ପ୍ରମୁଖ ଖବର
  • ଖଣ୍ଡପଡ଼ା: ପୋଖରୀରେ ବୁଡ଼ି ପଞ୍ଚମ ଶ୍ରେଣୀର ଛାତ୍ରଙ୍କ ମୃତ
  • ||
  • ଯଜ୍ଞର ପ୍ରସାଦ ଖାଇ ୫୦ରୁ ଉର୍ଦ୍ଧ୍ବ ଲୋକ ଝାଡ଼ାବାନ୍ତି, ଖଲ୍ଲିକୋଟ ମେଡିକାଲରେ ଭର୍ତ୍ତି
  • ||
  • ଶନିବାରଠୁ ପିଜି ନାମଲେଖା ଆବେଦନ, ୨୭ ତାରିଖ ପର୍ଯ୍ୟନ୍ତ ଚାଲିବ: ଜୁନ୍‌ ୨୨ରେ ଆଡମିଟ୍‌ କାର୍ଡ, ଜୁଲାଇ ୩ରୁ ୧୪ ପ୍ରବେଶିକା ପରୀକ୍ଷା
  • ||
  • ବାଲିପାଟଣା-ନିମାପଡ଼ା ରାସ୍ତାରେ ବିଦ୍ୟୁତ୍ ଖୁଣ୍ଟକୁ ଧକ୍କା ଦେଲା କାର
  • ||
  • ରଥଖଳା ହାଲ୍‌ଚାଲ୍‌...ନିର୍ମାଣସ୍ଥଳରେ ମୁଗୁର ଓ ନିହଣ ଶବ୍ଦର କମ୍ପନ, ଚାଲିଛି ତୁମ୍ବରେ ବିନ୍ଧ ଖୋଦେଇ
  • ||
  • ବିଜେପି ନେତାଙ୍କ ମାରାଥନ୍‌ ପ୍ରଚାର: ଆଜି ଅଶ୍ୱିନୀ, ହେମାମାଳିନୀ ଓ ତୋମାରଙ୍କ କରିବେ ପ୍ରଚାର, ଧର୍ମେନ୍ଦ୍ର, ଭୂପେନ୍ଦ୍ର, ଅନୁଭବ, ସିଦ୍ଧାନ୍ତ ବି ବୁଲିବେ
  • ||
  • ହରିୟାଣାରେ ଟୁରିଷ୍ଟ ବସ୍ ଦୁର୍ଘଟଣା, ନିଆଁ ଲାଗି ୮ ମୃତ, ୨୪ରୁ ଅଧିକ ଗୁରୁତର
  • ||
  • ସନ୍ଧ୍ୟାରେ ଥମିବ ୫ମ ପର୍ଯ୍ୟାୟ ନିର୍ବାଚନୀ ପ୍ରଚାର, ସୋମବାର ୪୯ ଲୋକସଭା ଆସନରେ ଭୋଟିଂ
  • ||
  • IPL 2024: ଚିନ୍ନାସ୍ୱାମୀରେ ଆରସିବିକୁ ଭେଟିବ ସିଏସ୍‌କେ, ପ୍ଲେ-ଅଫ୍‌ ପାଇଁ ଶେଷ ସୁଯୋଗ
  • ||
  • ରାଜ୍ୟରେ ୧୯ରୁ ବଢ଼ିବ ତାତିି, ୨୦ରୁ କଲବଲ କରିବ ପ୍ରଚଣ୍ଡ ଗ୍ରୀଷ୍ମପ୍ରବାହ: ବିଭିନ୍ନ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ
  • ||

କାଳିକାଦେବୀ ସାହିରେ ବୁଲେ ମାଟିମଣ୍ଡପ ସାହି ପଟୁଆର, ଆଜି ବାଲିସାହି-ହରଚଣ୍ଡି ସାହି ଶାନ୍ତି କମିଟି ବୈଠକ

