ପ୍ରମୂଖ ଖବର
  • ଜାମ୍ମୁ-କାଶ୍ମୀରରେ ଏନକାଉଣ୍ଟର, ୩ ଯବାନ ଆହତ , ଜଣେ ଆତଙ୍କୀ ନିପାତ
  • ||
  • ମୁମ୍ବାଇରେ ଭୁଶୁଡିଲା ତିନି ମହଲା କୋଠା, ଏକାଧିକ ଆହତ
  • ||
  • ନୂଆଦିଲ୍ଲୀରେ ବସିବ ନୀତି ଆୟୋଗ ବୈଠକ, ଅଧ୍ୟକ୍ଷତା କରିବେ ପ୍ରଧାନମନ୍ତ୍ରୀ
  • ||
  • କିଏ ନେବ ରାଜ୍ୟ କଂଗ୍ରେସ ନେତୃତ୍ୱ ? ଦିଲ୍ଲୀ ଦରବାରରେ ଛାମୁଆ ନେତା, ଚର୍ଚ୍ଚାରେ ତାରା, ମୋକିମ, ପ୍ରସାଦ ଓ ସପ୍ତଗିରି
  • ||
  • ଶନିବାରଠୁ ଶ୍ରୀଲଙ୍କା-ଭାରତ ଟି-ଟ୍ୱେଣ୍ଟି ସିରିଜ୍,ପାଲିକେଲେରେ ଖେଳାଯିବ ପ୍ରଥମ ମୁକାବିଲା
  • ||
  • ଶନିବାର ନୀତି ଆୟୋଗ ସାଧାରଣ ପରିଷଦ ବୈଠକ, ଦିଲ୍ଲୀରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
  • ||
  • ଲଘୁଚାପ ସକ୍ରିୟ: ଆସନ୍ତା ୪ ଦିନ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ସତର୍କ କରାଇଲେ ଏସ୍‌ଆରସି
  • ||

ରାସ୍ତା ମରାମତି ଓ ନେଟଓ୍ବର୍କ କାମ ନହେଲେ ଭୋଟ ବର୍ଜନ କରିବେ ସିର୍କାବର୍ଗ ପଞ୍ଚାୟତବାସୀ

ଦାରିଙ୍ଗବାଡି,୩୦/୪ : ବର୍ଷ ବର୍ଷ ଧରି ମୌଳିକ ସୁବିଧାରୁ ବଂଚିତ ହୋଇ ରହିଛନ୍ତି ଦାରିଙ୍ଗବାଡି ବ୍ଲକ ସିର୍କାବର୍ଗ ପଞ୍ଚାୟତବାସୀ। ତେବେ ରାସ୍ତା ମରାମତି ଓ ନେଟଓ୍ବାର୍କ କାମ  ନ‌ ହେଲେ ଭୋଟ ବର୍ଜନ କରିବେ ବୋଲି ପଞ୍ଚାୟତବାସୀ ବିଡିଓଙ୍କୁ ଦାବିପତ୍ର ପ୍ରଦାନ କରିଛନ୍ତି। 

