ପ୍ରମୂଖ ଖବର
  • ନୂଆଦିଲ୍ଲୀରେ ବସିବ ନୀତି ଆୟୋଗ ବୈଠକ, ଅଧ୍ୟକ୍ଷତା କରିବେ ପ୍ରଧାନମନ୍ତ୍ରୀ
  • ||
  • କିଏ ନେବ ରାଜ୍ୟ କଂଗ୍ରେସ ନେତୃତ୍ୱ ? ଦିଲ୍ଲୀ ଦରବାରରେ ଛାମୁଆ ନେତା, ଚର୍ଚ୍ଚାରେ ତାରା, ମୋକିମ, ପ୍ରସାଦ ଓ ସପ୍ତଗିରି
  • ||
  • ଶନିବାରଠୁ ଶ୍ରୀଲଙ୍କା-ଭାରତ ଟି-ଟ୍ୱେଣ୍ଟି ସିରିଜ୍,ପାଲିକେଲେରେ ଖେଳାଯିବ ପ୍ରଥମ ମୁକାବିଲା
  • ||
  • ଶନିବାର ନୀତି ଆୟୋଗ ସାଧାରଣ ପରିଷଦ ବୈଠକ, ଦିଲ୍ଲୀରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
  • ||
  • ଲଘୁଚାପ ସକ୍ରିୟ: ଆସନ୍ତା ୪ ଦିନ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ସତର୍କ କରାଇଲେ ଏସ୍‌ଆରସି
  • ||

ନୂଆ ସରକାର ଆସିଲେ କ’ଣ ହେବ ? ଡରରେ ଆଗଧାଡ଼ିଆ ଅଫିସରଙ୍କ ଛାତି ଧଡ଼ଧଡ଼, ଖଣ୍ଡାଧାରରେ ଭାଗ୍ୟ

ଭୁବନେଶ୍ୱର,୦୬/୦୬: ଅଫିସର ମହଲରେ ପଶିଗଲାଣି ଛନକା । ନୂଆ ସରକାର ଆସିଲେ, କ’ଣ  ହେବ? କାଟ୍‌ତି ରହିବ ନା ନୂଆ ସରକାରଙ୍କ କଇଁଚି ଚାଲିବ । ଡରରେ ଆଗଧାଡ଼ିଆଙ୍କ ଛାତି ଧଡ଼ଧଡ଼ । 

ଆଇଏଏସ୍‌, ଆଇପିଏସ, ଓପିଏସ୍‌ ଏବଂ ଓଏଏସ୍‌  ଅଫିସରଙ୍କ ସ୍ତରରେ ଛନକା ବଢ଼ିଯାଇଛି । ନବୀନଙ୍କ  ଶାସନ କାଳରେ ଯେଉଁମାନେ ବଡ଼ ପଦପଦବିରେ ଆଗ  ଧାଡ଼ିଆରେ ଥିଲେ, ସେମାନଙ୍କ ଭିତରୁ ଅନେକଙ୍କ ମୁଣ୍ଡ  ଗୋଲ୍‌ । ସରକାରଙ୍କ ଶୁଭ ଦୃଷ୍ଟିରେ ରହିବେ ନା କୋପ  ଦୃଷ୍ଟିରେ ବଳି ପଡ଼ିବେ, ସେଇ ଚିନ୍ତା ଘାରିଲାଣି । 

ଅଫିସର୍‌ ରାଜ୍‌କୁ ପ୍ରସଙ୍ଗ କରି ବିଜେପି ନିର୍ବାଚନ  ମଇଦାନକୁ ଓହ୍ଲାଇଥିଲା । ପ୍ରଚାରରେ ସିଧାସିଧା ବିଜେପି  ନେତାମାନେ କହିଥିଲେ, ବିଜେପି ଆସିଲେ ଓଡ଼ିଶାରେ  ଅଫିସର ରାଜ୍‌ ଚାଲିବନି । ବିଜେପି ନେତାଙ୍କ ଏଭଳି ଫଁ..  ଏବେ ଅନେକ ଅଫିସରଙ୍କ କାନରେ ଘଣ୍ଟି ଭଳି ବାଜୁଛି ।  ନିଜ ଭବିଷ୍ୟତ ଚିନ୍ତା ସଭିଙ୍କୁ ଘାରିଛି । 

