ଦଶରଥପୁର,୨୦।୧୧: ଦଶରଥପୁର ଥାନା ଅଂଚଳର ଜନୈକା ଦଶମ ଶ୍ରେଣୀ ଛାତ୍ରୀଙ୍କୁ ବଳାତ୍କାର କରାଯାଇଥିବା ଥାନାରେ ଅଭିଯୋଗ ହୋଇଛି। ସୁଶାନ୍ତ ଜେନା (୪୫) ବଳାତ୍କାର କରିଥିବା ନେଇ ଛାତ୍ରୀ ଜଣକ ଦଶରଥପୁର ଥାନାରେ ଲିଖିତ ଅଭିଯୋଗ କରିଛନ୍ତି l
ଅଭିଯୋଗ ମୁତାବକ, ଛାତ୍ରୀ ଜଣକ ଚଳିତ ମାସ ୧୯ ତାରିଖ ସକାଳେ ଟିଉସନ ଯାଉଥିଲେ। ଏହି ସମୟରେ ସୁଶାନ୍ତ ଛାତ୍ରୀ ଜଣକୁ ତାଙ୍କ ମାଆ ଦେହ ଖରାପ ଏବଂ ସେ ମେଡ଼ିକାଲରେ ଅଛି କହିଥିଲା। ତାଙ୍କ ମେଡିକାଲ ଆସିବାକୁ ସୁଶାନ୍ତ କହିଥିଲା l ମାଆ ଅସୁସ୍ଥ କଥାକୁ ବିଶ୍ୱାସ କରି ଛାତ୍ରୀ ଜଣକ ସୁଶାନ୍ତ ବାଇକରେ ବସି ଆସିଥିଲା। କିଛି ବାଟ ଯିବା ପରେ ସୁଶାନ୍ତ ବାଇକକୁ ଏକ ଅଜଣା ସ୍ଥାନରେ ରଖି ଛାତ୍ରୀକୁ ବସରେ ନେଇ ଭଦ୍ରକ ଯାଇଥିଲା l ବସ ଭିତରେ ବିଭିନ୍ନ ଧମକ ଦେଇ ବଳାତ୍କାର କରିବା ପରେ ବିଳମ୍ବିତ ରାତିରେ ଏକ ନିକାଞ୍ଚନ ସ୍ଥାନରେ ଛାଡି ଦେଇ ପଳାଇ ଯାଇଥିଲା। ଏ ସମ୍ପର୍କରେ ଛାତ୍ରୀ ଜଣକ ଥାନାରେ ଲିଖିତ ଅଭିଯୋଗ କରିଛନ୍ତି।