ପ୍ରମୂଖ ଖବର
  • ନୂଆଦିଲ୍ଲୀରେ ବସିବ ନୀତି ଆୟୋଗ ବୈଠକ, ଅଧ୍ୟକ୍ଷତା କରିବେ ପ୍ରଧାନମନ୍ତ୍ରୀ
  • ||
  • କିଏ ନେବ ରାଜ୍ୟ କଂଗ୍ରେସ ନେତୃତ୍ୱ ? ଦିଲ୍ଲୀ ଦରବାରରେ ଛାମୁଆ ନେତା, ଚର୍ଚ୍ଚାରେ ତାରା, ମୋକିମ, ପ୍ରସାଦ ଓ ସପ୍ତଗିରି
  • ||
  • ଶନିବାରଠୁ ଶ୍ରୀଲଙ୍କା-ଭାରତ ଟି-ଟ୍ୱେଣ୍ଟି ସିରିଜ୍,ପାଲିକେଲେରେ ଖେଳାଯିବ ପ୍ରଥମ ମୁକାବିଲା
  • ||
  • ଶନିବାର ନୀତି ଆୟୋଗ ସାଧାରଣ ପରିଷଦ ବୈଠକ, ଦିଲ୍ଲୀରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
  • ||
  • ଲଘୁଚାପ ସକ୍ରିୟ: ଆସନ୍ତା ୪ ଦିନ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ସତର୍କ କରାଇଲେ ଏସ୍‌ଆରସି
  • ||

ପ୍ୟାରିସ ଅଲିମ୍ପିକ୍ସ ୨୦୨୪: ଉଦ୍‌ଘାଟନୀ ଉତ୍ସବର ରିହାଲସଲ୍‌ ସ୍ଥଗିତ

ପ୍ୟାରିସ,୦୬/୦୬: ଜୁଲାଇ ମାସ ୨୬ ତାରିଖରୁ ଆରମ୍ଭ ହେବ ପ୍ୟାରିସ ଅଲିମ୍ପିକ୍ସ । ପ୍ରଥମ ଥର ଷ୍ଟାଡିୟମ ପରିବର୍ତ୍ତେ ନଦୀରେ ଆୟୋଜିତ ହେବ ଉଦ୍‌ଘାଟନୀ ଉତ୍ସବ ।  ଏନେଇ ପ୍ରସ୍ତୁତି ଏକ ପ୍ରକାଶ ଶେଷ ହୋଇଛି । ପାଣିପାଗ ଖରାପ ରହିବାରୁ ଗତ ୨୭ ତାରିଖରେ  ହେବାକୁ ଥିବା ଉଦ୍‌ଘାଟନୀ ଉତ୍ସବର ରିହାଲସଲକୁ  ସ୍ଥଗିତ ରଖାଯାଇଥିଲା ।  ସେମିତି ପୂର୍ବରୁ ଏପ୍ରିଲ  ୮ ତାରିଖରେ ଏହି କାର୍ଯ୍ୟକ୍ରମ ଆୟୋଜନ ନେଇ  ଯୋଜନା ରହିଥିଲା, ତାହା ବି ଶେଷ ମୁହୂର୍ତ୍ତରେ ବାତିଲ କରାଯାଇଥିଲା । 

ଅଲିମ୍ପିକ୍ସ ଆୟୋଜନ କମିଟିର ଜଣେ ଅଧିକାରୀ  କହିଛନ୍ତି, ‘ପାଣିପାଗ ଠିକ୍‌ ରହିଲେ ରିହାଲସନ  କରାଯିବ । ପୂର୍ବରୁ ୨ ଥର ଏଥିପାଇଁ ପ୍ରସ୍ତୁତ ହୋଇ  ଶେଷ ମୁହୂର୍ତ୍ତରେ କାର୍ଯ୍ୟକ୍ରମକୁ ବାତିଲ କରାଯାଇଛି ।’  ଅଲିମ୍ପିକ୍ସ ଜୁଲାଇ ୨୬ରୁ ଆରମ୍ଭ ହୋଇ ଅଗଷ୍ଟ ୧୧ ତାରିଖରେ  ଶେଷ ହେବ । ୧୦ ହଜାରରୁ ଊଦ୍ଧ୍ୱର୍ କ୍ରୀଡ଼ାବିତ ଭାଗ ନେବେ ।  ମଧ୍ୟପ୍ରାଚ୍ୟରେ ପରିବେଶ ଅଶାନ୍ତ ରହିଥିବାରୁ ଅଲିମ୍ପିକ୍ସରେ  ସୁରକ୍ଷା ସମସ୍ୟା ଦେଖା ଦେଲେ ନଦୀ ପରିବର୍ତ୍ତେ ଉଦ୍‌ଘାଟନୀ  ଉତ୍ସବ କୌଣସି ଷ୍ଟାଡିୟମରେ ଆୟୋଜନ କରାଯିବ ବୋଲି ପୂର୍ବରୁ  ଫ୍ରାନ୍ସ ରାଷ୍ଟ୍ରପତି ଇମାନୁଏଲ ମାକ୍ରନ ପୂର୍ବରୁ ସୂଚନା ଦେଇଥିଲେ

  • PrameyaOdia
  • prameya
  • Paris Olympics 2024
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.