ପ୍ରମୂଖ ଖବର
  • ଜାମ୍ମୁ-କାଶ୍ମୀରରେ ଏନକାଉଣ୍ଟର, ୩ ଯବାନ ଆହତ , ଜଣେ ଆତଙ୍କୀ ନିପାତ
  • ||
  • ମୁମ୍ବାଇରେ ଭୁଶୁଡିଲା ତିନି ମହଲା କୋଠା, ଚାପି ହୋଇ ଚାଲିଗଲା ୨ ଜୀବନ, ଏକାଧିକ ଆହତ
  • ||
  • ନୂଆଦିଲ୍ଲୀରେ ବସିବ ନୀତି ଆୟୋଗ ବୈଠକ, ଅଧ୍ୟକ୍ଷତା କରିବେ ପ୍ରଧାନମନ୍ତ୍ରୀ
  • ||
  • କିଏ ନେବ ରାଜ୍ୟ କଂଗ୍ରେସ ନେତୃତ୍ୱ ? ଦିଲ୍ଲୀ ଦରବାରରେ ଛାମୁଆ ନେତା, ଚର୍ଚ୍ଚାରେ ତାରା, ମୋକିମ, ପ୍ରସାଦ ଓ ସପ୍ତଗିରି
  • ||
  • ଶନିବାରଠୁ ଶ୍ରୀଲଙ୍କା-ଭାରତ ଟି-ଟ୍ୱେଣ୍ଟି ସିରିଜ୍,ପାଲିକେଲେରେ ଖେଳାଯିବ ପ୍ରଥମ ମୁକାବିଲା
  • ||
  • ଶନିବାର ନୀତି ଆୟୋଗ ସାଧାରଣ ପରିଷଦ ବୈଠକ, ଦିଲ୍ଲୀରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
  • ||
  • ଲଘୁଚାପ ସକ୍ରିୟ: ଆସନ୍ତା ୪ ଦିନ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ସତର୍କ କରାଇଲେ ଏସ୍‌ଆରସି
  • ||

ଇତିହାସ ରଚିଲେ ନଓ୍ବାଜ ଶରିଫଙ୍କ ଝିଅ ମରିୟମ ନଓ୍ବାଜ, ପଞ୍ଜାବ ପ୍ରଦେଶର ହେଲେ ପ୍ରଥମ ମହିଳା ମୁଖ୍ୟମନ୍ତ୍ରୀ…

ନୂଆଦିଲ୍ଲୀ: ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ନଓ୍ବାଜ ଶରିଫଙ୍କ ଝିଅ ମରିୟମ ନଓ୍ବାଜ ପାକିସ୍ତାନର ପଞ୍ଜାବ ପ୍ରଦେଶର ମୁଖ୍ୟମନ୍ତ୍ରୀ ଭାବେ ନିର୍ବାଚିତ ହୋଇଛନ୍ତି । ଏହା ସହିତ ମରିୟମ ନୱାଜ ଇତିହାସ ସୃଷ୍ଟି କରିଛନ୍ତି କାରଣ ମରିୟମ ନୱାଜ ପଞ୍ଜାବର ପ୍ରଥମ ମହିଳା ମୁଖ୍ୟମନ୍ତ୍ରୀ । ମରିୟମ ନୱାଜ ୨୨୦ ଭୋଟ ପାଇ ସୁନ୍ନି ଇତେହାତ୍ କାଉନସିଲ୍ ପ୍ରାର୍ଥୀ ରାଣା ଆଫତାବ ଅହମ୍ମଦଙ୍କୁ ପରାସ୍ତ କରିଛନ୍ତି । ସୁନ୍ନି ଇତେହାତ୍ କାଉନସିଲ୍ ସଦସ୍ୟମାନେ ଭୋଟ୍ ବହିଷ୍କାର କରିଥିଲେ, ତେଣୁ ରାଣା ଆଫତାବ ଅହମ୍ମଦଙ୍କୁ କୌଣସି ଭୋଟ୍ ମିଳିଲା ନାହିଁ।

