆ ବିଧାନସଭା ପ୍ରାର୍ଥୀ ଘୋଷଣା କରି ପାଦେ ଆଗରେ ଅଛି । ତେବେ ବିଜେପି ଦିନେ ବା ଦୁଇ ଦିନ ଭିତରେ ୧୦୦ ଜଣିଆ ପ୍ରାର୍ଥୀ ତାଲିକା ଘୋଷଣା କରିବ । ଏହା ଉପରେ ଚୂଡ଼ାନ୍ତ ମୋହର ମାରିବାକୁ ଗୁରବାର ବିଳମ୍ବିତ ରାତି ଯାଏ ଦିଲ୍ଲୀରେ ବୈଠକ ବସିଛି । ବିଜେପି ଅଧ୍ୟକ୍ଷ ଜେ.ପି. ନଡ୍ଡା ଓ ଗୃହମନ୍ତ୍ରୀ ଅମିତ ଶାହଙ୍କ ଉପସ୍ଥିତିରେ ତିନି ଘଣ୍ଟା ଯାଏ ମାରାଥନ୍‌ ଆଲୋଚନା ହୋଇଛି । 

ପ୍ରଥମ ପର୍ଯ୍ୟାୟରେ ୧୮ଜଣିଆ ଲୋକସଭା ପ୍ରାର୍ଥୀ ତାଲିକା ଘୋଷଣା ହୋଇଥିଲା । କେବଳ ଯାଜପୁର, କଟକ ଓ କନ୍ଧମାଳ ଆସନକୁ ଝୁଲାଇ ରଖାଯାଇଥିଲା । ଏହି ତିନି ଆସନ ପାଇଁ ପ୍ରାର୍ଥୀଙ୍କ ସମେତ ବିଧାନସଭା ପ୍ରାର୍ଥୀ ତାଲିକାକୁ ସମସ୍ତେ ଅପେକ୍ଷା କରି ରହିଛନ୍ତି । ପ୍ରାର୍ଥୀ ତାଲିକା ଚୂଡ଼ାନ୍ତ କରିବାକୁ ଗୁରୁବାର ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ ଓ ରାଜ୍ୟ ସଂଗଠନ ସମ୍ପାଦକ ମାନସ ମହାନ୍ତି ଦିଲ୍ଲୀ ଯାଇଛନ୍ତି। 

ଅପରାହ୍ନରେ ଦିଲ୍ଲୀସ୍ଥିତ ବିଜେପି ମୁଖ୍ୟାଳୟରେ ଭର୍ତ୍ତୃହରି ଓ ସିଦ୍ଧାନ୍ତଙ୍କ ମିଶ୍ରଣ ପର୍ବ ପରେ  ସନ୍ଧ୍ୟାରେ କୋର୍‌ କମିଟି ବୈଠକ ବସିଥିଲା । ରାଜ୍ୟ ସଭାପତି ଓ ସମ୍ପାଦକଙ୍କ ସହିତ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ରାଜ୍ୟ ନିର୍ବାଚନ ପ୍ରଭାରୀ ବିଜୟ ପାଲ ସିଂ ତୋମାର ଉପସ୍ଥିତ ଥିଲେ । ସନ୍ଧ୍ୟାରେ ନଡ୍ଡାଙ୍କ ସହିତ ଦୀର୍ଘ ସମୟ ଯାଏ ପ୍ରାର୍ଥୀ ତାଲିକା ଉପରେ ଆଲୋଚନା ହୋଇଥିଲା । ପରେ ଗୃହମନ୍ତ୍ରୀ ଶାହ ଆସି ବୈଠକରେ ସାମିଲ ହୋଇଥିଲେ । ଦ୍ୱିତୀୟ ପର୍ଯ୍ୟାୟରେ ବିଜେପି ୩ଟି ଲୋକସଭା ଆସନ ସହିତ ୧୦୦ ଜଣିଆ ବିଧାନସଭା ପ୍ରାର୍ଥୀ ତାଲିକା ଘୋଷଣା କରିପାରେ । କିଛି ପୁରୁଖା ନେତାଙ୍କ ସହିତ ନୂଆ ମୁହଁକୁ ବିଜେପି ତାଲିକାରେ ଦେଖିବାକୁ ମିଳିବ । ବିଜେପି ନେତା ପୃଥ୍ୱୀରାଜ ହରିଚନ୍ଦନ କହିଛନ୍ତି, ୧୦୦ଜଣିଆ ତାଲିକା ଚୂଡ଼ାନ୍ତ ହୋଇଛି । ଦିନେ ବା ଦୁଇ ଦିନ ଭିତରେ ଏହା ଘୋଷଣା କରାଯିବ ।

  • prameyanews
  • PrameyaOdia
  • prameya
  • General Election 2024
  • Odisha election 2024
  • lok sabha election 2024
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.