ପ୍ରମୂଖ ଖବର
  • ଛତ୍ରପୁର: ଡିଆରଡିଏ ଛକରେ ଗୋମାଂସ ଟ୍ରକକୁ ଧରିଲା ବଜରଙ୍ଗଦଳ,୧୨ ଟନ୍ ଗୋମାଂସ ଜବତ, ୨ ଅଟକ
  • ||
  • ଭୁବନେଶ୍ବର ଷ୍ଟେସନ ନିକଟରେ ମାଲବାହୀ ଟ୍ରେନ ଲାଇନଚ୍ୟୁତ, ଅଟକିଛି ଅନେକ ଟ୍ରେନ୍
  • ||
  • ମଝି ଚିିଲିକାରେ ପୁଣି ଫସିଲା ଯାତ୍ରୀବାହୀ ଡଙ୍ଗା, ଡଙ୍ଗାରେ ଅଛନ୍ତି ୧୭ ଯାତ୍ରୀ
  • ||
  • ଦିଲ୍ଲୀ ଦ୍ବାରିକା ସେକ୍ଟର ୧୨ରେ ଭୁଶୁଡ଼ିଲା ନିର୍ମାଣାଧୀନ ହସ୍ପିଟାଲ କୋଠା, ଜଣେ ମୃତ, ୯ ଆହତ
  • ||
  • କାରଗିଲ୍‌ ବିଜୟ ଦିବସ ୨୫ ବର୍ଷ ପୂର୍ତ୍ତି, ଯୁଦ୍ଧ ସହିଦ ସ୍ମାରକୀରେ ଶ୍ରଦ୍ଧାଞ୍ଜଳି ଦେବେ ମୋଦି
  • ||
  • ଶୁକ୍ରବାର ପ୍ୟାରିସ ଅଲିମ୍ପିକ ଉଦ୍‌ଘାଟନୀ ଉତ୍ସବ, ପରେଡରେ ସାମିଲ ହେବେ ୭୦୦୦ କ୍ରୀଡ଼ାବିତ
  • ||

ଶ୍ରୀଜିଉଙ୍କ ହେବ ପଇତା ଲାଗି, ଅପରାହ୍ନ ୫ଟାରୁ ରାତ୍ର ୧୦ଟା ଯାଏଁ ସର୍ବସାଧାରଣ ଦର୍ଶନ ବନ୍ଦ

ପୁରୀ, ୦୪/୧୨ : ସୋମବାର ମାର୍ଗଶୀର-କୃଷ୍ଣ ସପ୍ତମୀ ତିଥି ଶ୍ରୀବିଗ୍ରହମାନଙ୍କ ପାଇତାଲାଗି ନୀତି ଅନୁଷ୍ଠିତ ହେବ । ଏଣୁ ଦ୍ୱିତୀୟ ଭୋଗମଣ୍ଡପ ଭୋଗ ଶେଷ ହେବାପରେ ଆପାତତଃ ଅପରାହ୍ନ ୫ଟାରୁ ରାତ୍ର ୧୦ଟା ପର୍ଯ୍ୟନ୍ତ ସର୍ବସାଧାରଣ ଦର୍ଶନ ବନ୍ଦ ରହିବ ।