ସଂଖ୍ୟାବଳ ଅନୁଯାୟୀ, ମରିୟମ ନୱାଜ ପଞ୍ଜାବର ମୁଖ୍ୟମନ୍ତ୍ରୀ ହେବା ନିଶ୍ଚିତ ଥିଲା । ପଞ୍ଜାବ ବିଧାନସଭା ବାଚସ୍ପତି ମଲିକ ଅହମ୍ମଦ ଖାନ ସ୍ପଷ୍ଟ କରିସାରିଥିଲେ ଯେ, କେବଳ ମୁଖ୍ୟମନ୍ତ୍ରୀପଦବୀ ପାଇଁ ଭୋଟ୍ ଗ୍ରହଣ କରାଯିବ ଏବଂ ବିଧାନସଭାର କୌଣସି ସଦସ୍ୟଙ୍କୁ କହିବାର ସୁଯୋଗ ଦିଆଯିବ ନାହିଁ । ଏହା ପରେ ଅନୁଷ୍ଠିତ ଭୋଟିଂରେ ମରିୟମ ନୱାଜ ସହଜରେ ଜିତିଲେ । ଏହାପୂର୍ବରୁ ପଞ୍ଜାବ ବିଧାନସଭା ସଦସ୍ୟଙ୍କ ଶପଥ ଗ୍ରହଣ ସମାରୋହ ଅନୁଷ୍ଠିତ ହୋଇଥିଲା, ଯେଉଁଥିରେ ୩୭୧ ଜଣ ସଦସ୍ୟଙ୍କ ମଧ୍ୟରୁ ୩୨୧ ଜଣ ଶପଥ ଗ୍ରହଣ କରିଥିଲେ । ପଞ୍ଜାବ ବିଧାନସଭାର ବାଚସ୍ପତି ତଥା ଉପବାଚସ୍ପତି ନିର୍ବାଚନରେ ନୱାଜ ସରିଫଙ୍କ ଦଳ ପିଏମଏଲ-ଏନ ମଧ୍ୟ ଜିତିଛି । ପିଏମଏଲ-ଏନର ମଲିକ ମହମ୍ମଦ ଅହମ୍ମଦ ଖାନ ବାଚସ୍ପତି ଭାବରେ ନିର୍ବାଚିତ ହୋଇ ୨୨୪ ଭୋଟ୍ ପାଇଥିଲେ । ଅନ୍ୟପକ୍ଷରେ ମଲିକ୍ ଜହିର ଖାନ ଉପ ବାଚସ୍ପତି ଭାବରେ ନିର୍ବାଚିତ ହୋଇଛନ୍ତି । ସେ ୨୨୦ ଭୋଟ୍ ପାଇଛନ୍ତି । 

ମରିୟମ ନୱାଜ ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ନୱାଜ ସରିଫଙ୍କ ଝିଅ । ମରିୟମ ନୱାଜ ୧୯୯୨ ମସିହାରେ ସଫଦର ଆୱାନଙ୍କୁ ବିବାହ କରିଥିଲେ । ସଫଦର ଆୱାନ ପାକିସ୍ତାନ ସେନାରେ ଜଣେ କ୍ୟାପ୍ଟର ରହିଥିଲେ । ସଫଦର ଆୱାନ ମଧ୍ୟ ନୱାଜ ସରିଫଙ୍କ ସୁରକ୍ଷା ଅଧିକାରୀ ଥିଲେ । ମରିୟମ ନୱାଜଙ୍କର ତିନୋଟି ସନ୍ତାନ ଅଛନ୍ତି । ମରିୟମ ନୱାଜ ୨୦୧୨ ରେ ରାଜନୀତିରେ ପ୍ରବେଶ କରିଥିଲେ ଏବଂ ତାଙ୍କ ପିତାଙ୍କ ସହ କାମ କରିଥିଲେ । ୨୦୨୪ ର ସାଧାରଣ ନିର୍ବାଚନରେ ମରିୟମ ନୱାଜ ପ୍ରଥମ ଥର ପାଇଁ ପାକିସ୍ତାନର ଜାତୀୟ ବିଧାନସଭା ଏବଂ ପଞ୍ଜାବ ବିଧାନସଭାକୁ ନିର୍ବାଚିତ ହୋଇଛନ୍ତି ।


 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.