ପ୍ରମୁଖ ଖବର
  • କେନ୍ଦ୍ରାପଡ଼ା ରସାବଳିକୁ ମିଳିଲା ଜିଆଇ ଟ୍ୟାଗ୍ ମାନ୍ୟତା , ୧୩ ଡିସେମ୍ୱର ୨୦୨୧ରେ ହୋଇଥିଲା ଆବେଦନ
  • ||
  • ସ୍ବିଡେନ୍‌: ପଦାର୍ଥ ବିଜ୍ଞାନରେ ୩ ଜଣଙ୍କୁ ନୋବେଲ ପୁରସ୍କାର
  • ||
  • ନୂଆଦିଲ୍ଲୀ: ଭୂକମ୍ପରେ ଥରିଲା ଦିଲ୍ଲୀରୁ ଉତ୍ତରାଖଣ୍ଡ, କେନ୍ଦ୍ରସ୍ଥଳ ନେପାଳ
  • ||
  • ବାଙ୍କୀ : ମହାନଦୀ ବ୍ରିଜ୍‌ରେ ଝୁଲୁଛି ବସ୍, ସମସ୍ତ ଯାତ୍ରୀ ସୁରକ୍ଷିତ ଭାବେ ଉଦ୍ଧାର
  • ||
  • ଭୁବନେଶ୍ଵର : ଲୋକସେବା ଭବନରେ ଅଗ୍ନିକାଣ୍ଡ, କାରଣ ଅସ୍ପଷ୍ଟ
  • ||
  • କରଞ୍ଜିଆ : ଭୁଜାଲି ମାଡ଼ରେ ମହିଳା ଗୁରୁତର, ଡାକ୍ତରଖାନାରେ ଭର୍ତ୍ତି
  • ||
  • ଶ୍ରୀନଗର : ରାଜୌରୀ କାଲାକୋଟ ଆରାରେ ଗୁଳିବିନିମୟ, ୯ ପାରା କମାଣ୍ଡୋ ୟୁନିଟର ୩ ଯବାନ ଆହତ
  • ||
  • ସୁନ୍ଦରଗଡ଼ : ମାଟି କାନ୍ଥ ଭୁଶୁଡ଼ି ଜଣେ ମୃତ
  • ||
  • ବାଲିଗୁଡ଼ା : ବିସ୍କୁଟ ଗୋଦାମରେ ଅଗ୍ନିକାଣ୍ଡ, ଲକ୍ଷାଧିକ ଟଙ୍କାର ସାମଗ୍ରୀ ନଷ୍ଟ
  • ||

ଆଜି ଶ୍ରୀଲିଙ୍ଗରାଜ ମନ୍ଦିରରେ ପାଳନ ହେବ ସପ୍ତପୁରି ଅମାବାସ୍ୟା: ରୂପା ପାତ୍ରରେ ଲାଗିହେଲା ସାତ ପିଠା, ବାସ୍ନାରେ ମହକୁଛି ମନ୍ଦିର

ଭୁବନେଶ୍ୱର,୧୪/୦୯: ପୁରାଣ ବିଶ୍ୱାସ  ଅନୁଯାୟୀ ଶ୍ରୀଗଣେଶଙ୍କ ପରି ସୁପୁତ୍ର ପ୍ରାପ୍ତି  ନିମନ୍ତେ ବୁଧବାର ଶିବ ଚତୁର୍ଦ୍ଦଶୀରେ ମା’ପାର୍ବତୀ ପାଳନ କରିଥିଲେ ସ୍ୱତନ୍ତ୍ର ଓଷା । ଏଥିପାଇଁ  ଶ୍ରୀଲିଙ୍ଗରାଜ ମନ୍ଦିରରେ ସେବାୟତ ମାନେ ଦ୍ୱିପହର ଧୂପ ପରଠୁ ସମସ୍ତ ପ୍ରସ୍ତୁତି କରିଥିଲେ । 

ବିଧି ମୁତାବକ ବିଷୋୟୀ ସେବାୟତ  ମାନେ ରାଶି,ହରଡ ଓ ବୁଟ ଭାଜି ପିଠା ତିଆରି  ଲାଗି ପୁର ତିଆରି କରିଥିଲେ । ସେହିପରି ମହାସୁଆରଙ୍କ ଦ୍ୱାରା ଗୁଡ,ଗୋଲମରିଚ,ଅଦା  ଓ ଅଟା ମିଶାଇ ପିଠା ପ୍ରସ୍ତୁତି କରାଯାଇଥିଲା ।  କୁମ୍ଭକାର ସେବାୟତମାନେ ପିଠା ପ୍ରସ୍ତୁତି ଲାଗି ପାତ୍ର ଯୋଗାଇବା ନିମନ୍ତେ ମନ୍ଦିରକୁ  ଶୋଭାଯାତ୍ରାରେ ଆସିଥିଲେ । ଶୋଭାଯାତ୍ରାରେ  ପାରମ୍ପରିକ ବାଦ୍ୟ,ମେଘ ଡମ୍ବରୁ,ଘଣ୍ଟ ଓ ଘଣ୍ଟା ଆଦି ଶ୍ରଦ୍ଧାଳୁଙ୍କୁ ମନ୍ତ୍ରମୁଗ୍ଧ କରିଥିଲା ।  ପରକରଣା ସେବାୟତମାନେ ମଧ୍ୟ ପରମ୍ପରା  ମୁତାବକ ନଡିଆ ବାଣ୍ଟି ଥିଲେ । ପିଠା ପ୍ରସ୍ତୁତି ପରେ ସନ୍ଧ୍ୟାଧୂପରେ ପୂଜାପଣ୍ଡା ସେବାୟତ  ରୂପା ଥାଳିରେ ମା’ଙ୍କ ଠାରେ ୭ଟି ପିଠା ଭୋଗ  ଲାଗି କରିଥିଲେ । ଏହା ସହିତ ଚତୁର୍ଦ୍ଦଶୀ ନିମନ୍ତେ ମହାଦୀପ ମଧ୍ୟ ଉଠିଥିଲା । ଶେଷରେ  ମନ୍ଦିରରେ ଅବଶିଷ୍ଟ ନୀତି ସମାପନ ପରେ ପହୁଡ  ପଡିଥିଲା । ଆଜି ଶ୍ରୀଜିଉଙ୍କ ସାତପୁରୀ ଅମାବାସ୍ୟା  ନୀତି ପାଳନ କରାଯିବ । ଏହି ନୀତି ନିମନ୍ତେ  ଅଷ୍ଟଚଣ୍ଡୀ ଓ ଅନ୍ୟାନ୍ୟ ଦେବାଦେବୀଙ୍କ ପୂଜାର୍ଚ୍ଚନା  କରାଯିବ । ସକାଳଧୂପ ଠାରୁ ପ୍ରାୟ ଅନ୍ୟାନ୍ୟ ସବୁ  ନୀତିରେ ସାତ ପ୍ରକାରର ପିଠା ଲାଗି କରାଯିବ ।

Copyright © 2022 - Summa Real Media Private Limited. All Rights Reserved.