ପ୍ରମୂଖ ଖବର
  • ଜନ୍ମବେଦିରୁ ବାହୁଡ଼ିଲେ ଦାରୁବ୍ରହ୍ମ,ବୁଧବାର ସୁନାବେଶ, ଗୁରୁବାର ଅଧରପଣା, ଶୁକ୍ରବାର ନୀଳାଦ୍ରି ବିଜେ
  • ||
  • ଝାରସୁଗୁଡ଼ା: ଧାର ଟଙ୍କା ଫେରସ୍ତକୁ ନେଇ ଗୁଳିକାଣ୍ଡ, ଜଣେ ଆହତ
  • ||
  • ବିଶ୍ୱ ସର୍ପ ଦିବସ: ବର୍ଷା ଦିନେ ସତର୍କତା ଜରୁରି, ୫ ବର୍ଷରେ ଗଲାଣି ୫୨୧୯ ଜୀବନ
  • ||
  • ବାରିପଦା : ସ୍କୁଟିକୁ ଧକ୍କା ଦେଲା ଟ୍ରକ୍, ୨ ମୃତ
  • ||
  • ମୁମ୍ବାଇ ଏକ୍ସପ୍ରେସ ହାଇୱେରେ ବସ୍-ଟ୍ରାକ୍ଟର ମୁହାଁମୁହିଁ ଧକ୍କା, ୫ମୃତ, ୪୨ ଆହାତ
  • ||
  • ସଇଁନ୍ତଳା ରାଇସମିଲ ନିକଟରେ ହାଇୱା ଟ୍ରକକୁ ପିଟିଲା ଯାତ୍ରୀବାହୀ ବସ୍‌, ଏକାଧିକ ଯାତ୍ରୀ ଆହତ
  • ||
  • ରାଜ୍ୟରେ ଲଘୁଚାପ ସକ୍ରିୟ: ୧୭ରୁ ବଢ଼ିବ ବର୍ଷା, ଉତ୍ତର ଓ ଦକ୍ଷିଣ ଓଡ଼ିଶାରେ ଅଧିକ ବର୍ଷିବ
  • ||

ଆଟଲିଙ୍କ ଫିଲ୍ମରେ ସଲ୍ଲୁ, ପ୍ରଯୋଜନା ଦାୟିତ୍ୱ ନିର୍ବାହ କରିବ ସନ୍‌ ପିକ୍‌ଚର୍ସ

ମୁମ୍ବାଇ ୨୧/୦୬: ‘ଯୱାନ୍‌’ ଜରିଆରେ ବଲିଉଡ୍‌ରେ ଶାହରୁଖ୍‌ ଖାନ୍‌ଙ୍କ ସହ ମେଗା ବ୍ଲକ୍‌ବଷ୍ଟର ଫିଲ୍ମ ଦର୍ଶକଙ୍କୁ ଭେଟି ଦେବା ପରେ ଦବଙ୍ଗ ଖାନ୍‌ଙ୍କ ସହ ଯୋଡ଼ି ହୋଇଛନ୍ତି ନିର୍ଦ୍ଦେଶକ ଆଟଲି । ତାଙ୍କ ଅପ୍‌କମିଙ୍ଗ ପ୍ରୋଜେକ୍ଟରେ ଲିଡ୍‌ ହିରୋ ଭାବେ ନଜର ଆସିବେ ସଲ୍ଲୁ । ତାଙ୍କ ସହ ସାଉଥ୍‌ର ଜଣେ ସୁପର୍‌ଷ୍ଟାର ହିରୋ ଭୂମିକାରେ ନଜର ଆସିବେ ବୋଲି ଚର୍ଚ୍ଚା ହେଉଛି । ଦୁଇଜଣ ନାୟକଙ୍କୁ ନେଇ ଆଟଲିଙ୍କର ଏହି ପ୍ରେଜେକ୍ଟ ଦମ୍‌ଦାର ହେବ ବୋଲି ଦର୍ଶକ ଏବେଠୁ କଳ୍ପନା କଲେଣି। ଫିଲ୍ମ ପାଇଁ ସଲମାନ ଓ ଆଟଲିଙ୍କ ମଧ୍ୟରେ ଏବେ ଆଲୋଚନା ଚାଲିଛି । 

ସନ୍‌ ପିକ୍‌ଚର୍ସ ଫିଲ୍ମର ପ୍ରଯୋଜନା ଦାୟିତ୍ୱ ନିର୍ବାହ କରିବ । ଆଟଲି ଏବେ ଫିଲ୍ମର ପଟ୍ଟକଥା ପ୍ରସ୍ତୁତିରେ ବ୍ୟସ୍ତ ଅଛନ୍ତି । ଗୋଟିଏ ମାସ ମଧ୍ୟରେ ସେ ସଲ୍ଲୁଙ୍କୁ ପୂରା କାହାଣୀ ପ୍ରଦାନ କରିବେ । ଏହା ପରେ ଉଭୟ ଫିଲ୍ମର ସୁଟିଂ ଆରମ୍ଭ ଲାଗି ତାରିଖ ସ୍ଥିର କରିବେ । ୨୦୨୫ ମସିହା ପ୍ରାରମ୍ଭରେ ଫିଲ୍ମର ସୁଟିଂ ଆରମ୍ଭ ହେବ ବୋଲି ଏକ ମନୋରଞ୍ଜନଧର୍ମୀ ଗଣମାଧ୍ୟମ ସ୍ପଷ୍ଟ କରିଛି । ସଲମାନ ଓ ସାଉଥ୍‌ ସୁପରଷ୍ଟାର୍‌ଙ୍କ ସହିତ ମିଶି ଆଟଲି ପାନ୍‌-ଇଣ୍ଡିଆ ଫିଲ୍ମ ପ୍ରସ୍ତୁତିର ଯୋଜନା କରୁଛନ୍ତି । ତେବେ ସଲ୍ଲୁଙ୍କ ସହ ଫିଲ୍ମରେ ରଣବୀର ସିଂହଙ୍କୁ କାଷ୍ଟ୍‌ କରାଯାଇପାରେ ବୋଲି ମଧ୍ୟ ଚର୍ଚ୍ଚା ହେଉଛି । କିଛି ଦିନ ତଳେ ଗୁଜବ ଉଠିଥିଲା, ଆଟଲି ନିଜର ଅପ୍‌କମିଙ୍ଗ ଫିଲ୍ମରେ ଅଭିନେତା ଅଲ୍ଲୁ ଅର୍ଜୁନଙ୍କୁ କାଷ୍ଟ୍‌ କରିପାରନ୍ତି । ଖୁବ୍‌ଶୀଘ୍ର ଫିଲ୍ମକୁ ନେଇ ନୂଆ ଅପ୍‌ଡେଟ୍‌ ମିଳିବ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Rath Yatra

Copyright © 2024 - Summa Real Media Private Limited. All Rights Reserved.