ପ୍ରମୂଖ ଖବର
  • ଜନ୍ମବେଦିରୁ ବାହୁଡ଼ିଲେ ଦାରୁବ୍ରହ୍ମ,ବୁଧବାର ସୁନାବେଶ, ଗୁରୁବାର ଅଧରପଣା, ଶୁକ୍ରବାର ନୀଳାଦ୍ରି ବିଜେ
  • ||
  • ଝାରସୁଗୁଡ଼ା: ଧାର ଟଙ୍କା ଫେରସ୍ତକୁ ନେଇ ଗୁଳିକାଣ୍ଡ, ଜଣେ ଆହତ
  • ||
  • ବିଶ୍ୱ ସର୍ପ ଦିବସ: ବର୍ଷା ଦିନେ ସତର୍କତା ଜରୁରି, ୫ ବର୍ଷରେ ଗଲାଣି ୫୨୧୯ ଜୀବନ
  • ||
  • ବାରିପଦା : ସ୍କୁଟିକୁ ଧକ୍କା ଦେଲା ଟ୍ରକ୍, ୨ ମୃତ
  • ||
  • ମୁମ୍ବାଇ ଏକ୍ସପ୍ରେସ ହାଇୱେରେ ବସ୍-ଟ୍ରାକ୍ଟର ମୁହାଁମୁହିଁ ଧକ୍କା, ୫ମୃତ, ୪୨ ଆହାତ
  • ||
  • ସଇଁନ୍ତଳା ରାଇସମିଲ ନିକଟରେ ହାଇୱା ଟ୍ରକକୁ ପିଟିଲା ଯାତ୍ରୀବାହୀ ବସ୍‌, ଏକାଧିକ ଯାତ୍ରୀ ଆହତ
  • ||
  • ରାଜ୍ୟରେ ଲଘୁଚାପ ସକ୍ରିୟ: ୧୭ରୁ ବଢ଼ିବ ବର୍ଷା, ଉତ୍ତର ଓ ଦକ୍ଷିଣ ଓଡ଼ିଶାରେ ଅଧିକ ବର୍ଷିବ
  • ||

ରଥତ୍ରୟରେ ଉଠିଲା ବଡ଼ପୋଟଳ, ଦର୍ଜୀସେବକଙ୍କ କାର୍ଯ୍ୟାରମ୍ଭ

ପୁରୀ,୨୬/୦୬ : ତ୍ୱରାନ୍ୱିତ ଗତିରେ ଚାଲିଛି ରଥ ନିର୍ମାଣ । ମଙ୍ଗଳବାର ତିନି ରଥରେ ବଡ଼ପୋଟଳ ଉଠାଯାଇଛି । ତୃତୀୟ ଭୂଇଁ ଉପରେ ରଥରେ ବଡ଼ ପୋଟଳ ରଖାଗଲା । ବିଶ୍ୱକର୍ମାଙ୍କ ନିର୍ଦ୍ଦେଶରେ ଭୋଇ ସେବକମାନେ କାଠ ସବୁକୁ ରଥ ଉପରକୁ ନେଇଥିଲେ । ବିଶ୍ୱକର୍ମାମାନେ ମାପଚୂପ କରି କଣ୍ଟା ପିଟିଲେ । ବଡ଼ ପୋଟଳ ଉଠାଇବା ପରେ ରଥ ଶୀର୍ଷରେ ଠିଆ ହୋଇ ଭୋଇ ସେବକମାନେ ହରିବୋଲ ଧ୍ୱନି ଦେଲେ । ଏପଟେ ରଥଖଳାରେ ଅନ୍ୟ ୧୨ ପରସ୍ତ ପୋଟଳ କାର୍ଯ୍ୟ ଚାଲିଛି । ଆଜି ପାରାଭାଡ଼ି ନିର୍ମାଣ ସାରିବାକୁ ଲାଗିଛନ୍ତି ବିଶ୍ୱକର୍ମା । ରଥକୁ ସୁସଜ୍ଜିତ କରିବା ପାଇଁ ଆଜି କନାମଣ୍ଡଣୀ କାମର ଶୁଭାରମ୍ଭ କରିଛନ୍ତି ପାରମ୍ପରିକ ଦର୍ଜୀ ସେବକ । 

