ନୂଆଦିଲ୍ଲୀ,୩୦।୯: ଇଣ୍ଟରନ୍ୟାସନାଲ ସ୍ପେସ୍ ଷ୍ଟେସନ୍ରେ ଫଶି ରହିଛନ୍ତି ମହାକାଶରୀ ସୁନିତା ଓ୍ବିଲିୟମ୍ ଓ ବଚ୍ଓ୍ବିଲମୋର। ଆସନ୍ତା ବର୍ଷ ଫେବୃଆରୀ ସୁଦ୍ଧା ପୂର୍ବରୁ ପୃଥିବୀକୁ ଫେରିବାର ସମ୍ଭାବନା ନାହିଁ। ମାତ୍ର ୧୦ ଦିନର ମିଶନ୍ରେ ଯାଇଥିବା ଦୁଇ ମହାକାଶଚାରୀ ଜୁନ୍ ୭ରୁ ଏପର୍ଯ୍ୟନ୍ତ ଫଶି ରହିଛନ୍ତି। ସ୍ପେସ୍କ୍ରାଫ୍ଟରେ ଖରାପ ହେବାକୁ ଯୋଗୁଁ ଏହାକୁ ପୃଥିବୀ ପୃଷ୍ଠକୁ ଫେରାଇ ଅଣାଯାଇଛି। ଏବେ ନାସା ସୁନିତା ଓ୍ବିଲିୟମ୍ସଙ୍କୁ ଇଣ୍ଟରନ୍ୟାସନାଲ ସ୍ପେସ୍ ଷ୍ଟେସନ୍ର କମାଣ୍ଡର କରିଛି। ହେଲେ ମହାକାଶରେ ବେଶି ଦିନ ରହିବା କାରଣରୁ ସୁନିତାଙ୍କ ଶରୀର ଉପରେ ପ୍ରଭାବ ପଡିଛି। କୁହାଯାଉଛି ଯେ, ସେଠାରେ ତାଙ୍କର ଓଜନ କମ୍ ହେବା ସହ ହାଡ ମଧ୍ୟ ଦୁର୍ବଳ ହେବାରେ ଲାଗିଛି। ମହାକାଶରେ ମାଧ୍ୟାକର୍ଷଣ ଶକ୍ତି ନଥିବା ଯୋଗୁଁ ହାଡ ହାଲକା ହୋଇ ଯାଉଛି। ଏହି କାରଣରୁ ତାଙ୍କର ଟିସୁ ମଧ୍ୟ ଖରାପ ହେବାରେ ଲାଗିଛି।
ସୁନିତାଙ୍କ ଭଳି ମହାକାଶଯାତ୍ରୀଙ୍କ ବୋନ୍ ଡେନସିଟି୍ ପ୍ରତି ମାସ ହିସାବରେ ୧.୫ ପ୍ରତିଶତ କମ୍ ହୋଇଯାଉଛି। ଏହାଛଡା ମହାକାଶର ରେଡିଏସନ୍ରୁ ମଧ୍ୟ ଦୁଇ ମହାକାଶ ଯାତ୍ରୀଙ୍କୁ ବିପଦ ହୋଇପାରେ। ଆଇଏସ୍ଏସ୍ରେ ରହୁଥିବା ଦୁଇ ମହାକାଶ ଯାତ୍ରୀ ଲଗାତାର ରିସର୍ଚ୍ଚ ମଧ୍ୟ କରୁଛନ୍ତି।। ସେଭଳି ଦୁହେଁ ଫେରିବା ପାଇଁ ଯେଉଁ ସ୍ପେସ୍ଏକ୍ସ କ୍ରୁ ଡ୍ରାଗନ୍ କ୍ୟାପସୁଲ ପଠାଯାଇଥିଲା ସେଥିରେ ନିଗ୍ ହେଗ୍ ଓ ଋଷର କସ୍ମୋନଟ୍ ଆଲେକଜାଣ୍ଡର ଗୁରବୁନୋଭ ମଧ୍ୟ ପହଁଞ୍ଚିଛନ୍ତି। ନାସା ଯେଉଁ ଭିଡିଓ ଜାରି କରିଛି ସେଥିରେ ସୁନିତା ଓ୍ବିଲିୟମ୍ସ ନୂଆ ଅତିଥିଙ୍କୁ ସ୍ବାଗତ କରିଛନ୍ତି।