ବିଶେଷକରି ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ (ସିଏମ୍‌ଓ)ରେ  କାର୍ଯ୍ୟ କରୁଥିବା କିଛି ବରିଷ୍ଠ ଅଧିକାରୀ, ବିଭିନ୍ନ ବିଭାଗରେ  ଦୀର୍ଘ ବର୍ଷ ଧରି ବଡ଼ ପଦବିରେ ଥିବା ଅଫିସରଙ୍କ ମୁଣ୍ଡ  ଗୋଲ୍‌ । ଚର୍ଚ୍ଚା ହେଉଛି, କିଛି ଅଫିସରଙ୍କ ତାଲିକା  ବିଜେପି ପ୍ରସ୍ତୁତ କରି ରଖିଛି । ବିଜେପି ନେତାମାନଙ୍କ କହିବାନୁସାରେ ଯେଉଁ ଅଫିସର ନିଜ ପଦପଦବିର ଦାୟିତ୍ୱକୁ ଭୁଲି ନିର୍ବାଚନୀ ପ୍ରକ୍ରିୟାରେ ଶାସକ ଦଳ ପାଇଁ  କାମ କରୁଥିଲେ, ସେମାନଙ୍କୁ ଦଳ ଭାବେ ଚିହ୍ନଟ କରିଛି । ସରକାରକୁ ଆସିଲେ ପ୍ରଥମେ ସେମାନଙ୍କ କଥା ବୁଝାଯିବ ।  ବାସ୍‌, ଏହି କଥା କାନରେ ପଡ଼ିବା ପରେ କିଛି ଅଫିସରଙ୍କ  ନିଦ ହଜିଗଲାଣି । କିଛି ନିର୍ଦ୍ଦିଷ୍ଟ ଅଫିସରଙ୍କୁ କେନ୍ଦ୍ରୀୟ  ଡେପୁଟେସନରେ ପଠାଯାଇପାରେ । ଆଉ କେତେକ  ଅଫିସରଙ୍କ ଆସନ ଉପରେ କାର୍ଯ୍ୟାନୁଷ୍ଠାନର ଖଣ୍ଡା ବି  ଚାଲିପାରେ । ଏପରିକି ଇଡି ବି ପଶିପାରେ । 

ବଡ଼ ଧରଣର ପରିବର୍ତ୍ତନ ସମ୍ଭାବନା ଅଛି ରାଜ୍ୟ  ପ୍ରଶାସନିକ ମହଲରେ । ଶୁଣାଯାଉଛି, ବଡ଼ ଧରଣର  ବଦଳି ହୋଇପାରେ । ଦିଲ୍ଲୀରେ ଡେପୁଟେସନରେ ଥିବା  କିଛି ଅଫିସରଙ୍କୁ ପୁଣି ଓଡ଼ିଶା ଡାକରା ଯାଇପାରେ । କିଛି  ଅବସରପ୍ରାପ୍ତ ଓଡ଼ିଆ ଅଫିସରଙ୍କୁ ବଡ଼ ଭୂମିକା ମିଳିପାରେ  ନୂଆ ସରକାରରେ । ଆଇପିଏସ୍‌ ମହଲରେ କିଛି ଅଫିସରଙ୍କୁ  ଆଗାମୀ ଦିନରେ ବଡ଼ ଭୂମିକା ମିଳିବ । ବଡ଼ ପଦବିରେ  ୍‌ଥିବା କିଛି ଅଫିସରଙ୍କୁ ଅଲୋଡ଼ା ଦାୟିତ୍ୱ ଦିଆଯିବା ସମ୍ଭାବନା  ଅଛି । ଏମିତିକି ଜିଲ୍ଲା ସ୍ତର ଯାଏଁ ବଡ଼ ଓଲଟପାଲଟ  ସମ୍ଭାବନା ନେଇ ଛନକା ପଶିଛି ଅଫିସରଙ୍କ ଭିତରେ

  • PrameyaOdia
  • prameya
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.