ପ୍ରମୂଖ ଖବର
  • ସାଲେପୁର : ଝରକା ଚାଡ଼ି ୩ ଘରୁ ଚୋରି, ଘଟଣାର ତଦନ୍ତ କରୁଛି ପୋଲିସ
  • ||
  • ଗଞ୍ଜାମ : ୧୧କେଭି ତାର ଲାଗି ଜଣେ ମୃତ, ଜଣେ ଗୁରୁତର
  • ||
  • ବାଲେଶ୍ଵର : ବାଇକ୍‌କୁ ଧକ୍କା ଦେଲା ମାଲବାହୀ ଟ୍ରକ୍; ଜଣେ ମୃତ,୨ ଗୁରୁତର
  • ||
  • ସୁନ୍ଦରଗଡ଼ : ପୂଜା ଦେଖିବାକୁ ଆସିଥିବା ବେଳେ ଯୁବତୀଙ୍କୁ ଗଣଦୁଷ୍କର୍ମ, ୩ ଅଟକ
  • ||
  • ଉଦଳା : ସରକାରୀ ଡାକ୍ତରଖାନାରେ ସ୍ୱାସ୍ଥ୍ୟସେବା ବିପର୍ଯ୍ୟସ୍ତ , ଚିକିତ୍ସା ଅଭାବରୁ ଚାଲିଗଲା ଶିଶୁକନ୍ୟାର ଜୀବନ
  • ||
  • ଯାଜପୁର : ଖରସ୍ରୋତା ବ୍ରିଜ୍‌ ଉପରୁ ନଦୀକୁ ଡେଇଁଲେ ମହିଳା, ଉଦ୍ଧାର କାର୍ଯ୍ୟ ଜାରି
  • ||
  • ବ୍ରହ୍ମପୁର : ନକଲି ଗୁଟଖା କମ୍ପାନିରେ ଚଢାଉ; ନକଲି ଗୁଟଖା, ଗୁଟଖା ସାମଗ୍ରୀ ଏବଂ ମେସିନ ଠାବ
  • ||
  • ଦିଗପହଣ୍ଡି : ବାର୍ଦ୍ଧକ୍ୟ ଭତ୍ତା ଆଣିବାକୁ ଯାଇ କେନାଲରେ ଭାସିଗଲେ ବୃଦ୍ଧା,୧୦ ଘଣ୍ଟା ପରେ ମୃତଦେହ ଉଦ୍ଧାର
  • ||
  • ଆସ୍କା : ଟ୍ରକ୍‌କୁ ପିଟିଲା ପିକଅପ୍‌ ଭ୍ୟାନ୍‌, ୨ ମୃତ
  • ||
  • ଗୁରୁବାରଠୁ ଭାରତ- ବାଂଲାଦେଶ ପ୍ରଥମ ଟେଷ୍ଟ: ଚିପକ୍‌ରେ ରାଜୁତି କରିବେ ସ୍ପିନର୍‌, ଫେରିବେ ପନ୍ତ ଏବଂ ରାହୁଲ
  • ||
  • ମୋହନାରେ ଟ୍ରକ୍‌-ବାଇକ୍‌ ଧକ୍କା, ୨ ବାଇକ୍‌ ଆରୋହୀ ମୃତ
  • ||
  • ଭୁବନେଶ୍ୱର : ରାଜଧାନୀରେ ବୋମା ମାଡ଼; ସିସିଟିଭିରେ କଏଦ ହେଲା ଦୃଶ୍ୟ, ଦୁର୍ବୃତ୍ତଙ୍କୁ ଖୋଜୁଛି ପୋଲିସ
  • ||
  • ପୁରୀ ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀ, ୧୦୦ ଦିନର ସଫଳତା ସମାବେଶ ଓ ପ୍ରଦର୍ଶନୀରେ ଯୋଗଦେବେ
  • ||
  • ୨୨ରୁ ଉତ୍ତର ଓଡ଼ିଶାରେ ପ୍ରବଳ ବର୍ଷା ସମ୍ଭାବନା, ଆହୁରି ବିଗିଡ଼ିପାରେ ବାଲେଶ୍ୱର, ମୟୂରଭଞ୍ଜ ସ୍ଥିତି
  • ||

କମଲା ହ୍ୟାରିସଙ୍କୁ ସମର୍ଥନ ଜଣାଇଲେ ଋଷ ରାଷ୍ଟ୍ରପତି ପୁଟିନ୍‌, କହିଲେ- ‘ତାଙ୍କର ପ୍ରଭାବୀ ହସକୁ ପ୍ରଶଂସା କରୁଛି’

