ପ୍ରମୂଖ ଖବର
  • ନୂଆଦିଲ୍ଲୀରେ ବସିବ ନୀତି ଆୟୋଗ ବୈଠକ, ଅଧ୍ୟକ୍ଷତା କରିବେ ପ୍ରଧାନମନ୍ତ୍ରୀ
  • ||
  • କିଏ ନେବ ରାଜ୍ୟ କଂଗ୍ରେସ ନେତୃତ୍ୱ ? ଦିଲ୍ଲୀ ଦରବାରରେ ଛାମୁଆ ନେତା, ଚର୍ଚ୍ଚାରେ ତାରା, ମୋକିମ, ପ୍ରସାଦ ଓ ସପ୍ତଗିରି
  • ||
  • ଶନିବାରଠୁ ଶ୍ରୀଲଙ୍କା-ଭାରତ ଟି-ଟ୍ୱେଣ୍ଟି ସିରିଜ୍,ପାଲିକେଲେରେ ଖେଳାଯିବ ପ୍ରଥମ ମୁକାବିଲା
  • ||
  • ଶନିବାର ନୀତି ଆୟୋଗ ସାଧାରଣ ପରିଷଦ ବୈଠକ, ଦିଲ୍ଲୀରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
  • ||
  • ଲଘୁଚାପ ସକ୍ରିୟ: ଆସନ୍ତା ୪ ଦିନ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ସତର୍କ କରାଇଲେ ଏସ୍‌ଆରସି
  • ||

ମନ୍ଦିରରେ ବିରାଜମାନ ମୃତ୍ୟୁର ଦେବତା; ମଣିଷର ମୃତ୍ୟୁ ପରେ ଆତ୍ମାର ଭୁଲ୍‌ ଠିକ୍‌ର ବିଚାର କରନ୍ତି ସ୍ୱୟଂ ଯମରାଜ

ସିମଲା, ୧୮।୪: ଯମଙ୍କ ନାଁ ଶୁଣିଲେ ମନକୁ ଆସେ ମୃତ୍ୟୁର ଭୟ । ମଣିଷର ମୃତ୍ୟୁ ପାଖେଇ ଆସିଲେ ସ୍ୱୟଂ ଯମରାଜ ଦର୍ଶନ ଦିଅନ୍ତି ବୋଲି କୁହାଯାଏ । ଯମରାଜ ମଣିଷ ଶରୀରରୁ ଆତ୍ମାକୁ ନେବା ଲାଗି ଆସନ୍ତି ବୋଲି ବିଶ୍ୱାସ କରାଯାଏ । ଏଥିପାଇଁ ଯମରାଜଙ୍କୁ ମୃତ୍ୟୁର ଦେବତା ବୋଲି କୁହାଯାଏ । ଧାର୍ମିକ ମାନ୍ୟତାନୁସାରେ, ଚିତ୍ରଗୁପ୍ତ ପ୍ରତ୍ୟେକ ମଣିଷର କର୍ମ ଲିଖିତ ଭାବେ ରଖିଥାନ୍ତି । ଏହି କର୍ମ ଅନୁସାରେ ମଣିଷକୁ ସ୍ୱର୍ଗ କିମ୍ୱା ନର୍କ ପ୍ରାପ୍ତି ହୁଏ । କିନ୍ତୁ, ଶୁଣି ଆଶ୍ଚର୍ଯ୍ୟ ହେବେ ଯେ ପୃଥିବୀରେ ଏକ ଏଭଳି ମନ୍ଦିର ରହିଛି ଯେଉଁଠାରେ ସ୍ୱୟଂ ଯମରାଜ ବିରାଜମାନ । ଆସନ୍ତୁ ଜାଣିବା ସେହି ସ୍ୱତନ୍ତ୍ର ମନ୍ଦିର ବିଷୟରେ । 

