ଭୁବନେଶ୍ୱର,୨୯/୦୯:ସୁଭଦ୍ରା ଆବେଦନ କରିବ ଥିବା ମହିଳାଙ୍କ ପାଇଁ ଖୁସି ଖବର। ଆସନ୍ତା ଅକ୍ଟୋବର ୯ ତାରିଖରେ ପ୍ରଥମ ପର୍ଯ୍ୟାୟ ଦ୍ୱିତୀୟ କିସ୍ତି ମହିଳାଙ୍କ ଆକାଉଣ୍ଟ ଯିବ ଟଙ୍କା। ଏହି ପର୍ଯାୟ ୪୦ ଲକ୍ଷ ମହିଳାଙ୍କ ଆକାଉଣ୍ଟୁ ୫୦୦୦ ହଜାର ଟଙ୍କା ସହାୟତା ରାଶି ପଠାଯିବ। ଏନେଇ ସୂଚନା ଦେଇଛନ୍ତି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା। ବାରିପଦାରୁ ଏହାର ଶୁଭାରମ୍ଭ କରିବେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ସୁଭଦ୍ର ଯୋଜନାର ପ୍ରଥମ ଏବଂ ଶେଷ ହିତାଧିକାରୀଙ୍କୁ ସମ୍ମାନୀତ ହେବେ।
ସେହିଭଳି "ସୁଭଦ୍ରା' ପ୍ରସଙ୍ଗରେ ଉପମୁଖ୍ୟମନ୍ତ୍ରୀ ପ୍ରଭାତି ପରିଡ଼ା କହିଛନ୍ତି,ଏହି ଯୋଜନାରେ ଏଯାଏଁ ୯୬ ଲକ୍ଷ ମହିଳା ଆବେଦନ କରିସାରିଲେଣି । ଆଉ କିଛି ଦିନ ଭିତରେ ୧ କୋଟି ଆବେଦନ ମିଳିବ । ସରକାର ୧ କୋଟି ମହିଳାଙ୍କୁ ନିଶ୍ଚିତ ସୁଭଦ୍ରା ସହାୟତା ପ୍ରଦାନ କରିବେ । କାହା ପାଖକୁ ଆଗ ଯାଇଛି । ଆଉ କାହା ପାଖକୁ ପଛରେ ଯାଉଛି । ମାତ୍ର ସମସ୍ତ ଯୋଗ୍ୟ ହିତାଧିକାରୀ ମହିଳା ନିଶ୍ଚିତ ଏ ସହାୟତା ରାଶି ପାଇବେ । ତେଣୁ ଯେଉଁମାନେ ଆବେଦନ କରିଛନ୍ତି ଧୈର୍ଯ୍ୟ ଧରି ଅପେକ୍ଷା କରନ୍ତୁ । ଇ-କେୱାଇସି ଯାଞ୍ଚ ପାଇଁ ଟିକେ ସମୟ ଲାଗୁଛି । ୨୫ ଲକ୍ଷ ୧୧ ହଜାର ମହିଳାଙ୍କୁ ପ୍ରଥମ କିସ୍ତି ଟଙ୍କା ଦେଇ ସାରିଛୁ । ଆସନ୍ତା ମାର୍ଚ୍ଚ ୮ ଆନ୍ତର୍ଜାତିକ ମହିଳା ଦିବସରେ ଦ୍ୱିତୀୟ କିସ୍ତି ଟଙ୍କା ପ୍ରଦାନ କରାଯିବ ବୋଲି ସ୍ପଷ୍ଟ କରିଛନ୍ତି ପ୍ରଭାତୀ ।
ଉଲ୍ଲେଖଯୋଗ୍ୟ, ଗତ ୧୭ ତାରିଖରେ ରାଜ୍ୟରେ ସୁଭଦ୍ରା ଯୋଜନାର ଶୁଭାରମ୍ଭ ହୋଇଥିଲା । ଭୁବନେଶ୍ୱର ଜନତା ମଇଦାନରେ ଆୟାଜିତ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏହି କାର୍ଯ୍ୟକ୍ରମର ଶୁଭାରମ୍ଭ କରିଥିଲେ ।ରାଜ୍ୟରେ ୨୫ ଲକ୍ଷ ମହିଳା ସୁଭଦ୍ରା ଯୋଜନାରେ ସାମିଲ ହୋଇ ସହାୟତା ରାଶି ପାଇ ସାରିଛନ୍ତି । ସେମାନଙ୍କୁ ପ୍ରଥମ କିସ୍ତି ୫ ହଜାର ଟଙ୍କା ଲେଖାଏଁ ମିଳି ସାରିଛି । ଅକ୍ଟୋବର ୯ ରେ ଆଉ ୪୦ ଲକ୍ଷ ମହିଳାଙ୍କୁ ପ୍ରଥମ କିସ୍ତି ସହାୟତା ରାଶି ମିଳିବ । ଏହିପରି ପର୍ଯ୍ୟାୟକ୍ରମେ ରାଜ୍ୟର କୋଟିଏରୁ ଅଧିକ ମହିଳାଙ୍କୁ ଦିଆଯିବ ସୁଭଦ୍ରା ସହାୟତା ।