ନୂଆଦିଲ୍ଲୀ: ଆମେରିକା ରାଷ୍ଟ୍ରପତି ନିର୍ବାଚନରେ ପ୍ରାର୍ଥୀ ହୋଇଥିବା କମଲା ହ୍ୟାରିସଙ୍କୁ ସମର୍ଥନ ଜଣାଇଲେ ଋଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ୍‌ । ଭ୍ଲାଦିଭୋଷ୍ଟକରେ ଆୟୋଜିତ ଇଷ୍ଟର୍ଣ୍ଣ ଇକୋନୋମିକ୍‌ ଫୋରମ୍‌ରେ ପୁଟିନ୍‌ ଡେମୋକ୍ରାଟିକ୍‌ ପ୍ରାର୍ଥୀ କମଲା ହ୍ୟାରିସଙ୍କ ପ୍ରଭାବଶାଳୀ ହସର ପ୍ରଶଂସା କରିଛନ୍ତି । ଏହା ପୂର୍ବରୁ ପୁଟିନ୍‌ ରାଷ୍ଟ୍ରପତି ପ୍ରାର୍ଥୀ ଜୋ ବାଇଡେନଙ୍କୁ ନିଜର ସମର୍ଥନ ଜଣାଇଥିଲେ ।  ସେ ବାଇଡେନଙ୍କୁ ଅଧିକ ଅଭିଜ୍ଞ, ପୂର୍ବାନୁମାନିତ ବ୍ୟକ୍ତି ଏବଂ ପୁରୁଣା ସ୍କୁଲର ରାଜନେତା ବୋଲି କହିଥିଲେ ।  ଏପରିକି ତାଙ୍କର ଉତ୍ତରାଧିକାରୀ ଭାବରେ କମଲା ହ୍ୟାରିସଙ୍କୁ ଚୟନ କରିବା ନେଇ ବାଇଡେନଙ୍କ ନିଷ୍ପତ୍ତିକୁ ପୁଟିନ୍‌ ସମ୍ମାନ ଜଣାଇଥିଲେ । 

ଋଷ ରାଷ୍ଟ୍ରପତି ଆହୁରି କହିଛନ୍ତି, ‘ କମଲା ହ୍ୟାରିସଙ୍କ ପ୍ରଭାବୀ ହସରୁ ଜଣାପଡ଼ୁଛି ସବୁ କିଛି ଠିକଠାକ୍‌ ଚାଲିଛି ।’ ବାଇଡେନ ରାଷ୍ଟ୍ରପତି ନିର୍ବାଚନରୁ ଓହରିବା ପରେ ସେ(ପୁଟିନ) କାହାକୁ ସମର୍ଥନ କରିବେ ବୋଲି ପ୍ରଶ୍ନରେ ପୁଟିନ କହିଛନ୍ତି, ଆମେରିକୀୟଙ୍କ ନିଷ୍ପତ୍ତି ଉପରେ ନିର୍ଭର କରେ । କିନ୍ତୁ ମୁଁ ବାଇଡେନଙ୍କୁ ନିଷ୍ପତ୍ତିକୁ ସମ୍ମାନ ଜଣାଉଛି ।  ସେ କହିଛନ୍ତି, କମଲା ହ୍ୟାରିସଙ୍କ ମିଜାଜରୁ ଏହା ଅନୁମାନ କରାଯାଇପାରେ ଯେ, ସେ ଋଷ ଉପରେ ପ୍ରତିବନ୍ଧକ ଲଗାଇବେ ନାହିଁ । ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଅନ୍ୟ ରାଷ୍ଟ୍ରପତିଙ୍କ ତୁଳନାରେ ମସ୍କୋ ଉପରେ ଅଧିକ ପ୍ରତିବନ୍ଧକ ଲଗାଇଛନ୍ତି ବୋଲି ପୁଟିନ୍‌ କହିଛନ୍ତି । 

ସେପଟେ ଆମେରିକା ରାଷ୍ଟ୍ରପତି ନିର୍ବାଚନରେ ଅଯଥା  ହସ୍ତକ୍ଷେପ କରିବାକୁ ବାରଣ କରିଛନ୍ତି ଆମେରିକା ନ୍ୟାସନାଲ ସିକ୍ୟୁରିଟି କାଉନସିଲ୍‌ ପ୍ରବକ୍ତା ଜନ କିର୍ବି । ଆମେରିକାର ପରବର୍ତ୍ତୀ ରାଷ୍ଟ୍ରପତି କିଏ ହେବେ ତା ସଂପୂର୍ଣ୍ଣ ରୂପେ ଆମେରିକର ଲୋକମାନଙ୍କ ଉପରେ ନିର୍ଭର କରେ । ଯଦି ଏକଥାକୁ ପୁଟିନ ମାନୁଛନ୍ତି ତେବେ ତାଙ୍କର ମନ୍ତବ୍ୟ ସ୍ବାଗତଯୋଗ୍ୟ ବୋଲି ସେ କହିଛନ୍ତି । ୨୦୨୪ ରାଷ୍ଟ୍ରପତି ନିର୍ବାଚନ ପ୍ରଚାରରେ ଋଷକୁ ଆମେରିକା ଦୋଷୀ ବୋଲି ଅବିହିତ କରିବା ପୂର୍ବରୁ ପୁଟିନଙ୍କ ଉପରୋକ୍ତ ମନ୍ତବ୍ୟକୁ ନେଇ ଚର୍ଚ୍ଚା ଲାଗିରହିଛି ।

  • America
  • President Putin
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.