ପ୍ରମୂଖ ଖବର
  • ନୂଆଦିଲ୍ଲୀରେ ବସିବ ନୀତି ଆୟୋଗ ବୈଠକ, ଅଧ୍ୟକ୍ଷତା କରିବେ ପ୍ରଧାନମନ୍ତ୍ରୀ
  • ||
  • କିଏ ନେବ ରାଜ୍ୟ କଂଗ୍ରେସ ନେତୃତ୍ୱ ? ଦିଲ୍ଲୀ ଦରବାରରେ ଛାମୁଆ ନେତା, ଚର୍ଚ୍ଚାରେ ତାରା, ମୋକିମ, ପ୍ରସାଦ ଓ ସପ୍ତଗିରି
  • ||
  • ଶନିବାରଠୁ ଶ୍ରୀଲଙ୍କା-ଭାରତ ଟି-ଟ୍ୱେଣ୍ଟି ସିରିଜ୍,ପାଲିକେଲେରେ ଖେଳାଯିବ ପ୍ରଥମ ମୁକାବିଲା
  • ||
  • ଶନିବାର ନୀତି ଆୟୋଗ ସାଧାରଣ ପରିଷଦ ବୈଠକ, ଦିଲ୍ଲୀରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
  • ||
  • ଲଘୁଚାପ ସକ୍ରିୟ: ଆସନ୍ତା ୪ ଦିନ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ସତର୍କ କରାଇଲେ ଏସ୍‌ଆରସି
  • ||

ପ୍ରଧାନମନ୍ତ୍ରୀଙ୍କ ଜାତିକୁ ନେଇ ରାହୁଲ ଗାନ୍ଧୀଙ୍କ ଟାର୍ଗେଟ, କହିଲେ- ମୋଦି ଓବିସି ନୁହଁନ୍ତି, ଜେନେରାଲ କାଷ୍ଟରେ ଜନ୍ମ ହୋଇଛନ୍ତି’

ନୂଆଦିଲ୍ଲୀ,୮।୨:  କଂଗ୍ରେସ ନେତା ରାହୁଲ ଗାନ୍ଧି ପୁଣିଥରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଜାତିକୁ ନେଇ କରିଛନ୍ତି ଟାର୍ଗେଟ। ଭାରତ ଯୋଡୋ ନ୍ୟାୟ ଯାତ୍ରାରେ ଓଡିଶା ଆସି ରାହୁଲ କହିଛନ୍ତି, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓବିସି ନୁହେଁ, ଜେନେରାଲ କାଷ୍ଟରେ ଜନ୍ମ ହୋଇଚନ୍ତି। ବିଜେପି କିନ୍ତୁ ଲୋକଙ୍କୁ ଏହା କହି ବୋକା ବନାଉଛି ଯେ,ପ୍ରଧାନମନ୍ତ୍ରୀ ଓବିସି ଜାତିରେ ଜନ୍ମ ହୋଇଛନ୍ତି। ସେ ତେଲି ସମାଜରୁ ଆସନ୍ତି। ବିଜେପି ୨୦୦୦ ରେ ତାଙ୍କ ଜାତିକୁ ଓବିସି ବୋଲି କହିଥିଲା। ସେ ସାରା ଦୁନିଆକୁ ମିଛ କହୁଛନ୍ତି। ’ 

ରାହୁଲ କହିଛନ୍ତି, ମୋତେ ଜଣାଅଛି ପିଏମ୍ ମୋଦି ଓବିସି ନୁହନ୍ତି, କାରଣ ସେ କେବେ କୌଣସି ଓବିସି ଲୋକଙ୍କୁ ଆଲିଙ୍ଗନ କରନ୍ତି ନାହିଁ। କୌଣସି ଶ୍ରମିକର ହାତ ଧରନ୍ତି ନାହିଁ। ସେ କେବଳ ଆଦାନୀଙ୍କ ହାତ ଧରନ୍ତି। ସେଥିପାଇଁ ପୁରା ଜୀବନ ଜାତି ଆଧାରିତ ସର୍ଭେ କରାଇବାକୁ ଦେବେନି। ଜାତି ଜନଗଣନା କଂଗ୍ରେସ ଓ ରାହୁଲ ଗାନ୍ଧୀ କରିକି ଦେଖାଇବେ। ମୋଦି ସକାଳେ, ଖରାବେଳେ ଓ ସନ୍ଧ୍ୟାରେ ସବୁବେଳେ କେବଳ ନୂଆ ଡ୍ରେସ୍ ପିନ୍ଧନ୍ତି ଆଉ ନିଜକୁ ଓବିସି କହୁଛନ୍ତି।’    

ଭାରତ ଯୋଡୋ ନ୍ୟାୟ ଯାତ୍ରା ଗୁରୁବାର ପଡୋଶୀ ଓଡ଼ିଶାରୁ ଛତିଶଗଡରେ ପ୍ରବେଶ କରିବାର କାର୍ଯ୍ୟକ୍ରମ ରହିଛି। ନଭେମ୍ବର ୨୦୨୩ ମସିହା ବିଧାନସଭା ନିର୍ବାଚନ ପରେ ଏହା ଗାନ୍ଧୀଙ୍କ ଛତିଶଗଡକୁ ପ୍ରଥମ ଗସ୍ତ ହେବ, ଯେଉଁଠାରେ ତାଙ୍କ ଦଳ ରାଜ୍ୟରେ କ୍ଷମତାରୁ ବହିଷ୍କୃତ ହୋଇଥିଲେ। ଦୁଇ ଦିନିଆ ବିରତି ପରେ ଜାନୁଆରି ୧୪ ତାରିଖରେ ମଣିପୁରରୁ ଆରମ୍ଭ ହୋଇଥିବା ଏହି ଯାତ୍ରା ଫେବ୍ରୁଆରି ୧୧ ତାରିଖରେ ରାୟଗଡ, ସକତି ଏବଂ କୋରବା ଜିଲ୍ଲା ଦେଇ ଯିବ। ଫେବ୍ରୁଆରି ୧୪ ତାରିଖରେ ଏହି ଯାତ୍ରା ବଳରାମପୁରରୁ ଝାରଖଣ୍ଡକୁ ଯିବ।

ଉଲ୍ଲେଖନୀୟ ଯେ,  ଭାରତ ଯୋଡୋ ନ୍ୟାୟ ଯାତ୍ରା ଗୁରୁବାର ଓଡ଼ିଶାରୁ ପଡୋଶୀ ଛତିଶଗଡରେ ପ୍ରବେଶ କରିବାର କାର୍ଯ୍ୟକ୍ରମ ରହିଛି। ନଭେମ୍ବର ୨୦୨୩ ମସିହା ବିଧାନସଭା ନିର୍ବାଚନ ପରେ ଏହା ଗାନ୍ଧୀଙ୍କ ଛତିଶଗଡକୁ ପ୍ରଥମ ଗସ୍ତ ହେବ, ଯେଉଁଠାରେ ତାଙ୍କ ଦଳ ରାଜ୍ୟରେ କ୍ଷମତାରୁ ବହିଷ୍କୃତ ହୋଇଥିଲେ।   

  • prameyanews
  • PrameyaOdia
  • prameya
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.