ପ୍ରମୂଖ ଖବର
  • ଜାମ୍ମୁ-କାଶ୍ମୀରରେ ଏନକାଉଣ୍ଟର, ୩ ଯବାନ ଆହତ , ଜଣେ ଆତଙ୍କୀ ନିପାତ
  • ||
  • ମୁମ୍ବାଇରେ ଭୁଶୁଡିଲା ତିନି ମହଲା କୋଠା, ଏକାଧିକ ଆହତ
  • ||
  • ନୂଆଦିଲ୍ଲୀରେ ବସିବ ନୀତି ଆୟୋଗ ବୈଠକ, ଅଧ୍ୟକ୍ଷତା କରିବେ ପ୍ରଧାନମନ୍ତ୍ରୀ
  • ||
  • କିଏ ନେବ ରାଜ୍ୟ କଂଗ୍ରେସ ନେତୃତ୍ୱ ? ଦିଲ୍ଲୀ ଦରବାରରେ ଛାମୁଆ ନେତା, ଚର୍ଚ୍ଚାରେ ତାରା, ମୋକିମ, ପ୍ରସାଦ ଓ ସପ୍ତଗିରି
  • ||
  • ଶନିବାରଠୁ ଶ୍ରୀଲଙ୍କା-ଭାରତ ଟି-ଟ୍ୱେଣ୍ଟି ସିରିଜ୍,ପାଲିକେଲେରେ ଖେଳାଯିବ ପ୍ରଥମ ମୁକାବିଲା
  • ||
  • ଶନିବାର ନୀତି ଆୟୋଗ ସାଧାରଣ ପରିଷଦ ବୈଠକ, ଦିଲ୍ଲୀରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
  • ||
  • ଲଘୁଚାପ ସକ୍ରିୟ: ଆସନ୍ତା ୪ ଦିନ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ସତର୍କ କରାଇଲେ ଏସ୍‌ଆରସି
  • ||

ଗୋଗାମେଡି ହତ୍ୟାକାଣ୍ଡ ମାମଲାରେ ଅନ୍ୟତମ ଅଭିଯୁକ୍ତ ରାମବୀର ଜାଟ ଗିରଫ, ହତ୍ୟାକାରୀଙ୍କୁ ଫେରାର କରିବାରେ କରିଥିଲା ସହଯୋଗ…

ନୂଆଦିଲ୍ଲୀ: ଗୋଗାମେଡି ହତ୍ୟାକାଣ୍ଡ ମାମଲାରେ ରାଜସ୍ଥାନ ପୋଲିସ ହରିୟାଣାର ଜଣେ ଯୁବକଙ୍କୁ ଗିରଫ କରିଛି । ପୋଲିସ ଏ ସମ୍ପର୍କରେ ସୂଚନା ଦେଇଛି । ଜୟପୁର ପୋଲିସ କମିଶନର ବିଜୁ ଜର୍ଜ ଜୋସେଫ କହିଛନ୍ତି ଯେ, ଗୋଗାମେଡି ହତ୍ୟା ମାମଲାର ଷଡଯନ୍ତ୍ରକାରୀଙ୍କ ମଧ୍ୟରୁ ଅଭିଯୁକ୍ତ ରାମବୀର ଜାଟଙ୍କୁ ଆଜି (ଶନିବାର) ଗିରଫ କରାଯାଇଛି । ସେ ହରିୟାଣାର ମହେନ୍ଦ୍ରଗଡ ଜିଲ୍ଲାର ସୁରେତି ପିଲାନିୟନ ଗାଁର ବାସିନ୍ଦା । 

ଶ୍ରୀ ରାଷ୍ଟ୍ରିୟ ରାଜପୁତ କରଣୀ ସେନାର ରାଷ୍ଟ୍ରୀୟ ଅଧ୍ୟକ୍ଷ ସୁଖଦେବ ସିଂ ଗୋଗାମେଡିଙ୍କୁ ମଙ୍ଗଳବାର ଦିନ ସୁଟର ନିତିନ ଫୌଜି ଏବଂ ରୋହିତ ରାଠୋଡ ଆଖିବୁଜା ଗୁଳିମାଡ କରି ହତ୍ୟା କରିଥିଲେ । ପୋଲିସର ସୂଚନାନୁସାରେ, ରାମବୀର ଜୟପୁରରେ ନିତିନ ଫୌଜିଙ୍କ ପାଇଁ ସମ୍ପୂର୍ଣ୍ଣ ବ୍ୟବସ୍ଥା କରିଥିଲେ । ସେ କହିଛନ୍ତି ଯେ ଦୁହେଁ ଭଲ ବନ୍ଧୁ । ଏହି ଘଟଣା ପରେ ରାମବୀର ଅଭିଯୁକ୍ତ ନିତିନ ଏବଂ ରୋହିତଙ୍କୁ ଏକ ମୋଟର ସାଇକେଲରେ ନେଇ ବାଗ୍ରୁ ଟୋଲ ପ୍ଲାଜା ଆଗକୁ ନେଇ  ରାଜସ୍ଥାନ ରୋଡୱେର ଏକ ବସ୍‌ରେ ବସାଇଥିଲେ । ପୋଲିସର ସୂଚନାନୁସାରେ, ଏହି ମାମଲାରେ ରାମବୀର ଏବଂ ଅନ୍ୟ ଜଣେ ଅଭିଯୁକ୍ତଙ୍କୁ ପଚରାଉଚରା କରାଯାଉଛି ।

 


 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.