ପୁରୀ,୧୨/୦୪: ଶ୍ରୀକ୍ଷେତ୍ରର ସୁରକ୍ଷାରେ ଆଠ ସାହି ଆଖଡ଼ାର ଭୂମିକା ବେଶ ଗୁରୁତ୍ୱପୂର୍ଣ୍ଣ । ବିଭିନ୍ନ ଆଖଡ଼ା ଅଧୀନରେ ଥିବା ଜାଗାଗୁଡ଼ିକରେ ସାହିର ଯୁବକ କୁସ୍ତି କସରତ କରିବା ସହ ବର୍ଷକୁ ଥରେ ସାହିଯାତରେ ବାହାରିଥାନ୍ତି । ଆଠ ସାହି ମଧ୍ୟରେ ପରସ୍ପରର ବାଦି ସାହି ରହିଥାନ୍ତି । ରାମନବମୀ ତିଥିରେ କାଳିକାଦେବୀ ସାହିରୁ ସାହିଯାତର ଶୁଭାରମ୍ଭ ହୋଇଥାଏ । ପରେ ଦଶମୀ  ତିଥିରେ ମାଟିମଣ୍ଡପ ସାହିରୁ ସାହିଯାତ  ବାହାରିଥାଏ । ମାଟି ମଣ୍ଡପ ସାହିର ପଟୁଆର ଏହାର ବାଦି ସାହି କାଳିକାଦେବୀ ସାହିକୁ ଯାଏ ।  ସେଠାରେ ମେଢ଼ଗୁଡ଼ିକୁ ଭବ୍ୟ ସ୍ୱାଗତ କରାଯାଇଥାଏ । ଯଦିଓ ଆଠ ସାହିର ପ୍ରଥା ଶତାବ୍ଦୀ ଶତାବ୍ଦୀ ପୂରୁଣା । ହେଲେ  କାଳକ୍ରମେ ମାଟିମଣ୍ଡପ ସାହିରୁ ସାହିଯାତ ବାହାରିବା ପ୍ରଥା  ଲିଭି ଆସୁଥିଲା। ସାହିର ମୁରବି ଆଠ ସାହି ଆଖଡ଼ାର  ସଦସ୍ୟଙ୍କ ପ୍ରୟାସରେ ମାଟିମଣ୍ଡପ ସାହି ଗତ ୨୦ରୁ ୨୫  ବର୍ଷ ହେବ ନିଜକୁ ପୁଣି ଥରେ ସାହିଯାତରେ ସାମିଲ କରିବା  ସହ ଯାକଯମକରେ ପଟୁଆର ବାହାର କରୁଛି ।  

ମାଟିମଣ୍ଡପ ସାହି ଆଖଡ଼ାର ସଦସ୍ୟ କୀର୍ତ୍ତି  ପ୍ରକାଶ ମହାପାତ୍ରଙ୍କ କହିବା ମୁତାବକ, ରାମନବମୀରେ  ରାମଜନ୍ମ ଲୀଳା ଭଳି ଜନ୍ମାଷ୍ଟମୀରେ କୃଷ୍ଣ ଜନ୍ମ ଲୀଳା ମଧ୍ୟ  ଆଠା ସାହି ପକ୍ଷରୁ ପାଳିତ ହୁଏ । କୃଷ୍ଣ ଜନ୍ମ ଲୀଳାରେ  ମାଟିମଣ୍ଡପ ସାହିର ସକ୍ରିୟ ଭୂମିକା ରହିଛି । ଚଳିତବର୍ଷ ମାଟିମଣ୍ଡପ ସାହିରୁ ୧୧ରୁ ୧୨ଟି ମେଢ଼ ବାହାରୁଛି ବୋଲି ସେ  ସୂଚନା ଦେଇଛନ୍ତି । ମାଟିମଣ୍ଡପ ସାହି ଆଖଡ଼ା ଅଧୀନରେ  ଦୁଇଟି ଜାଗା ରହିଥିଲା ।ତେବେ ଅଲାରକୋଟ ଜାଗା ଏବେ  ଲୁପ୍ତ ହୋଇସାରିଛି। ମାଟିମଣ୍ଡପ ସାହି ଅଧୀନରେ ଥିବା  ଭୋଗ ଜାଗା ସାହିଯାତରେ ପ୍ରମୁଖ ଭୂମିକା ଗ୍ରହଣ କରେ ।  ଏହା ଛଡ଼ା ଏହି ସାହିରେ ଥିବା ବିଭିନ୍ନ କ୍ଲବ ଓ କମିଟି  ତରଫରୁ ମଧ୍ୟ ଅନେକ ମେଢ଼ ବାହାରିଥାଏ ।  

କାଳିକାଦେବୀ ସାହି-ମାଟିମଣ୍ଡପ ସାହି ଭଳି  ବାଲିସାହି ଓ ହରଚଣ୍ଡୀ ସାହି ପରସ୍ପରର ବାଦି ସାହି । ଉଭୟ ସାହିର ପଟୁଆର ଉଭୟ ସାହିକୁ ଯାଇଥାନ୍ତି । ଏଣୁ  ଚଳିତବର୍ଷର ସାହିଯାତକୁ ସୂଚାରୁ ରୂପେ ପାଳନ କରିବାକୁ  ବାଲି ସାହି ଆଖଡ଼ା ଓ ହରଚଣ୍ଡୀ ସାହି ଆଖଡ଼ା ମଧ୍ୟରେ ମିଳିତ ଶାନ୍ତି କମିଟି ବୈଠକ ଅନୁଷ୍ଠିତ ହେବ । ଶୁକ୍ରବାର ହରଚଣ୍ଡୀ ସାହି ଆଖଡ଼ା ପରିସରରେ ହେବାକୁ ଥିବା ଏହି  ବୈଠକରେ ସାହିର ମୁରବୀମାନେ ଅଂଶଗ୍ରହଣ କରିବେ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.