ପ୍ରମୂଖ ଖବର
  • ନୂଆଦିଲ୍ଲୀରେ ବସିବ ନୀତି ଆୟୋଗ ବୈଠକ, ଅଧ୍ୟକ୍ଷତା କରିବେ ପ୍ରଧାନମନ୍ତ୍ରୀ
  • ||
  • କିଏ ନେବ ରାଜ୍ୟ କଂଗ୍ରେସ ନେତୃତ୍ୱ ? ଦିଲ୍ଲୀ ଦରବାରରେ ଛାମୁଆ ନେତା, ଚର୍ଚ୍ଚାରେ ତାରା, ମୋକିମ, ପ୍ରସାଦ ଓ ସପ୍ତଗିରି
  • ||
  • ଶନିବାରଠୁ ଶ୍ରୀଲଙ୍କା-ଭାରତ ଟି-ଟ୍ୱେଣ୍ଟି ସିରିଜ୍,ପାଲିକେଲେରେ ଖେଳାଯିବ ପ୍ରଥମ ମୁକାବିଲା
  • ||
  • ଶନିବାର ନୀତି ଆୟୋଗ ସାଧାରଣ ପରିଷଦ ବୈଠକ, ଦିଲ୍ଲୀରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
  • ||
  • ଲଘୁଚାପ ସକ୍ରିୟ: ଆସନ୍ତା ୪ ଦିନ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ସତର୍କ କରାଇଲେ ଏସ୍‌ଆରସି
  • ||

କ୍ରିକେଟ ଟିମ୍‌ର ପୂର୍ବତନ କୋଚ୍‌ଙ୍କ ଘରୁ ନଗଦ ୧ କୋଟି ଟଙ୍କା ଜବତ କଲା ପୋଲିସ, ପୂର୍ବରୁ ଲାଗିସାରିଛି ମ୍ୟାଚ୍‌ ଫିକ୍ସିଂ ଅଭିଯୋଗ

ନୂଆଦିଲ୍ଲୀ: ଭାରତୀୟ କ୍ରିକେଟ ଜଗତ ସହ ଜଡ଼ିତ ଏକ ବଡ଼ ଖବର ସାମ୍ନାକୁ ଆସିଛି । ଭାରତୀୟ ମହିଳା କ୍ରିକେଟ ଟିମ୍‌ର ପୂର୍ବତନ କୋଚ୍‌ ତୁଷାର ଅରୋଠେଙ୍କ ଅଡ଼ୁଆ ବଢ଼ିବାରେ ଲାଗିଛି । ଭଦୋଦରା ପୋଲିସର ଏକ ସ୍ବତନ୍ତ୍ର ଅପରେସନ୍‌ ଟିମ୍‌ ତୁଷାର ଅରୋଠେଙ୍କ ଘରେ ଚଢ଼ାଉ କରିଛି । ଏନେଇ ପୋଲସି ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛି । ତୁଷାର ଅରୋଠା ଭଦୋଦରା ଲାଗି ଘରୋଇ ମ୍ୟାଚ୍‌ ଖେଳିଥିବା ବେଳେ ମ୍ୟାଚ୍‌ ଫିକ୍ସିଂ ନେଇ ତାଙ୍କ ଉପରେ ମଧ୍ୟ ଅଭିଯୋଗ ରହିଛି ।  

ଭାରତୀୟ ମହିଳା କ୍ରିକେଟ ଟିମ୍‌ର ପୂର୍ବତନ ପ୍ରଶିକ୍ଷକ ତୁଷାର ଅରୋଠେଙ୍କ ବିରୁଦ୍ଧରେ ଭଦୋଦରା ପୋଲିସ ମାମଲା ରୁଜୁ କରିଛି । ତୁଷାରଙ୍କ ଘରୁ ପୋଲସି ନଗଦ ଏକ କୋଟି ଟଙ୍କା ମଧ୍ୟ ଜବତ କରିଛି । ତୁଷାର ଅରୋଠେଙ୍କ ଘରେ ବହୁ ମାତ୍ରାରେ ନଗଦ ଟଙ୍କା ଗଚ୍ଛିତ ରହିଛି ବୋଲି ପୋଲିସକୁ ସୂଚନା ମିଳିଥିଲା । ପରେ ପୋଲିସ ଟିମ ତାଙ୍କ ଘରେ ଚଢ଼ାଉ କରିଥିଲା । ଏହି ସମୟରେ ତାଙ୍କର ପ୍ରତାପଗଞ୍ଜସ୍ଥିତ ଘରୁ ବ୍ୟାଗରେ ଭର୍ତ୍ତି ହୋଇଥିବା ଏକ କୋଟି ଟଙ୍କା ପୋଲସ ହାତରେ ଲାଗିଛି । ଆଉ ଏହି ଟଙ୍କା ତାଙ୍କ ପୁଅ ଋଷିଙ୍କ ଆପାର୍ଟମେଣ୍ଟରୁ ଆସିଥିଲା ବୋଲି ପୋଲିସ କହିଛି । 

ସେପଟେ ଏନେଇ ପଚାରିବାରୁ ତୁଷାର କୌଣସି ସନ୍ତୋଷଜନକ ଉତ୍ତର ଦେଇପାରି ନାହାନ୍ତି । ଏବେ ତୁଷାର କୋର୍ଟରେ ହାଜର ହୋଇ ଏତେ ଟଙ୍କା କେଉଁଠୁ ଆସିଲା ସେନେଇ କହିବେ । ଏବେ ତୁଷାର କିମ୍ବା ତାଙ୍କ ପୁଅଙ୍କୁ ପୋଲିସ ଗିରଫ କରିନାହିଁ । ଏହା ପୂର୍ବରୁ ୨୦୧୯ରେ ଆଇପିଏଲ ମ୍ୟାଚ୍‌ ଫିକ୍ସିଂ ମାମଲାରେ ତୁଷାର ଅରୋଠେ ଗିରଫ ହୋଇଥିଲେ । 

ଏପ୍ରିଲ ୨୦୧୯ରେ ଭଦୋଦରା କ୍ରାଇମବ୍ରାଞ୍ଚ ତୁଷାରଙ୍କ ସେମତ ୧୯ ଜଣଙ୍କୁ ଗିରଫ କରିଥିଲା । ତୁଷାର ଅରୋଠେ ମହିଳା କ୍ରିକେଟ ଟିମ୍‌ର ମୁଖ୍ୟ କୋଚ୍‌ ଥିଲେ । ତାଙ୍କର ୨ ବର୍ଷ କାର୍ଯ୍ୟକାଳ ବିସ୍ତାର ହୋଇଥିଲେ ହେଁ ସେ ୨୦୧୮ରେ ଇସ୍ତଫା ଦେଇଥିଲେ ।  ସେ ୨୦୦୮ରୁ ୨୦୧୨ ମଧ୍ୟରେ କୋଚିଂ ଷ୍ଟାଫରେ ମଧ୍ୟ ସାମିଲ ଥିଲେ ।

  • prameyanews
  • PrameyaOdia
  • prameya
  • cricket
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.