ନୀଳଗିରି, ୧୦/୫ : ବିଜେଡ଼ି ବିଧାୟକ ପ୍ରାର୍ଥୀ ଇଂ. ସୁକାନ୍ତ କୁମାର ନାୟକ ଶୁକ୍ରବାର ଦ୍ଵିତୀୟ ପ୍ରାର୍ଥୀ ଭାବେ ପ୍ରଥମ ସେଟ୍ ନାମାଙ୍କନ ପତ୍ର ଦାଖଲ କରିଛନ୍ତି। ସେ ନିର୍ବାଚନ ଅଧିକାରୀ ତଥା ନୀଳଗିରି ଉପ-ଜିଲ୍ଲାପାଳଙ୍କ ନିକଟରେ ପ୍ରାର୍ଥୀପତ୍ର ଦାଖଲ କରିଛନ୍ତି। ତେବେ ଆଗାମୀ ୧୩ ତାରିଖରେ ସେ ସାଥୀ ଓ ସମର୍ଥକଙ୍କ ସହିତ ତାଙ୍କର ଦ୍ଵିତୀୟ ସେଟ୍ ପ୍ରାର୍ଥୀପତ୍ର ଦାଖଲ ଶୋଭଯାତ୍ରା କରିବେ ବୋଲି ଜଣା ଯାଇଛି।
ସୁକାନ୍ତ କୁମାର ପ୍ରାର୍ଥୀ ପତ୍ର ଦାଖଲ ସମୟରେ ବରିଷ୍ଠ ଆଡଭୋକେଟ ତଥା ବିଜେଡ଼ି ନେତା ଅମରେନ୍ଦ୍ର ପଟ୍ଟନାୟକଙ୍କ ସମେତ ପ୍ରସ୍ତାବକ ଲୋକନାଥ ଦଳେଇ, ସମର୍ଥକ ନିବାଶିଶ ଦ୍ଵିବେଦୀ ଓ ଆଡଭୋକେଟ ସୋମନାଥ ନାୟକ, ଦିଗାମ୍ବର ସ ପ୍ରମୁଖ ଉପସ୍ଥିତ ଥିଲେ।