ବ୍ରହ୍ମ ଏକମାତ୍ର ସତ୍ୟ ଆଉ ବ୍ରହ୍ମର ସ୍ୱରୂପ ହେଉଛନ୍ତି ମହାପ୍ରଭୁ ଜଗନ୍ନାଥ । ପଇତା ବା ଉପବେଦ ହେଉଛି ବ୍ରାହ୍ମଣଙ୍କ ପରିଚୟ । ଏହି ସୁତ୍ର ବା ସୁତାରେ ବ୍ରହ୍ମତ୍ୱ ଆରୋପିତ ହୋଇ ଅଭିମନ୍ତ୍ରୀତ କରାଯିବା ପରେ ବ୍ରାହ୍ମଣ ପୁରୁଷମାନେ ଧାରଣ କରିଥାନ୍ତି । ବାମ କାନ୍ଧରୁ ଡ଼ାହାଣ ପଟଅଣ୍ଟା ପର୍ଯ୍ୟନ୍ତ ଏହା ବ୍ୟାପ୍ତ ହୋଇ ରହିଥାଏ । କିନ୍ତୁ ଜଗନ୍ନାଥ ମହାପ୍ରଭୁ ଅପୌରୁଷେୟ ବ୍ରହ୍ମ ସେ ବିଦେହ ପୁଣି ଦେହବନ୍ତ । ଅନେକ ନାହିଁ ନାହିଁ ଭିତରେ ସର୍ବବ୍ୟାପକ ଗୋଟିଏ ହଁ । ଶ୍ରୀ ବିଗ୍ରହମାନେ ଦାରୁ ବା କାଷ୍ଠରେ ନିର୍ମିତ ହୋଇଛନ୍ତି । ଯାହାଙ୍କର ଶ୍ରୀଅଙ୍ଗକୁ ସୁରକ୍ଷିତ ରଖିବାର ଉତ୍ତର ଦାୟିତ୍ୱ ଦଇତାପତି ସେବକମାନଙ୍କର। ଏଣୁ ଏହି ଦଇତାମାନେ ମହାପ୍ରଭୁଙ୍କ ଶ୍ରୀଅଙ୍ଗକୁ ସୁଦୃଢ଼ ରଖିବା ସହ ଋତୁକାଳୀନ ପ୍ରଭାବରୁ ସୁରକ୍ଷିତ ରଖିବାକୁ ପଇତା ଲାଗି ନୀତିଟି କରିଥାନ୍ତି। ଏହି ପଇତା ଲାଗି ସେବା ଦଇତାପତି ସେବକମାନଙ୍କର ଏକ ଗୋଷ୍ଠି ଗତ ସେବା ଅଟେ। ଏହାକୁ ସେମାନେ ଅତି ନିଷ୍ଠାର ସହିତ ସମ୍ପାଦନ କରିଥାନ୍ତି । ଶ୍ରୀଜିଉମାନଙ୍କ ଠାରେ ଦୈନଦିନ ଲାଗି ହେଉଥିବା ଚନ୍ଦନର ସୁରକ୍ଷା ନିମନ୍ତେ ମହାପ୍ରଭୁଙ୍କୁ ପଇତା ଲାଗି କରାଯାଇଥାଏ । 

ଏଥିପାଇଁ  ଶ୍ରୀମନ୍ଦିର ପ୍ରଶାସନ ପାଟର ସେବକଙ୍କୁ ପଇତା ବୋଳିବାପାଇଁ ତିନି ରଙ୍ଗର ବାସୁଙ୍ଗାପାଟ ଯୋଗାଇଥାଏ । ପାଟର ସେବକ ଉକ୍ତ ବାସୁଙ୍ଗା ପାଟ ନେଇ ଶ୍ରୀଲକ୍ଷ୍ମୀ ମନ୍ଦିର ଜଗମୋହନରେ ବସି ପାଟ ପଇତା ବୋଳିଥାନ୍ତି । ପଇତା ବୋଳି ସାରି ପାଟର ସେବକ ଉକ୍ତ ଦିନ ଦେଉଳ କାରଣଙ୍କୁ ଯୋଗାଇଥାନ୍ତି। 

ଦ୍ୱିତୀୟ ଭୋଗମଣ୍ଡପ ଶେଷ  ହେବାପରେ ମା'ଲକ୍ଷ୍ମୀ ଏବଂ ମା'ଭୂଦେବୀ ଖଟଶେଯ ଘରକୁ ବିଜେକଲାପରେ ପଇତା ଲାଗି ନିମନ୍ତେ ଦଇତାପତି ସେବକମାନେ ଗର୍ଭ ଗୃହରେ ପ୍ରବେଶ କରିଥାନ୍ତି। ଏହା ଏକ ଗୁପ୍ତ ନୀତି ହୋଇଥିବାରୁ ଶ୍ରୀମନ୍ଦିରର ଜୟବିଜୟ ଦ୍ୱାର ବନ୍ଦ ରହିଥାଏ। ଦଇତାପତି ସେବକମାନେ ଦେଉଳକରଣଙ୍କ ଠାରୁ ଉକ୍ତ ତିନି ରଙ୍ଗର ପାଟ ପଇତା ଗ୍ରହଣ କରି ପତି ମହାପାତ୍ରଙ୍କ ଉପସ୍ଥିତିରେ ଶ୍ରୀଜିଉମାନଙ୍କ ଠାରେ ପଇତା ଲାଗି କରିବେ। 

