ପ୍ରମୂଖ ଖବର
  • ଭୁବନେଶ୍ବର OSSSC ଅଫିସ ଘେରିଲେ ଶହଶହ ପରୀକ୍ଷାର୍ଥୀ । କମ୍ବାଇନ୍ଡ ରିକ୍ରୁଟମେଣ୍ଟ ପରୀକ୍ଷାରେ ଅନିୟମିତତା ଅଭିଯୋଗରେ ଘେରାଉ
  • ||
  • ଢ଼େଙ୍କାନାଳ: ଦୁଷ୍କର୍ମ ପୀଡ଼ିତାଙ୍କୁ ଭେଟିଲେ ମହିଳା କମିଶନ
  • ||
  • କଳାହାଣ୍ଡି: ପୂଜକଙ୍କୁ ଚାପଡରେ ହାଣିଲେ ଦୁୁର୍ବୃତ୍ତ, ଗୁରୁତର ଅବସ୍ଥାରେ ମେଡିକାଲରେ ଭର୍ତ୍ତି
  • ||
  • ଚନ୍ଦନେଶ୍ବର: ବ୍ୟାଙ୍କ ଭିତରୁ ଲୁଟ୍, ଗ୍ରାହକଙ୍କ ଠାରୁ ୩୦ହଜାର ନେଇଗଲେ ଲୁଟେରା
  • ||
  • ଦୁର୍ନୀତି ଅଭିଯୋଗ ଆସିଲେ ମାଫ୍ ନାହିଁ, ୫ ବର୍ଷରେ ୮୧ ସରପଞ୍ଚଙ୍କ ବିରୋଧରେ ହୋଇଛି କାର୍ଯ୍ୟାନୁଷ୍ଠାନ
  • ||
  • ଭୁବନେଶ୍ଵର : ୧୦ ବର୍ଷରେ ୨୫ ବାଘ ଏବଂ ୪୧ ହାତୀଙ୍କୁ ହତ୍ୟା କରିଛନ୍ତି ଶିକାରୀ, ହାତୀ ମଣିଷ ଲଢେଇରେ ଯାଇଛି ୧୧୪୫ ଜୀବନ
  • ||
  • ଢେଙ୍କାନାଳ ଲଜ୍ଜ୍ୟା : ୪ ଅଭିଯୁକ୍ତଙ୍କ ଡାକ୍ତରୀ ମାଇନା ସହ ଡିଏନଏ ଟେଷ୍ଟ ପାଇଁ ହେଲା ନମୁନା ସଂଗ୍ରହ
  • ||
  • କୋଲକାତା ଆନ୍ଦୋଳନରତ ଡାକ୍ତରଙ୍କୁ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ, ସନ୍ଧ୍ୟା ସୁଦ୍ଧା କାର୍ଯ୍ୟରେ ଯୋଗ ଦିଅ, ନହେଲେ କାର୍ଯ୍ୟାନୁଷ୍ଠାନ
  • ||
  • ଦୁର୍ବଳ ହୋଇ ଛତିଶଗଡ଼ ମୁହାଁ ଲଘୁଚାପ: ଭୀଷଣ ବର୍ଷା ପାଇଁ ମାଲକାନଗିରି, ଗଞ୍ଜାମରେ ସ୍କୁଲ ଛୁଟି ଘୋଷଣା
  • ||

ପ୍ୟାରିସ୍ ଅଲିମ୍ପିକ୍ସରେ ଇତିହାସ ରଚିଲା ଭାରତୀୟ ହକି ଟିମ୍‌, ୫୨ ବର୍ଷ ପରେ ମିଳିଲା ଏଭଳି ସଫଳତା