ମୃତ୍ୟୁର ଦେବତା ଯମରାଜଙ୍କ ଏହି ମନ୍ଦିର ରହିଛି ହିମାଚଳ ପ୍ରଦେଶର ଚମ୍ୱା ଜିଲ୍ଲାର ଭରମୋରଠାରେ ଅବସ୍ଥିତ । ମଣିଷର ମୃତ୍ୟୁ ପ୍ରତ୍ୟେକ ଆତ୍ମା ଆସି ଯମରାଜଙ୍କର ଏହି ମନ୍ଦିରରେ ପହଞ୍ଚେ ବୋଲି ବିଶ୍ୱାସ କରାଯାଏ । ଏହି ମନ୍ଦିରରେ ଯମରାଜ ମଣିଷର କର୍ମ ଅନୁସାରେ ତାକୁ ସ୍ୱର୍ଗ କିମ୍ୱା ନର୍କକୁ ପଠାନ୍ତି । ମନ୍ଦିରରେ ରହିଛି ୪ଟି କବାଟ, ଯାହା ସ୍ୱର୍ଗ କିମ୍ୱା ନର୍କକୁ ଯିବାକୁ ବାଟ । ଏହି ୪ଟି କବାଟ ସୁନା, ରୂପା, ତମ୍ୱା ଓ ଲୁହାରେ ନିର୍ମିତ । ଯିଏ ପୂଣ୍ୟ କରିଥାନ୍ତି, ତାଙ୍କ ଆତ୍ମାକୁ ସୁନାର କବାଟ ଦେଇ ସ୍ୱର୍ଗକୁ ନିଅନ୍ତି ଯମଦୂତ । ଯେଉଁ ବ୍ୟକ୍ତି ସାରା ଜୀବନ ପାପ କରିଥାନ୍ତି, ତାକୁ ଲୁହାର କବାଟ ଦେଇ ନର୍କକୁ ନିଆଯାଏ । ଗରୁଡ଼ ପୁରାଣରେ ମଧ୍ୟ ଏହି ୪ଟି ଯମ ଦରବାର ବିଷୟରେ ବର୍ଣ୍ଣିତ ହୋଇଛି । 

ମନ୍ଦିରରେ ଏକ ଖାଲି କୋଠରୀ ରହିଛି । ଲୋକଙ୍କ କହିବାନୁସାରେ, ମୃତ୍ୟୁର ଦେବତା ଯମରାଜ ଏହି ଖାଲି କୋଠରୀ ମଧ୍ୟରେ ରହିଛନ୍ତି । ଏହି କୋଠରୀ ପାଖରେ ଥିବା ଆଉ ଏକ କୋଠରୀରେ ଚିତ୍ରଗୁପ୍ତ ସମସ୍ତ ଆତ୍ମାଙ୍କ ହିସାବକିତାବ କରିଥାନ୍ତି । ଲୋକଙ୍କ କହିବାନୁସାରେ, ମୃତ୍ୟୁ ପରେ ମଣିଷର ଆତ୍ମା ପ୍ରଥମେ ଏହି ମନ୍ଦିରକୁ ଆସେ । ଯମଦୂତ ଆତ୍ମାମାନଙ୍କୁ ଆଣି ଯମରାଜଙ୍କ ଆଗରେ ଛିଡ଼ା କରନ୍ତି । କର୍ମ ଅନୁସାରେ ଚିତ୍ରଗୁପ୍ତ ଆତ୍ମାର ସ୍ଥାନ ସ୍ଥିର କରନ୍ତି । ସେଠାରେ ଥିବା ଖାଲି କୋଠରୀରେ ଯମରାଜ କର୍ମ ଅନୁସାରେ ଦଣ୍ଡ ସ୍ଥିର କରନ୍ତି । ତେଣୁ ଲୋକେ ଏହି ମନ୍ଦିର ଯିବାକୁ ଭୟ କରନ୍ତି । ଏହି ମନ୍ଦିର ଭିତରକୁ କେହି ପ୍ରବେଶ କରିନଥାନ୍ତି । ମନ୍ଦିର ବାହାରେ ହିଁ ଲୋକ ଯମରାଜଙ୍କୁ ପୂଜା କରିଥାନ୍ତି ଓ ନିଜ ମନସ୍କାମନା ପୂରଣ ଲାଗି ପ୍ରାର୍ଥନା କରନ୍ତି ।

  • prameyanews
  • PrameyaOdia
  • prameya
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.