ପ୍ରମୂଖ ଖବର
  • ୩ ପ୍ରସ୍ତାବରେ କ୍ୟାବିନେଟ ମୋହର : ଅଗ୍ନିବୀରଙ୍କୁ ୧୦% ସଂରକ୍ଷଣ, ବାପାଙ୍କ ମୃତ୍ୟୁ ପରେ ଚାକିରି ପାଇବ ଝିଅ
  • ||
  • ରିଆମାଳ; ପାରିବାରିକ କଲହରୁ ମହିଳାଙ୍କ ଆତ୍ମହତ୍ୟା, ପୋଲିସର ତଦନ୍ତ ଆରମ୍ଭ।
  • ||
  • ଗଣେଶ ମେଢ଼ ଭସାଣିବେଳେ ତୁମୁଳକାଣ୍ଡ: ଗୋଷ୍ଠୀ ସଂଘର୍ଷ, ୧୫ ଆହତ
  • ||
  • ଭୁବନେଶ୍ୱର: ମାଲକାନଗିରି ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ, ବନ୍ୟା ଅଞ୍ଚଳ ପରିଦର୍ଶନ କରିବେ
  • ||
  • ମୟୂରଭଞ୍ଜ: ବିଦ୍ୟୁତ ଆଘାତରେ ମାଈ ହାତୀ ମୃତ
  • ||
  • ଭୁବନେଶ୍ୱର: ଆଜି ବସିବ ରାଜ୍ୟ କ୍ୟାବିନେଟ୍ ବୈଠକ, ବିଭିନ୍ନ ପ୍ରସ୍ତାବ ଉପରେ ହେବ ଆଲୋଚନା
  • ||
  • ଚାନ୍ଦିପୁରରୁ କ୍ଷେପଣାସ୍ତ୍ର ପରୀକ୍ଷଣ: ଆଜି ୬ ଗ୍ରାମରୁ ୩୧୦୦ ଲୋକଙ୍କୁ ସ୍ଥାନାନ୍ତରଣ କରାଯିବ
  • ||
  • ସମାକୋଇ ଜଳସେଚନ ପ୍ରକଳ୍ପକୁ ବିରୋଧ, ତେଲକୋଇରେ ୧୨ ଘଣ୍ଟିଆ ବନ୍ଦ ପାଳନ
  • ||
  • ବଙ୍ଗୋପସାଗରରେ ପୁଣି ସୃଷ୍ଟି ହେଲା ଘୂର୍ଣ୍ଣିବଳୟ, ୧୩ ଏବଂ ୧୪ରେ ଅଧିକ ବର୍ଷା ସମ୍ଭାବନା
  • ||

ପୁନେ ପୋର୍ସ କାର୍ ଦୁର୍ଘଟଣା ମାମଲା, ରକ୍ତ ନମୁନା ବଦଳାଇବା ଘଟଣାରେ ଆଉ ୨ ଅଭିଯୁକ୍ତ ଗିରଫ

ନୂଆଦିଲ୍ଲୀ,୨୦/୮: ପୁନେ ପୋର୍ସ କାର୍ ଦୁର୍ଘଟଣା ମାମଲା। ଏନେଇ ପୁନେ କ୍ରାଇମବ୍ରାଞ୍ଚ ଗତକାଲି ବିଳମ୍ବିତ ରାତିରେ ରକ୍ତ ନମୁନା ବଦଳାଇବା ଘଟଣାରେ ଆଉ ଦୁଇ ଜଣଙ୍କୁ ଗିରଫ କରିଛି। ନାବାଳକ ଅଭିଯୁକ୍ତଙ୍କ ରକ୍ତ ନମୁନା ତାଙ୍କ ମା’ଙ୍କ ସହିତ ବଦଳାଯାଇଥିବାରୁ ଶିବାନୀ ଅଗ୍ରୱାଲଙ୍କୁ ଗିରଫ କରାଯାଇଥିଲା। କିନ୍ତୁ ଦୁର୍ଘଟଣା ରାତିରେ ନାବାଳିକା ଅଭିଯୁକ୍ତଙ୍କ ସହ କାରରେ ତାଙ୍କର ଆଉ ଦୁଇଜଣ ସାଙ୍ଗ ମଧ୍ୟ  ଉପସ୍ଥିତ ଥିଲେ। ଉଭୟଙ୍କ ରକ୍ତ ନମୁନା ମଧ୍ୟ ବଦଳାଯାଇଥିଲା । ତେବେ ଶେଷରେ ଉଭୟଙ୍କୁ ପୋଲିସ ଗିରଫ କରିଥିବା ସିପି ଅମିତେଶ କୁମାର ସ୍ପଷ୍ଟ କରିଛନ୍ତି । 

ତେବେ ଗତ ମେ ୧୯ ତାରିଖରେ ମହାରାଷ୍ଟ୍ରର ପୁଣେରେ ପୋର୍ସ କାର ଦୁର୍ଘଟଣାରେ ଦୁଇଜଣ ସଫ୍ଟୱେୟାର ଇଞ୍ଜିନିୟର ଅନିଶ ଅବଧୀୟା ଏବଂ ଅଶ୍ୱିନୀ କୋଶଟାଙ୍କ ମୃତ୍ୟୁ ଘଟିଥିଲା। ଏହି ସମୟରେ କାର ଚଳାଉଥିବା ଯୁବକ ଜଣକ ନାବାଳକ ଥିଲେ। ଅଭିଯୋଗ ଅନୁଯାୟୀ ନାବାଳକଜଣକ ମଦ୍ୟପାନ କରି ଉଚ୍ଚ ବେଗରେ ପୋର୍ସ କାର ଚଳାଉଥିଲେ। ନାବାଳକ ଅଭିଯୁକ୍ତଙ୍କୁ ସେହି ଦିନ ଜୁଭେନାଇଲ୍ ଜଷ୍ଟିସ୍ ବୋର୍ଡ ଜାମିନ ପ୍ରଦାନ କରିଥିଲା ଏବଂ ତାଙ୍କୁ ପିତାମାତା ଏବଂ ଜେଜେବାପାଙ୍କ ଅଧୀନରେ ରଖିବାକୁ ନିର୍ଦ୍ଦେଶ ଦିଆଯାଇଥିଲା। ଏହା ସହିତ କୋର୍ଟ ମଧ୍ୟ ଏକ ସର୍ତ୍ତ ରଖିଥିଲେ ଯେ ନାବାଳକଙ୍କୁ ସଡ଼କ ସୁରକ୍ଷା ଉପରେ ୩୦୦ ଶବ୍ଦର ଏକ ନିବଂନ୍ଧ ଲେଖିବାକୁ ପଡିବ। ତେବେ ଜାମିନ ଆଦେଶରେ ସଂଶୋଧନ ପାଇଁ ପୋଲିସ ପରେ ବୋର୍ଡ ନିକଟରେ ଆବେଦନ କରିଥିଲା। ଏହା ପରେ, ମେ ୨୨ରେ ନାବାଳକ ଅଭିଯୁକ୍ତକୁ ହେପାଜତକୁ ନେବା ଓ ବାଳ ସୁଧାର ଗୃହକୁ ପଠାଇବାକୁ ନିର୍ଦ୍ଦେଶ ମିଳିଥିଲା । ଏହାପରେ ମାମଲାର ଯାଞ୍ଚ  ବେଳେ ପୋଲିସ ରକ୍ତ ନମୁନା ଅଦଳବଦଳ ହୋଇଥିବା ସୂଚନା ପାଇଥିଲା । 


  • prameyanews
  • PrameyaOdia
  • prameya
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.