୧୨୫୦ ମିଟର ନାଲି, ସବୁଜ, ହଳଦିଆ ଓ କଳା କନାରେ ରଥତ୍ରୟ ମଣ୍ଡଣି ହେବ ।  ଆଜି ରଥରେ ମୂଳ କଇଁଚି ବାଡ଼ିଆ ହୋଇଛି । ଚାରିନାହାକାରେ କଇଁଚି ବାଡ଼ିଆ ହୋଇଛି । ଭୂଇଁ କାମ ଶେଷ ପରେ ପୋଟଳ କାମ ଆରମ୍ଭ ହୋଇଥିଲା । ପ୍ରଥମେ ପୋଟଳ ଖମ୍ବି ଉଠି ପୋଟଳ ଓରା ଓ ପୋଟଳ ପାରେଣୀ ଲାଗିଥିଲା । ତା’ ଉପରେ ବଡ଼ ପୋଟଳ ଉଠା ଯାଇଥିଲା । ମୋଟ ୧୩ ପରସ୍ତ ପୋଟଳ ରଥରେ ସ୍ଥାପନ କରାଯିବ । ୬, ୭ ପରସ୍ତ ପୋଟଳକୁ ପାରାଭାଡ଼ି କୁହାଯାଏ । ବିଶ୍ୱକର୍ମାମାନେ ପାରାଭାଡ଼ି ତିଆରିଲେ ଏଥିରେ ପାରା ପଲ ରଙ୍ଗ କରିବେ ଚିତ୍ରକର ସେବକ । ଏବେ ରଥରେ ତାଗ ବାଡ଼ିଆ ଜାରି ରହିଛି । ଗୟଳ ଉପରେ ତାଗ ବାଡ଼ିଆ ଯାଉଛି । ଏହାପରେ ପଟା ବାଡ଼ିଆ ହୋଇ ରଥର ଚଟାଣ ପ୍ରସ୍ତୁତ ହେବ । କନକମୁଣ୍ଡି, କଳସ ପିଣ୍ଡି ଓ ଧ୍ୱଜ ବତା କାର୍ଯ୍ୟ ଶେଷ ପର୍ଯ୍ୟାୟରେ । ରୂପକାର ଚାରପରିଛାରେ ଖୋଦେଇ ଶେଷ କରି ନାଟ ଗୋଡ଼ କାମ ଆରମ୍ଭ କରିଛନ୍ତି ।  

ଶ୍ରୀମନ୍ଦିର ପ୍ରଶାସନ କାର୍ଯ୍ୟାଳୟରେ ଅନୁକୂଳ ପରେ ମହାପ୍ରଭୁଙ୍କ ପାରମ୍ପରିକ ଦର୍ଜୀ ସେବକମାନେ କାର୍ଯ୍ୟ ଆରମ୍ଭ କଲେ । ସର୍ଦ୍ଦାର ପ୍ରକାଶ ମହାପାତ୍ରଙ୍କ ତତ୍ୱାବଧାନରେ କନା କଟା ଓ ସିଲେଇ କାର୍ଯ୍ୟ ଆରମ୍ଭ ହେଲା । ଠାକୁରଙ୍କ ମାହାର୍ଦ୍ଦ ସହ ନିକଟରେ ରଥ କନା, କଇଁଚି, ସୂତା, ଗଜ ଆଦି ସମସ୍ତ ସିଲେଇ ଉପକରଣ ଏକତ୍ର ରହିଲା । ସର୍ବ ଶୁଭରେ କାର୍ଯ୍ୟ ସରିବା ନେଇ ପ୍ରକାଶ ଓ ତାଙ୍କ ପୁତ୍ର ଶ୍ରୀଜଗନ୍ନାଥଙ୍କୁ ସୁମରଣା କରି ଦୀପ ଧୂପ ଦେଇଥିଲେ । ସର୍ଦ୍ଦାର ମହାପାତ୍ର କୁହନ୍ତି ରଥର ବତା ଓ ବିଳାଶପଟି ତିଆରିରୁ କନାମଣ୍ଡଣୀ କାମର ଶୁଭାରମ୍ଭ ହୋଇଛି । ପ୍ରଥମ କାମ ଭାବେ ରଥର ବତା(୨୪) ଓ ବିଳାଶପଟି(୭୨)ଟି କରାଯାଉଛି । ପ୍ରତି ରଥରେ ୮ଗୋଟି ବତା ଲାଗିବ । ରଥର ଉପର ଅଂଶ ପାରାଭାଡ଼ିଠାରୁ ତଳକୁ ଲମ୍ବିବ ବତା । ଗୋଟିଏ ବତାରେ ତିନୋଟି କରି ବିଳାସପଟି ଲାଗିବ । ପାରମ୍ପରିକ ଶୈଳୀରେ ଜରି, ଜମ୍ୱୁରା ଓ ଲେସ ଦେଇ ଏସବୁକୁ ପ୍ରସ୍ତୁତ କରାଯିବ । ତାଳଧ୍ୱଜ ପାଇଁ ସବୁଜ ଓ ନାଲି ରଙ୍ଗର ୪୨୫ମିଟର, ନନ୍ଦିଘୋଷ ପାଇଁ ହଳଦିଆ ଓ ନାଲି ରଙ୍ଗର କନା ୪୨୫ମିଟର ଓ ଦର୍ପଦଳନ ପାଇଁ କଳା ଓ ନାଲି ରଙ୍ଗର ୪୦୦ମିଟର କନା ଆବଶ୍ୟକ ହୋଇଥାଏ । ତେବେ ଦର୍ଜୀ ସେବକଙ୍କ ଭିତରେ ବିଶୃଙ୍ଖଳା କାରଣରୁ ଆଜି ଠାକୁରଙ୍କ କାମ ସେଭଳି ଆଗେଇ ପାରି ନଥିବା ସୂଚନା ରହିଛି ।

  • prameyanews
  • PrameyaOdia
  • prameya
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Rath Yatra

    Copyright © 2024 - Summa Real Media Private Limited. All Rights Reserved.