ପ୍ରମୂଖ ଖବର
  • ଜାମ୍ମୁ-କାଶ୍ମୀରରେ ଏନକାଉଣ୍ଟର, ୩ ଯବାନ ଆହତ , ଜଣେ ଆତଙ୍କୀ ନିପାତ
  • ||
  • ମୁମ୍ବାଇରେ ଭୁଶୁଡିଲା ତିନି ମହଲା କୋଠା, ଏକାଧିକ ଆହତ
  • ||
  • ନୂଆଦିଲ୍ଲୀରେ ବସିବ ନୀତି ଆୟୋଗ ବୈଠକ, ଅଧ୍ୟକ୍ଷତା କରିବେ ପ୍ରଧାନମନ୍ତ୍ରୀ
  • ||
  • କିଏ ନେବ ରାଜ୍ୟ କଂଗ୍ରେସ ନେତୃତ୍ୱ ? ଦିଲ୍ଲୀ ଦରବାରରେ ଛାମୁଆ ନେତା, ଚର୍ଚ୍ଚାରେ ତାରା, ମୋକିମ, ପ୍ରସାଦ ଓ ସପ୍ତଗିରି
  • ||
  • ଶନିବାରଠୁ ଶ୍ରୀଲଙ୍କା-ଭାରତ ଟି-ଟ୍ୱେଣ୍ଟି ସିରିଜ୍,ପାଲିକେଲେରେ ଖେଳାଯିବ ପ୍ରଥମ ମୁକାବିଲା
  • ||
  • ଶନିବାର ନୀତି ଆୟୋଗ ସାଧାରଣ ପରିଷଦ ବୈଠକ, ଦିଲ୍ଲୀରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
  • ||
  • ଲଘୁଚାପ ସକ୍ରିୟ: ଆସନ୍ତା ୪ ଦିନ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ସତର୍କ କରାଇଲେ ଏସ୍‌ଆରସି
  • ||

ଟି-୨୦ ବିଶ୍ବକପ୍‌: ‘କର ବା ମର’ ମ୍ୟାଚ୍‌ରେ କାନାଡାକୁ ମାତ୍ ଦେଲା ପାକିସ୍ତାନ

Image Courtesy: espncricinfo

ନ୍ୟୁୟର୍କ: ‘କର ବା ମର’ ମୁକାବିଲାରେ ବିଜୟୀ ହୋଇଛି ପାକିସ୍ତାନ। ନ୍ୟୁୟର୍କର ନସାଉ କ୍ରିକେଟ୍ ଷ୍ଟାଡିୟମରେ ଖେଳା ଯାଇଥିବା ମ୍ୟାଚରେ ପାକିସ୍ତାନ କାନାଡ଼ାକୁ ୭ ଓ୍ଵିକେଟରେ ହରାଇ ସୁପର-୮ରେ ପହଞ୍ଚିବା ଆଶା ଉଜ୍ଜିବୀତ ରଖି ପାରିଛି । ପ୍ରଥମ ଦୁଇଟି ମ୍ୟାଚ୍  ହାରିବା ପରେ ପାକିସ୍ତାନ ଚଳିତ ବିଶ୍ଵକପରେ ପ୍ରଥମ ବିଜୟ ହାସଲ କରିଛି । କାନାଡ଼ା ଦ୍ଵାରା ଧାର୍ଯ୍ୟ ୧୦୭ ରନର ବିଜୟ ଲକ୍ଷ୍ୟକୁ ପାକିସ୍ତାନ ୧୭.୩ ଓଭରରେ ୩ ଓ୍ଵିକେଟ୍ ହରାଇ ହାସଲ କରି ନେଇଛି ।

 ମହମ୍ମଦ ରିଜଓ୍ଵାନ ୫୩ ରନର ମ୍ୟାଚ୍ ବିଜୟୀ ଇନିଂସ ଖେଳିଥିବା ବେଳେ ଅଧିନାୟକ ବାବର ଆଜମ ୩୩ ରନର ଉଲ୍ଲେଖନୀୟ ଇନିଂସ ଖେଳିଛନ୍ତି। ପ୍ରଥମେ ବ୍ୟାଟିଂ କରିଥିବା କାନାଡ଼ା ୭ ଓ୍ଵିକେଟ୍  ହରାଇ ୧୦୬ ରନ କରିଥିଲା। ଦଳ ପକ୍ଷରୁ ଆରୋନ ଜନସନ ୫୨ ରନର ଗୁରୁତ୍ଵପୂର୍ଣ୍ଣ ଇନିଂସ ଖେଳିଥିଲେ। ଅନ୍ୟପଟେ ବିଜୟ ସହ ପାକିସ୍ତାନ ଏ ଗ୍ରୁପର ପଏଣ୍ଟ ଟେବୁଲର ତୃତୀୟ ସ୍ଥାନରେ ପହଞ୍ଚିଛି ।

