ପ୍ରମୂଖ ଖବର
  • ଛତ୍ରପୁର: ଡିଆରଡିଏ ଛକରେ ଗୋମାଂସ ଟ୍ରକକୁ ଧରିଲା ବଜରଙ୍ଗଦଳ,୧୨ ଟନ୍ ଗୋମାଂସ ଜବତ, ୨ ଅଟକ
  • ||
  • ଭୁବନେଶ୍ବର ଷ୍ଟେସନ ନିକଟରେ ମାଲବାହୀ ଟ୍ରେନ ଲାଇନଚ୍ୟୁତ, ଅଟକିଛି ଅନେକ ଟ୍ରେନ୍
  • ||
  • ମଝି ଚିିଲିକାରେ ପୁଣି ଫସିଲା ଯାତ୍ରୀବାହୀ ଡଙ୍ଗା, ଡଙ୍ଗାରେ ଅଛନ୍ତି ୧୭ ଯାତ୍ରୀ
  • ||
  • ଦିଲ୍ଲୀ ଦ୍ବାରିକା ସେକ୍ଟର ୧୨ରେ ଭୁଶୁଡ଼ିଲା ନିର୍ମାଣାଧୀନ ହସ୍ପିଟାଲ କୋଠା, ଜଣେ ମୃତ, ୯ ଆହତ
  • ||
  • କାରଗିଲ୍‌ ବିଜୟ ଦିବସ ୨୫ ବର୍ଷ ପୂର୍ତ୍ତି, ଯୁଦ୍ଧ ସହିଦ ସ୍ମାରକୀରେ ଶ୍ରଦ୍ଧାଞ୍ଜଳି ଦେବେ ମୋଦି
  • ||
  • ଶୁକ୍ରବାର ପ୍ୟାରିସ ଅଲିମ୍ପିକ ଉଦ୍‌ଘାଟନୀ ଉତ୍ସବ, ପରେଡରେ ସାମିଲ ହେବେ ୭୦୦୦ କ୍ରୀଡ଼ାବିତ
  • ||

ଏମ୍‌ସ ଭୁବନେଶ୍ୱରରେ ବିରଳ ଅସ୍ତ୍ରୋପଚାର, ମୁଣ୍ଡରୁ ବାହାରିଲା ୭ କେଜି ଟ୍ୟୁମର୍

ଭୁବନେଶ୍ୱର/ଯାଁଳା, ୮।୫: ଏମ୍‌ସ ଭୁବନେଶ୍ୱରରେ ଏକ ବିରଳ ଅସ୍ତ୍ରୋପଚାର ହୋଇଛି । ଦୀର୍ଘ ୧୦ଘଣ୍ଟା ଧରି ଅସ୍ତ୍ରୋପଚାର କରି ଜଣେ ବ୍ୟକ୍ତିଙ୍କ ମୁଣ୍ଡରୁ ୭ କେଜିର ଟ୍ୟୁମର ବାହାର କରାଯାଇଛି । ୨୫ ବର୍ଷ ହେଲା ସମ୍ପୃକ୍ତ ରୋଗୀ ଏହି ଟ୍ୟୁମର ଯୋଗୁ ସମସ୍ୟା ଭୋଗୁଥିଲେ । ଅସ୍ତ୍ରୋପଚାର ପରେ ସେ ସମ୍ପୂର୍ଣ୍ଣ ସୁସ୍ଥ ଅଛନ୍ତି । ଖୁବ୍‌ଶୀଘ୍ର ଡିସ୍‌ଚାର୍ଜ ହେବେ ବୋଲି ଡାକ୍ତର ଟିମ୍‌ କହିଛନ୍ତି । ପଶ୍ଚିମବଙ୍ଗର ୫୧ବର୍ଷ ବୟସ୍କ ରବୀନ୍ଦ୍ର ବିଶୁଇଙ୍କ ଖପୁରୀର ଉପର ଅଂଶରେ ପ୍ରାୟ ୭ କେଜି ଓଜନର ବିରଳ ସିନୋଭିଆଲ୍‌ ସାର୍କୋମା ଟ୍ୟୁମର ହୋଇଥିଲା । ଖପୁରୀ ଉପର ଭାଗରେ ସାଧାରଣତଃ ଏଭଳି ଟ୍ୟୁମର୍‌ ଦେଖାଯାଇନଥାଏ । ମାତ୍ର ହେଲେ ପ୍ରାଣଘାତୀ ହୋଇଥାଏ । ଭାରତରେ ଏପରି ଆସ୍ତ୍ରୋପଚାର ଦ୍ୱିତୀୟ ଥର ପାଇଁ ହୋଇଥିବା ଏମ୍‌ସ କହିଛି । 

