ପ୍ରମୁଖ ଖବର
  • ରଥଖଳା ହାଲ୍‌ଚାଲ୍‌...ନିର୍ମାଣସ୍ଥଳରେ ମୁଗୁର ଓ ନିହଣ ଶବ୍ଦର କମ୍ପନ, ଚାଲିଛି ତୁମ୍ବରେ ବିନ୍ଧ ଖୋଦେଇ
  • ||
  • ବିଜେପି ନେତାଙ୍କ ମାରାଥନ୍‌ ପ୍ରଚାର: ଆଜି ଅଶ୍ୱିନୀ, ହେମାମାଳିନୀ ଓ ତୋମାରଙ୍କ କରିବେ ପ୍ରଚାର, ଧର୍ମେନ୍ଦ୍ର, ଭୂପେନ୍ଦ୍ର, ଅନୁଭବ, ସିଦ୍ଧାନ୍ତ ବି ବୁଲିବେ
  • ||
  • ହରିୟାଣାରେ ଟୁରିଷ୍ଟ ବସ୍ ଦୁର୍ଘଟଣା, ନିଆଁ ଲାଗି ୮ ମୃତ, ୨୪ରୁ ଅଧିକ ଗୁରୁତର
  • ||
  • ସନ୍ଧ୍ୟାରେ ଥମିବ ୫ମ ପର୍ଯ୍ୟାୟ ନିର୍ବାଚନୀ ପ୍ରଚାର, ସୋମବାର ୪୯ ଲୋକସଭା ଆସନରେ ଭୋଟିଂ
  • ||
  • IPL 2024: ଚିନ୍ନାସ୍ୱାମୀରେ ଆରସିବିକୁ ଭେଟିବ ସିଏସ୍‌କେ, ପ୍ଲେ-ଅଫ୍‌ ପାଇଁ ଶେଷ ସୁଯୋଗ
  • ||
  • ରାଜ୍ୟରେ ୧୯ରୁ ବଢ଼ିବ ତାତିି, ୨୦ରୁ କଲବଲ କରିବ ପ୍ରଚଣ୍ଡ ଗ୍ରୀଷ୍ମପ୍ରବାହ: ବିଭିନ୍ନ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ
  • ||

ଦୀର୍ଘ ୧୫ ବର୍ଷ ପରେ ବ୍ରିଟେନରେ ହୋଇପାରେ ବଡ଼ ପରିବର୍ତ୍ତନ

ଲଣ୍ଡନ : ବ୍ରିଟେନ ସଂସଦୀୟ ଶାସନରେ ହୋଇପାରେ ବଡ଼ ପରିବର୍ତ୍ତନ । ଦୀର୍ଘ ୧୫ ବର୍ଷ ଧରି ତିଷ୍ଠି ରହିଥିବା ରିଷି ସୁନକଙ୍କ ନେତୃତ୍ୱର କଞ୍ଜର୍ଭେଟିଭ୍‌ ପାର୍ଟିକୁ ଅଲଗା ନିର୍ବାଚନରେ ପରାଜୟର ସାମ୍ନା କରିବାକୁ ପଡ଼ିପାରେ। ନିକଟରେ ଏକ ସର୍ଭେକ୍ଷଣରେ ଏହାର ଖୁଲାସା ହୋଇଛି। ଜଣାପଡ଼ିଛି ଯେ, ବ୍ରିଟେନର ଖରାପ ସ୍ଥିତି , ନୀତିଗତ ବିଫଳତା , ଅଧିରା ପ୍ରତିଶ୍ରୁତି ଓ ଜୀବନଯାପନର ମୂଲ୍ୟବୃଦ୍ଧି କାରଣରୁ କଞ୍ଜର୍ଭେଟିଭ ପାର୍ଟି ବିରୋଧରେ ଲୋକଙ୍କ ଅସନ୍ତୋଷ ବଢିବାରେ ଲାଗିଛି। ଏଥିରେ ରିଷି ସୁନକଙ୍କୁ ନିଜ ସିଟ୍‌ ହୋଇଛି ଟଳମଳ। ତାଙ୍କର ଚୌକି ହରାଇବାର ବିପଦ ରହିଛି। ନିକଟରେ କରାଯାଇ ଥିବା ଏକ ସର୍ଭେକ୍ଷଣ ମୁତାବିକ , ଲେବର ପାର୍ଟି କ୍ଷମତାରେ ଆସିବା ନଜର ଆସୁଛି। 