ଶ୍ରୀଜଗନ୍ନାଥ ମହାପ୍ରଭୁଙ୍କ ହଳଦିଆ ପାଟ ପଇତା। ବଡ଼ଠାକୁର ଶ୍ରୀ ବଳଭଦ୍ରଙ୍କୁ ସବୁଜ ଏବଂ ମା' ସୁଭଦ୍ରାଙ୍କୁ ନାଲି ରଙ୍ଗର ପାଟ ପଇତା ଲାଗି ହେବ। ବାସୁଙ୍ଗା ପାଟକୁ ବଳି କାଣି ଆଙ୍ଗୁଠି ମୋଟାର ସୂତା ପ୍ରସ୍ତୁତ କରାଯାଇଥାଏ । ଯାହାକୁ ଶ୍ରୀବିଗ୍ରହଙ୍କ ମୁଖ ତଳକୁ ଓ ପେଟ ଉପରକୁ ଆବୃତ କରି ରଖାଯାଏ । ଏହାକୁ ଛକି ପକାଇଲା ପରି ଶ୍ରୀଅଙ୍ଗ ଓ ଶ୍ରୀଭୁଜକୁ ବାନ୍ଧିବା ଢ଼ଙ୍ଗରେ ଭିଡ଼ାଯାଏ । ଯାହାକୁ ଶ୍ରୀମନ୍ଦିର ପାରମ୍ପରିକ ଭାଷାରେ ପଇତା ଲାଗି କୁହନ୍ତି। ଶ୍ରୀଅଙ୍ଗରେ ଚନ୍ଦନ ଧାରଣ କରିଥାଏ ଏହି ପଇତା ଲାଗି ଅଂଶ।  ମହାପ୍ରଭୁଙ୍କ ଏହି ପଇତା ଲାଗି କାର୍ଯ୍ୟ ସମ୍ପର୍ଣ୍ଣ ପାଇଁ ଦଇତା ପାତି ସେବକମାନଙ୍କୁ ପ୍ରାୟ ତିନି ଘଣ୍ଟା ସମୟ ଲାଗିଥାଏ। ଏହା ପରେ ମେକାପଙ୍କ ଦ୍ଵାରା ସିଂହାସନ ଧୁଆ ପରେ ପଇତା ଲାଗି ନୀତି ବଢ଼ିଲା ପରେ ଠାକୁର ମାନଙ୍କର ମହାସ୍ନାନ କରାଯାଇ ଭୂଦେବୀ ଓ ଶ୍ରୀଦେବୀ ଶ୍ରୀଅଙ୍ଗ ଲାଗି ହୋଇଥାନ୍ତି। ଏହା ପରେ ମହାପ୍ରଭୁ ଙ୍କର ମଇଲମ ବେଶ ହୋଇଥାଏ। ପ୍ରଭୁଙ୍କ ସନ୍ଧ୍ୟା ଆଳତି, ସନ୍ଧ୍ୟା ଧୂପ ହୋଇ ସନ୍ଧ୍ୟା ଧୂପ ପ୍ରସାଦ ବାହାରି ପାଣି ପଡିବାପରେ ମହାପ୍ରଭୁଙ୍କ ଚନ୍ଦନ ଲାଗି, ବଡ଼ସିଂହାର ବେଶ, ବଡ଼ସିଂହାର ଭୋଗ, ପରେ ରାତ୍ର ପହୁଡ଼ ଅନୁଷ୍ଟିତ ହେବ।

Also Read :-

ଗୋଟିଏ ଦିନ ବଢିଲା କଟକ ଐତିହାସିକ ବାଲିଯାତ୍ରା

  • prameyanews
  • PrameyaOdia
  • prameya
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.