ସିର୍କାବର୍ଗ ପଞ୍ଚାୟତ ଦାରିଙ୍ଗବାଡି ବ୍ଲକର ଏକ ଉପାନ୍ତ ପଞ୍ଚାୟତ । ଏହି ପଞ୍ଚାୟତ ସୀମାନ୍ତ କୁ ଲାଗି ରହିଛି କୋଟଗଡ଼ ବ୍ଲକ। ସିର୍କାବର୍ଗ ପଞ୍ଚାୟତରେ ବିକାଶ ଆଜି ପର୍ଯ୍ୟନ୍ତ ପହଞ୍ଚି ପାରି ନାହିଁ । ମୁଲୁକଚେରୀ ଛକ ଠାରୁ ସିର୍କାବର୍ଗ ଗ୍ରାମକୁ ଗ୍ରାମ୍ୟ ଉନ୍ନୟନ ବିଭାଗ ପକ୍ଷରୁ ୨୦୨୦ ମସିହାରେ ପ୍ରଧାନମନ୍ତ୍ରୀ ଗ୍ରାମ୍ୟ ସଡ଼କ ଯୋଜନାରେ ରାସ୍ତା ନିର୍ମାଣ ହୋଇଥିଲା । ହେଲେ ରାସ୍ତା ହେଲା ପର ଠାରୁ ୫ ବର୍ଷ ପାଇଁ ରକ୍ଷଣାବେକ୍ଷଣ ନିମନ୍ତେ ଅନୁଦାନ ରହିଥିଲେ ସୁଦ୍ଧା ରାସ୍ତା ମରାମତି ନହେବା ଫଳରେ ରାସ୍ତାରେ ଖାଲ ଖମା ସହ ପିଚୁ ଉଠିଗଲାଣି।  ଗାଡ଼ିରେ ଗଲା ବେଳେ ବିପଦ ପୂର୍ଣ୍ଣ ଭାବେ ଯାତାୟାତ କରିବାକୁ ପଡ଼ୁଛି । ଫଳରେ ଲୋକେ ପ୍ରତ୍ୟେକ ଦିନ ଘାଟି ପାହାଡ଼ ରାସ୍ତା ରେ ଭୟରେ ଯାତାୟତ କରୁଛନ୍ତି । ରାସ୍ତା ମରାମତି ନେଇ ଅନେକ ବାର ଅଭିଯୋଗ ହୋଇଥିଲେ ସୁଦ୍ଧା ରାସ୍ତା ମରାମତି କାର୍ଯ୍ୟ ହୋଇ ପାରୁନାହିଁ । ଅନ୍ୟ ଏକ ବଡ଼ ସମସ୍ୟା ହେଉଛି ଗାଁ ରେ ନେଟୱର୍କ । ନେଟୱର୍କ କାମ ହୋଇ ୧ ବର୍ଷ ରୁ ଉର୍ଦ୍ଧ ବିତିଯାଇଥିଲେ ସୁଦ୍ଧା ଆଜି ପର୍ଯ୍ୟନ୍ତ ଚାର୍ଜ କରାଯାଉନାହିଁ । ଫଳରେ ପିଲାମାନେ ଅନଲାଇନ କ୍ଲାସ, ବିଭିନ୍ନ ସରକାରୀ କାର୍ଯ୍ୟ, ଅସୁବିଧା ସମୟରେ ଫୋନ ମାଧ୍ୟମରେ ଯୋଗାଯୋଗ ହୋଇପାରୁନାହିଁ । ଏଥି ସହିତ ସିର୍କାବର୍ଗ ଠାରୁ ବାଞ୍ଜାମାହା ଗ୍ରାମକୁ କଚା ରାସ୍ତା ଥିବା ବେଳେ ଯାତାୟତରେ ବାଧା ପ୍ରାପ୍ତ ହେଉଛି । ଏଭଳି ଭାବେ ଗାଁରେ ରହିଛି ଅନେକ ସମସ୍ୟା । ନିର୍ବାଚନ ମଧ୍ୟରେ ଗାଁର ସମସ୍ୟା ସମାଧାନ ନହେଲେ ପଞ୍ଚାୟତବାସି ଭୋଟ ବର୍ଜନ କରିବା ସହ ଗାଁର ପ୍ରବେଶ ଦ୍ଵାରାରେ ଜଗି ରହି ନିର୍ବାଚିତ ସମ୍ପର୍କିତ ଯେ କୌଣସି ଗାଡ଼ି କିମ୍ବା ଅଧିକାରୀ ଙ୍କୁ ଗାଁରେ ପୁରେଇ ଦିଆ u ଯିବନି ବୋଲି ଗ୍ରାମବାସି ବିଡ଼ିଓ ଙ୍କୁ ଦାବିପତ୍ର ଦେବା ସମୟରେ ରୋକଠକ ଜଣେଇ ଦେଇଥିଲେ । ବିଡ଼ିଓ ଗଦାଧର ପାତ୍ର ଦାବିପତ୍ର ପାଇବା ପରେ ଗ୍ରାମ୍ୟ ଉନ୍ନୟନ ବିଭାଗର ଅଧିକାରୀ ଙ୍କ ସହ କଥା ହୋଇ ରାସ୍ତା କାମ ଯଥା ଶୀଘ୍ର ଆରମ୍ଭ କରିବା ପାଇଁ କହିଥିବା ବେଳେ ନେଟୱର୍କ ପାଇଁ ଜିଓ ଅଧିକାର ଙ୍କ ଆଲୋଚନା କରିବେ ବୋଲି କହିଛନ୍ତି । ଦାବିପତ୍ର ଦେବା ସମୟରେ ସିର୍କାବର୍ଗ ସରପଞ୍ଚ ଚିରଞ୍ଜିବୀ ପ୍ରଧାନ ଙ୍କ ସମେତ ଗ୍ରାମବାସୀ ଉପସ୍ଥିତି ଥିଲେ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.