ଏମ୍‌ସ ପ୍ଲାଷ୍ଟିକ୍‌ ସର୍ଜରୀ ବିଭାଗ ମୁଖ୍ୟ ଡା.ସଞ୍ଜୟ କୁମାର ଗିରିଙ୍କ ନେତୃତ୍ୱରେ ଇଣ୍ଟରଭେନ୍ସନାଲ ରେଡିଓଲୋଜି, ସର୍ଜିକାଲ୍‌ ଅଙ୍କୋଲୋଜି, ନ୍ୟୁରୋ ସର୍ଜରୀ, ପ୍ଲାଷ୍ଟିକ୍‌ ସର୍ଜରୀ, ଆନାସ୍ଥେସିଓଲୋଜି ଏବଂ ପାଥୋଲୋଜି ବିଶେଷଜ୍ଞଙ୍କୁ ନେଇ ସ୍ୱତନ୍ତ୍ର ଡାକ୍ତରୀ ଦଳ ଅସ୍ତ୍ରୋପଚାର କରିଥିଲେ । ପ୍ରଥମେ ଟ୍ୟୁମରରୁ ବ୍ଲଡ୍‌ ଭେସେଲକୁ ଏମ୍ବାଲାଇଜ୍‌ କରି ସଙ୍କୁଚିତ କରାଯାଇଥିଲା । ପରେ ରୋଗୀଙ୍କୁ ପ୍ରାୟ ୭୨ ଘଣ୍ଟା ନିରୀକ୍ଷଣ ପରେ ଓଟିକୁ ନିଆଯାଇଥିଲା । ସକାଳ ୮ଟାରୁ ସନ୍ଧ୍ୟା ୬ଟା ଯାଏଁ ପ୍ରାୟ ୧୦ ଘଣ୍ଟା ଧରି ଅସ୍ତ୍ରୋପଚାର କରାଯାଇଥିଲା । ଏହି ଜଟିଳ ଅସ୍ତ୍ରୋପଚାରରେ ରେଡିଓଲୋଜି ବିଭାଗ ଡା. ମନୋଜ କୁମାର ନାୟକ, ନ୍ୟୁରୋ ସର୍ଜରୀ ବିଭାଗ ମୁଖ୍ୟ ଡା. ରବି ନାରାୟଣ ସାହୁ, ସର୍ଜିକାଲ୍‌ ଅଙ୍କୋଲୋଜି ବିଭାଗ ଡା. କନଭ ଗୁପ୍ତା, ଡା. ଅନିଲ କୁମାର, ଡା. ଫନୀନ୍ଦ୍ର କୁମାର ସ୍ୱାଇଁ, ପ୍ଲାଷ୍ଟିକ୍‌ ସର୍ଜରୀ ବିଭାଗ ଡା. ଦୀନେଶ, ଡା. ସଞ୍ଜୟ କୁମାର ଗିରି, ଡା. ସାନ୍ତନୁ ସୁବା, ଡା. ରଞ୍ଜିତ କୁମାର ସାହୁ, ଡା. ଅପର୍ଣ୍ଣା କାନୁନ୍‌ଗୋ, ଡା. ଗୋପିକା ଜିତ୍‌, ଡା. ଆକାଂକ୍ଷା ରାଜପୁତ ଏବଂ ଡା. ଆହାନା ସହଯୋଗ କରିଥିଲେ । 

  • prameyanews
  • PrameyaOdia
  • prameya
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.