ପ୍ରମୂଖ ଖବର
  • ମାହାଙ୍ଗା: ଭାରସାମ୍ୟ ହରାଇ କେନାଲକୁ ଖସିଲା କାର୍, ଯୁବକଙ୍କ ମୃତ୍ୟୁ
  • ||
  • ମୋହନ ସରକାରଙ୍କ ପ୍ରଥମ ଅଧିବେଶନ, ୨୪ରେ ଉପବାଚସ୍ପତି ନିର୍ବାଚନ, ୨୫ରେ ପୂର୍ଣ୍ଣାଙ୍ଗ ବଜେଟ୍
  • ||
  • ପ୍ୟାରିସ୍‌ ଅଲିମ୍ପିକ ୨୦୨୪: ୨୫ରୁ ତୀରନ୍ଦାଜୀ ଇଭେଣ୍ଟ, ରିକର୍ଭ ଇଭେଣ୍ଟରେ ଭାଗ ନେବେ ୬ ଭାରତୀୟ
  • ||
  • ଆସନ୍ତା ୨୬ ସୁଦ୍ଧା ଆଉ ଏକ ଲଘୁଚାପ, ତିନିଦିନ ପ୍ରବଳ ବର୍ଷା ସମ୍ଭାବନା: ଏବେ ବି ନିଅଣ୍ଟିଆ ସ୍ଥିତିରୁ ବାହାରିନି ୧୬ ଜିଲ୍ଲା
  • ||
  • ମୋଦି ୩.୦ ସରକାରର ପ୍ରଥମ ବଜେଟ୍‌, ୭ମ ଥର ପାଇଁ ବଜେଟ୍‌ ଉପସ୍ଥାପନ କରିବେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ
  • ||

ବରେଲୀରେ ହନୁମାନଙ୍କ ପୂଜାର୍ଚ୍ଚନା କଲେ ରାହୁଲ ଗାନ୍ଧୀ, ପୋଷ୍ଟର ଲଗାଇଲେ ବିରୋଧୀ

ନୂଆଦିଲ୍ଲୀ, ୯/୭: ରାହୁଲ ଗାନ୍ଧୀ ନିଜ ଗୃହ ସଂସଦୀୟ କ୍ଷେତ୍ର ରାୟ ବରେଲୀ ଗସ୍ତ କରିଛନ୍ତି । ଲକ୍ଷ୍ନୌ ଏୟାରପୋର୍ଟରୁ ବାହାରି ସେ ରାୟବରେଲୀରେ ପହଞ୍ଚିଥିଲେ। ଏହାପରେ ବଛରବାର ଚୁରବା ବର୍ଡର ନିକଟରେ ଥିବା ହନୁମାନ ମନ୍ଦିରରେ ପୂଜା କରିଥିଲେ । ମନ୍ଦିରରେ ପୂଜାର୍ଚ୍ଚନା କରିବା ପରେ ରାହୁଲଙ୍କ କାଫିଲା ଭୁଏମଓ ଗେଷ୍ଟ ହାଉସରେ ଅଛନ୍ତି । ଭୁଏମଓରେ ରାହୁଲ ଦଳୀୟ କାର୍ଯ୍ୟକର୍ତ୍ତାଙ୍କ ସହ ବୈଠକ କରିବେ । ତେବେ ଏହାରି ମଧ୍ୟରେ ରାହୁଲଙ୍କ ଗସ୍ତକୁ ବିରୋଧ କରି ପୋଷ୍ଟର ଦେଖିବାକୁ ମିଳିଛି। 

ରାହୁଲ ସଂସଦରେ ଦେଇଥିବା ହିନ୍ଦୁ ସମ୍ପର୍କିତ ବିବାଦୀୟ ବୟାନକୁ ସେହି ପୋଷ୍ଟରରେ ନିନ୍ଦା କରାଯାଇଛି । ପୋଷ୍ଟରରେ ଲେଖାଯାଇଛି, ''କଣ ଆପଣଙ୍କୁ ଏହି ମନ୍ତବ୍ୟ ଦେବା ପାଇଁ ରାୟ ବରେଲୀବାସୀ ନିର୍ବାଚିତ କରିଥିଲେ ।'' ରାୟବରେଲୀରେ ରାହୁଲ ଗାନ୍ଧୀ କୀର୍ତ୍ତିଚକ୍ର ବିଜେତା ଶହୀଦ ଅଂଶୁମାନ ସିଂଙ୍କ ପରିଜନକୁ ମଧ୍ୟ ସାକ୍ଷାତ କରିବେ । ଏହା ପରେ ତାଙ୍କର ଅନ୍ୟ କାର୍ଯ୍ୟକ୍ରମ ରହିଛି । ଆଜି ସଂଧ୍ୟା ପର୍ଯ୍ୟନ୍ତ ସେ ବିଭିନ୍ନ କାର୍ଯ୍ୟକ୍ରମରେ ଅଂଶ ଗ୍ରହଣ କରିବା ପରେ ସଂଧ୍ୟାରେ ଦିଲ୍ଲୀ ଫେରିବେ ।


  • prameyanews
  • PrameyaOdia
  • prameya
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Rath Yatra

    Copyright © 2024 - Summa Real Media Private Limited. All Rights Reserved.