କଲମ୍ବୋ,୦୪/୦୮: ଦ୍ୱିତୀୟ ଦିନିକିଆରେ ଶ୍ରୀଲଙ୍କା ଭାରତକୁ ୩୨ ରନରେ ପରାସ୍ତ କରିଛି। ସିରିଜର ପ୍ରଥମ ମ୍ୟାଚ୍ ପରି ଟିମ୍ ଇଣ୍ଡିଆ ମଧ୍ୟ ଏଥର ଭଲ ଆରମ୍ଭ କରିଥିଲା, କିନ୍ତୁ ମିଡିଲ୍ ଅର୍ଡର ବ୍ୟାଟିଂ ବିପର୍ଯ୍ୟୟ ହେତୁ ଦଳକୁ ପରାଜୟର ସାମ୍ନା କରିବାକୁ ପଡ଼ିଥିଲା। ଶ୍ରୀଲଙ୍କା ଦଳ ୩ ବର୍ଷ ପରେ ଦିିନିକିଆ ମ୍ୟାଚରେ ଭାରତକୁ ପରାଜିତ କରିବାରେ ସକ୍ଷମ ହୋଇଛି। ଭାରତୀୟ ମିଡିଲ୍ ଅର୍ଡର ବ୍ୟାଟିଂ ବିଷୟରେ ଯଦି ଆଲୋଚନା କରିବା, ତେବେ ଶିବମ୍ ଦୁବେ ଏବଂ କେ.ଏଲ୍ ରାହୁଲ ଶୂନରେ ଆଉଟ୍ ହୋଇଥିବାବେଳେ ଶ୍ରେୟସ୍ ଆୟର ମଧ୍ୟ ରନ୍ ଦୃଷ୍ଟିରୁ ଦୁଇ ଅଙ୍କ ଛୁଇଁ ପାରିନଥିଲେ। ମୋଟ ୬ ଟି ୱିକେଟ୍ ନେଇ ଆୟୋଜକ ଶ୍ରୀଲଙ୍କା ପାଇଁ ଜେଫ୍ରି ଭାଣ୍ଡର୍ସନ୍ ସବୁଠାରୁ ପ୍ରଭାବୀ ବୋଲର ସାବ୍ୟସ୍ତ ହୋଇଥିଲେ।
ଶ୍ରୀଲଙ୍କା ପ୍ରଥମେ ବ୍ୟାଟିଂ କରି ସ୍କୋରବୋର୍ଡରେ ୨୪୦ ରନ୍ ସଂଗ୍ରହ କରିଥିଲା। ୨୪୧ ରନ୍ର ବିଜୟ ଲକ୍ଷ୍ୟକୁ ପିଛାବାକୁ ଭାରତ ମଇଦାନକୁ ଓହ୍ଲାଇବା ପରେ ରୋହିତ ଶର୍ମା ଏବଂ ଶୁଭମନ ଗିଲ ଦଳକୁ ଏକ ଭଲ ଆରମ୍ଭ ଭେଟି ଦେଇଥିଲେ। ଉଭୟଙ୍କ ମଧ୍ୟରେ ୯୭ ରନ୍ର ଓପନିଂ ପାର୍ଟନରସିପ୍ ହୋଇଥିଲା ଏବଂ ଏହାରି ଭିତରେ ଅଧିନାୟକ ରୋହିତ ଶର୍ମା ୨୯ ବଲରେ ନିଜର ପଚାଶଟି ପୂରଣ କରିଥିଲେ | ରୋହିତଙ୍କ ବ୍ୟାଟ୍ରୁ ୪୪ ବଲରେ ୬୪ ରନ୍ ବାହାରିଥିଲା। ଏଥିରେ ସେ ୫ ଚୌକା ଓ ୪ ଛକା ମାରିଥିଲେ। ଅନ୍ୟପକ୍ଷରେ ଗିଲ ୩୫ ରନ୍ ସଂଗ୍ରହ କରିଥିଲେ। ସେମାନଙ୍ ମଧ୍ୟରେ ୯୭ ରନ୍ର ପାର୍ଟନରସିପ୍
ପରେ ପ୍ରଥମ ୱିକେଟ୍ ହରାଇଥିଲେ ଦଳ। ଆରମ୍ଭ ହୋଇଥିଲା।
ରୋହିତ ଶର୍ମାଙ୍କ ୱିକେଟ୍ ଖସିବା ପରେ ମଇଦାନକୁ ଜଣକ ପରେ ଜଣେ ବ୍ୟାଟର ପାଭିଲିୟନ ଫେରୁଥିଲେ। ରୋହିତଙ୍କ କିଛି ସମୟ ପରେ ଗିଲ୍ ମଧ୍ୟ ଆଉଟ୍ ହୋଇଥିଲେ। ଚାରିଟି ବଲରେ କୌଣସି ରନ୍ ସ୍କୋର ନକରି ଦୁବେ ପାଭିଲିୟନକୁ ଫେରିଥିଲେ। ବିରାଟ କୋହଲିଙ୍କୁ ୧୧ ରନ୍ ସ୍କୋର ବେଳକୁ ଏକ ଜୀବନଦାନ ପାଇଥିଲେ। ସେ ମାତ୍ର ୩ ରନ୍ ପରେ ଅର୍ଥାତ୍ ୧୪ ରନ୍ କରିବା ପରେ ଆଉଟ୍ ହୋଇଥିଲେ। ଶ୍ରେୟସ୍ ଆୟର ଏବଂ କେ.ଏଲ୍ ରାହୁଲ ଯଥାକ୍ରମେ ୭ ରନ୍ ଏବଂ ଶୂନରେ ଆଉଟ୍ ହୋଇଥିଲେ। ୫୦ ରନ୍ ମଧ୍ୟରେ ୬ ଟି ୱିକେଟ୍ ହରାଇବା ପରେ ଟିମ୍ ଇଣ୍ଡିଆ ଅସୁବିଧାରେ ପଡ଼ିଥିଲା।