ପ୍ରମୂଖ ଖବର
  • ଲଘୁଚାପ ସକ୍ରିୟ: ଆସନ୍ତା ୪ ଦିନ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ସତର୍କ କରାଇଲେ ଏସ୍‌ଆରସି
  • ||

ମାଥିୟାସ ବୋଙ୍କୁ ଗୁପ୍ତ ବିବାହ କଲେ ତାପସୀ, ଭାଇରାଲ୍ ହେଉଛି ଭିଡିଓ

ନୂଆଦିଲ୍ଲୀ ୦୪/୦୪: ଅଭିନେତ୍ରୀ ତାପସୀ ପନ୍ନୁଙ୍କର ଏକ ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେଉଛି । ଏଥିରେ ତାପସୀ ବଧୂ ବେଶରେ ନଜର ଆସିଛନ୍ତି । ଏହା ଦେଖି ଲୋକେ ଅନୁମାନ କରୁଛନ୍ତି, ସେ ନିଜ ପୁରୁଷ ବନ୍ଧୁ ମାଥିୟାସ ବୋଙ୍କୁ ଗୁପ୍ତରେ ବିବାହ କରିଛନ୍ତି । ଭିଡିଓରେ ତାପସୀ ଲାଲ୍‌ ରଙ୍ଗର ସୁଟ୍‌ ଓ ଗହଣା ପିନ୍ଧିଛନ୍ତି । ଧୀରେ ଧୀରେ ନୃତ୍ୟ କରି ମଞ୍ଚରେ ଅପେକ୍ଷା କରିଥିବା ମାଥିୟାସଙ୍କ ପାଖକୁ ଯାଉଛନ୍ତି । ମାଥିୟାସ ଶେରୱାନି ଓ ପଗଡ଼ି ପିନ୍ଧିଛନ୍ତି । ଉଭୟ ପରସ୍ପରକୁ ବରମାଳା ପିନ୍ଧାଇବା ପରେ କୋଳାଇଛନ୍ତି । ଭିଡିଓ ଭାଇରାଲ ହେବା ପରେ ବି ଏହି ଯୋଡ଼ି ତରଫରୁ ବିବାହକୁ ନେଇ ଔପଚାରିକ ଘୋଷଣା ହୋଇନାହିଁ । 




କିଛି ଦିନ ତଳେ ଗଣମାଧ୍ୟମରେ ଚର୍ଚ୍ଚା ହୋଇଥିଲା, ତାପସୀ ମାର୍ଚ୍ଚ ୨୩ ତାରିଖରେ ଉଦୟପୁରରେ ନିଜ ପୁରୁଷ ବନ୍ଧୁ ମାଥିୟାସଙ୍କୁ ବିବାହ କରିବେ । ୩୬ ବର୍ଷୀୟା ତାପସୀ ୪୩ ବର୍ଷୀୟ ମାଥିୟାସଙ୍କୁ ଗତ ୧୦ ବର୍ଷ ତଳୁ ଡେଟ୍‌ କରୁଥିଲେ । ସେ ସର୍ବଦା ନିଜ ସମ୍ପର୍କକୁ ଲାଇମ୍‌ଲାଇଟ୍‌ଠୁ ଦୂରରେ ରଖିଥିଲେ । ନିକଟରେ ସେ ଏକ ଗଣମାଧ୍ୟମ ସହ ବାର୍ତ୍ତାଳାପରେ ମାଥିୟାସଙ୍କ ବିଷୟରେ ଖୋଲି କହିଥିଲେ । ବଲିଉଡ୍‌ ଫିଲ୍ମ ‘ଚଶ୍‌ମେ ବଦ୍ଦୂର’ର ସୁଟିଂ ସମୟରେ ସେ ମାଥିୟାସଙ୍କୁ ଭେଟିଥିଲେ । ଡେନ୍‌ମାର୍କର ବ୍ୟାଡ୍‌ମିଣ୍ଟନ୍‌ ଖେଳାଳି ମାଥିୟାସ ଜଣେ ଅଲିମ୍ପିକ୍‌ ମେଡାଲିଷ୍ଟ । ୨୦୨୦ ମସିହାରେ ସେ ଖେଳରୁ ସନ୍ନ୍ୟାସ ନେଇଥିଲେ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.