ପ୍ରମୂଖ ଖବର
  • ଜାମ୍ମୁ-କାଶ୍ମୀରରେ ଏନକାଉଣ୍ଟର, ୩ ଯବାନ ଆହତ , ଜଣେ ଆତଙ୍କୀ ନିପାତ
  • ||
  • ମୁମ୍ବାଇରେ ଭୁଶୁଡିଲା ତିନି ମହଲା କୋଠା, ଏକାଧିକ ଆହତ
  • ||
  • ନୂଆଦିଲ୍ଲୀରେ ବସିବ ନୀତି ଆୟୋଗ ବୈଠକ, ଅଧ୍ୟକ୍ଷତା କରିବେ ପ୍ରଧାନମନ୍ତ୍ରୀ
  • ||
  • କିଏ ନେବ ରାଜ୍ୟ କଂଗ୍ରେସ ନେତୃତ୍ୱ ? ଦିଲ୍ଲୀ ଦରବାରରେ ଛାମୁଆ ନେତା, ଚର୍ଚ୍ଚାରେ ତାରା, ମୋକିମ, ପ୍ରସାଦ ଓ ସପ୍ତଗିରି
  • ||
  • ଶନିବାରଠୁ ଶ୍ରୀଲଙ୍କା-ଭାରତ ଟି-ଟ୍ୱେଣ୍ଟି ସିରିଜ୍,ପାଲିକେଲେରେ ଖେଳାଯିବ ପ୍ରଥମ ମୁକାବିଲା
  • ||
  • ଶନିବାର ନୀତି ଆୟୋଗ ସାଧାରଣ ପରିଷଦ ବୈଠକ, ଦିଲ୍ଲୀରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
  • ||
  • ଲଘୁଚାପ ସକ୍ରିୟ: ଆସନ୍ତା ୪ ଦିନ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ସତର୍କ କରାଇଲେ ଏସ୍‌ଆରସି
  • ||

ସାରଥି ପୋର୍ଟାଲ୍‌ର ଚାଲିଛି ରକ୍ଷାଣବେକ୍ଷଣ କାର୍ଯ୍ୟ, ୨୦ ଯାଏ ଡିଏଲ୍‌,ଏଲ୍‌ଏଲ୍‌ ଆବେଦନରେ ହେବ ସମସ୍ୟା

କଟକ,୧୭/୦୫: ସାରଥି ପୋର୍ଟାଲର  ରକ୍ଷଣାବେକ୍ଷଣ କାର୍ଯ୍ୟ ଚାଲୁଥିବାରୁ ଆସନ୍ତା ୨୦ ତାରିଖ  ଯାଏ ନୂତନ ଡ୍ରାଇଭିଂ ଲାଇସେନ୍ସ (ଡିଏଲ୍‌) ଏବଂ  ଲର୍ଣ୍ଣର୍ସ ଲାଇସେନ୍ସ (ଏଲ୍‌ଏଲ୍‌) ଆବେଦନକାରୀଙ୍କ  ପାଇଁ ସମସ୍ୟା ଦେଖାଦେବ । ତେଣୁ ଏହି ସମୟରେ ଆବେଦନକାରୀମାନେ ସମସ୍ୟାର ସମ୍ମୁଖୀନ  ହେବେ ବୋଲି ପରିବହନ ବିଭାଗ ପକ୍ଷରୁ ସୂଚନା  ଦିଆଯିବା ସହ ଏଥିପାଇଁ ଦୁଃଖ ପ୍ରକାଶ କରାଯାଇଛି ।  

ଏସ୍‌ଟିଏର ଅତିରିକ୍ତ କମିସନର ଦୀପ୍ତିରଞ୍ଜନ ପାତ୍ର  କହିଛନ୍ତି ଯେ, ଡ୍ରାଇଭିଂ ଲାଇସେନ୍ସ ଆବେଦନ  କାର୍ଯ୍ୟ ହେଉ କିମ୍ବା ଗାଡ଼ିର ବିଭିନ୍ନ କାର୍ଯ୍ୟ ‘ସାରଥି’  ପୋର୍ଟାଲ୍‌ରେ କରାଯାଇଥାଏ । ଏବେ ଏହି ପୋର୍ଟାଲ୍‌ର  ରକ୍ଷଣାବେକ୍ଷଣର ଆବଶ୍ୟକତା ପଡ଼ିଛି । ଫଳରେ  ଡିଏଲ୍‌ କିମ୍ବା ଏଲ୍‌ଏଲ୍‌ ପାଇଁ ଆବେଦନବେଳେ କିଛି  ସମସ୍ୟା ଦେଖାଦେଇପାରେ ବୋଲି ଶ୍ରୀ ପାତ୍ର କହିଛନ୍ତି ।  ୨୦ତାରିଖ ପରେ ଆଉ କୌଣସି ସମସ୍ୟା ରହିବନି  ବୋଲି ସେ ପ୍ରତିଶ୍ରୁତି ଦେଇଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.