ଏନଡିଟିଭିର ରିପୋର୍ଟ ଅନୁସାରେ, YouGov ଦ୍ୱାରା ୭-୨୭ ମାର୍ଚ୍ଚ ମଧ୍ୟରେ ୧୮,୭୬୧ ବ୍ରିଟିଶ ବୟସ୍କଙ୍କୁ ନେଇ କରାଯାଇ ଥିବା ଏକ ସଦ୍ୟ ସାର୍ବଜନିକ ସର୍ଭେକ୍ଷଣରେ, ଲେବର ପାର୍ଟିର ବଡ଼ ବିଜୟ ଦିଗକୁ ବଢିବା ନଜର ଆସୁଛି। ବ୍ରିଟେନର ସଂସଦରେ ବହୁମତ ହାସଲ କରିବା ପାଇଁ ଦଳ ଗୁଡ଼ିକୁ ୬୫୦ ମଧ୍ୟରୁ ୩୨୬ ସିଟ୍‌ ହାସଲ କରିବାକୁ ହେବ। ସର୍ଭେଷଣ ମୁତାବିକ ,ଲେବର ପାର୍ଟିକୁ ସାରା ଦେଶରେ ୪୦୩ ସିଟ୍‌ ହାସଲ କରିବାର ଅନୁମାନ ରହିଛି। ଏହା ବିପରୀତ, କଞ୍ଜର୍ଭେଟିଭ୍‌ ପାର୍ଟି କେବଳ ୧୫୫ ସିଟ୍‌ରେ ସୀମିତ ରହି ପାରେ।

ଉଲ୍ଲେଖନୀୟ ଯେ , ରିଷି ସୁନକ ପ୍ରଧାନମନ୍ତ୍ରୀ ପଦରେ ଏହି ପ୍ରତିଶ୍ରୁତି ସହ ଆସି ଥିଲେ ଯେ, ତାଙ୍କ ସରକାର ମୁଦ୍ରାସ୍ଫିତିକୁ ଅଧା କରିବେ, ରାଷ୍ଟ୍ରୀୟ ଋଣକୁ ହ୍ରାସ କରିବେ , ରାଷ୍ଟ୍ରୀୟ ସ୍ୱାସ୍ଥ୍ୟ ସେବା( ଏନଏଚଏସ)ରେ ସୁଧାର ଆଣିବେ , ଅବୈଧ ପ୍ରବାସୀଙ୍କୁ ରୋକିବା ଓ ଅର୍ଥବ୍ୟବସ୍ଥାକୁ ଉତ୍ତମ କରିବେ। ପାର୍ଟି ପ୍ରତିଶ୍ରୁତି ଦେଇଥିଲା କି ସେ ଇମିଗ୍ରେସନ ମୂଲ୍ୟବୃଦ୍ଧି ଓ କଠୋର ଶରଣାର୍ଥୀ ନିର୍ବାସନ ଆଇନ୍‌ ଭଳି ବିଭିନ୍ନ ଉପାୟକୁ ସଫଳତାପୂର୍ବକ ଲାଗୁ କରିବ। କିନ୍ତୁ ଏମିତି ହେବାର ନଜର ଆସୁ ନାହିଁ । 

ଅନ୍ୟପଟେ ଲେବର ପାର୍ଟି ବ୍ରିଟେନର ବର୍ତ୍ତମାନ ଶାସନରେ ଥିବା ସୁନକଙ୍କର କଞ୍ଜରଭେଟିଭ୍‌ ପାର୍ଟି ଉପରେ ଭାରି ପଡ଼ିବାରେ ଲାଗିଛି। ଲେବର ପାର୍ଟି ସୁନକ ସରକାର ଠାରୁ ୟୁକେର ସାଧାରଣ ନିର୍ବାଚନର ତାରିଖ ସ୍ଥିର କରିବାକୁ କହିଛି।୧୫ ମାର୍ଚ୍ଚରେ ଲେବର କାର୍ଯ୍ୟକର୍ତ୍ତାମାନେ ୱେଷ୍ଟମିଂଷ୍ଟରରେ ମୁର୍ଗା ବେଶରେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ।  

 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.