ଟି-୨୦ ବିଶ୍ଵକପ୍ ୨୦୨୪ରେ ଖେଳା ଯାଇଥିବା ୨୨ତମ ମ୍ୟାଚରେ କାନାଡ଼ା ପ୍ରଥମେ ବ୍ୟାଟିଂ କରି ୭ ଓ୍ଵିକେଟ୍ ହରାଇ ୧୦୬ ରନ କରିଥିଲା । ଦଳ ପକ୍ଷରୁ ଆରୋନ ଜନସନ ୫୨ ରନର ଇନିଂସ ଖେଳିଥିଲେ। ଲୋ ସ୍କୋରିଂ ମ୍ୟାଚରେ ପାକିସ୍ତାନ ସମ୍ମୁଖରେ ଥିଲା ୧୦୭ ରନର ବିଜୟ ଲକ୍ଷ୍ୟ। ଏହି ମୁକାବିଲା ପାକିସ୍ତାନ ପାଇଁ କର ବା ମର ପରିସ୍ଥିତି ସୃଷ୍ଟି କରିଥିଲା । ହେଲେ ଏହି ମ୍ୟାଚ୍‌କୁ ପାକିସ୍ତାନ ୭ ଓ୍ଵିକେଟରେ ଜିତିନେଇଛି । ଏହି ମ୍ୟାଚ୍ ଜିତିବା ସହ ପାକିସ୍ତାନର ସୁପର ୮କୁ ଯିବାର ଆଶା ଉଜ୍ଜିବୀତ ହୋଇଉଠିଛି । 

ଟସ୍ ହାରି ପ୍ରଥମେ ବ୍ୟାଟିଂ କରିଥିବା କାନାଡ଼ା ପାଇଁ ପ୍ରଥମ ଦୁଇ ଓଭର ଭଲ ରହିଥିଲା। ମାତ୍ର ତୃତୀୟ ଓଭରରେ ନବନୀତ ଢାଲିଓ୍ଵାଲ ୪ ରନ କରି ଆଉଟ୍ ହୋଇଥିଲେ। ପାଓ୍ଵାର ପ୍ଲେ ଶେଷ ହେବା ବେଳକୁ ପରଗତ ସିଂ ୨ ରନ କରି ପାଭିଲିୟନ ଫେରିଥିଲେ। ପ୍ରଥମ ୬ ଓଭରରେ ଦଳ ୨ ଓ୍ଵିକେଟ୍ ହରାଇ ୩୦ ରନ କରିଥିଲା।ଏହାପରେ କାନାଡାଇ ଦଳ ନିୟମିତ ବ୍ୟବଧାନରେ ଓ୍ଵିକେଟ୍ ହରାଇ ଚାଲିଥିଲା। ଫଳରେ ଦଳ ୧୦ ଓଭରରେ ୪ ଓ୍ଵିକେଟ୍ ବିନିମୟରେ ୫୫ ରନ କରିଥିଲା। ଭଲ ଫର୍ମରେ ଥିବା ନିକୋଲାସ କିର୍ଟନ ଓ ଶ୍ରେୟସ ମୋଭା କ୍ରମଶଃ ୧ ଓ ୨ ରନ କରି ଆଉଟ୍ ହୋଇଥିଲେ। ଅନ୍ୟପଟେ ଦମଦାର ବ୍ୟାଟିଂ କରୁଥିବା ଆରୋନ ଜନସନ ୩୯ ବଲରୁ ଅର୍ଦ୍ଧଶତକ ହାସଲ କରିଥିଲେ। 

ଦଳର ସ୍ଥିତି ସୁଧୁରିବା ବେଳକୁ ଜନସନ ୧୪ତମ ଓଭରରେ ନସୀମ ଶାହଙ୍କ ବଲରେ କ୍ଲିନ ବୋଲ୍ଡ ହୋଇଥିଲେ। ସେ ୪୪ ବଲ୍ରୁ ୪ ଚୌକା ଏବଂ ୪ ଛକା ସହ ୫୨ ରନ କରିଥିଲେ। ୧୫ତମ ଓଭରରେ କାନାଡ଼ା ୬ ଓ୍ଵିକେଟ୍ ହରାଇ ୭୭ ରନ କରିଥିଲେ। ଅଧିନାୟକ ସାଦ ବିନ ଜଫର ଇନିଂସକୁ ସମ୍ଭାଳିବାକୁ ଉଦ୍ୟମ କରିଥିଲେ। ମାତ୍ର ସେ ୨୧ ବଲରୁ ୧୦ ରନ କରି ଆଉଟ୍ ହୋଇଥିଲେ। ଶେଷ ଓଭର ଗୁଡ଼ିକରେ ଡିଲୋନ ହେଲିଗର ଓ କଲିନ ସନା ଦ୍ରୁତ ବ୍ୟାଟିଂ କରିବାକୁ ଉଦ୍ୟମ କରିଥିଲେ ହେଁ ଦଳକୁ ବଡ଼ ସ୍କୋରରେ ପହଞ୍ଚାଇ ପାରିନ ଥିଲେ। ଅନ୍ତିମ ଓଭରରେ କଲିନ ସନା ୧୩ ରନ ଓ ଡିଲୋନ ହେଲିଗର ୯ ରନ କରି କାନାଡାଇ ଇନିଂସକୁ ୧୦୬ ରନରେ ପହଞ୍ଚାଇଥିଲେ। ବୋଲିଂରେ ମହମ୍ମଦ ଆମିର ୪ ଓଭରରେ ୧୩ ରନ ଦେଇ ୨ଟି ଏବଂ  ହାରିସ ରାଉଫ ୪ ଓଭରରେ ୨୬ ରନ ଦେଇ ୨ଟି ଓ୍ଵିକେଟ୍ ନେଇଥିଲେ ।

  • T-20 World Cup
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.