ନୂଆଦିଲ୍ଲୀ: ଭାରତୀୟ ହକି ଟିମ୍‌ ପ୍ୟାରିସ ଅଲିମ୍ପିକ୍ସ ୨୦୨୪ରେ ଇତିହାସ ରଚିଛି । ଗ୍ରୁପ୍‌ ବିର ଶେଷ ମ୍ୟାଚ୍‌ରେ ଟିମ୍‌ ଇଣ୍ଡିଆ ଅଷ୍ଟ୍ରେଲିଆକୁ ୩-୨ରେ ପରାସ୍ତ କରିଛି । ୧୯୭୨ ପରେ ଭାରତ ସମର ଅଲିମ୍ପିକ୍ସରେ ହକି ପ୍ରତିଯୋଗିତାରେ ଅଷ୍ଟ୍ରେଲିଆକୁ ମାତ୍‌ ଦେଇଛି । ପୂର୍ବରୁ ଭାରତ କ୍ବାର୍ଟର ଫାଇନାଲରେ ପହଞ୍ଚି ସାରିଥିବା ବେଳେ ଏବେ ଅଷ୍ଟ୍ରେଲିଆକୁ ହରାଇ ଗ୍ରୁପ୍‌ ବିରେ ବେଲଜିୟମ୍‌ ପରେ ଦ୍ବିତୀୟ ସ୍ଥାନରେ ରହିଛି । ଶୁକ୍ରବାର ଖେଳା ଯାଇଥିବା ଏହି ମ୍ୟାଚ୍‌ରେ ଭାରତ ପାଇଁ ଅଭିଷେକ (୧୮ତମ ମିନିଟ୍) ଏବଂ ଅଧିନାୟକ ହରମନପ୍ରୀତ ସିଂହ (୧୩ତମ ଏବଂ ୩୩ତମ ମିନିଟ୍)ରେ ଦୁଇଟି ଗୋଲ୍ କରିଥିଲେ । ଅନ୍ୟପଟେ କଙ୍ଗାରୁ ଟିମ୍ ପାଇଁ ଟମ୍ କ୍ରେଗ୍ (୨୫ତମ ମିନିଟ୍) ଏବଂ ବ୍ଲାକ୍ ଗୋବର୍ସ (୫୫ତମ ମିନିଟ୍)ରେ ଗୋଲ୍ ଦେଇଥିଲେ ।

ଟୋକିଓ ଅଲିମ୍ପିକ୍ସରେ କାଂସ୍ୟ ପଦକ ଜିତି ଦେଶ ପାଇଁ ଗୌରବ ଆଣିଥିବା ଭାରତୀୟ ହକି ଟିମ୍ ପ୍ୟାରିସ୍ ଅଲିମ୍ପିକ୍ସରେ ବି ମେଡାଲ୍ ଆଶା ଉଜ୍ଜିବୀତ କରିଛି । ଗ୍ରୁପ୍ ପର୍ଯ୍ୟାୟରେ ଚମତ୍କାର ପ୍ରଦର୍ଶନ କରୁଥିବା ହରମନପ୍ରୀତ ସିଂହଙ୍କ ଟିମ୍ ପ୍ୟାରିସରେ ଆଜି ଯାଏ ସବୁଠୁ ବଡ଼ ବିଜୟ ହାସଲ କରିଛି । ଏହାସହ ଭାରତ ୫୨ ବର୍ଷ ପରେ ଅଷ୍ଟ୍ରେଲିଆକୁ ଅଲିମ୍ପିକ୍ସରେ ହରାଇବାରେ ସଫଳ ହୋଇଛି । ୧୯୭୨ରେ ଶେଷ ଥର ପାଇଁ ଭାରତ ମ୍ୟୁନିଚ୍ ଅଲିମ୍ପିକ୍ସରେ ଅଷ୍ଟ୍ରେଲିଆକୁ ହରାଇଥିଲା । ଉଲ୍ଲେଖଯୋଗ୍ୟ ଯେ ଭାରତୀୟ ଟିମ୍ ପୂର୍ବରୁ ହିଁ ପ୍ୟାରିସ୍ ଅଲିମ୍ପିକ୍ସର କ୍ୱାର୍ଟର ଫାଇନାଲରେ ପ୍ରବେଶ କରିସାରିଛି ।  

ଟୋକିଓ ଅଲିମ୍ପିକ୍ସରେ ୪୧ ବର୍ଷ ପରେ ଅଲିମ୍ପିକ୍ସ ପଦକ ଜିତିଥିବା ଭାରତୀୟ ଟିମ୍ ପ୍ୟାରିସ୍‌ରେ ନିଜର ପ୍ରଥମ ମୁକାବିଲାରେ ନ୍ୟୁଜିଲାଣ୍ଡକୁ ୩-୨ରେ ମାତ ଦେଇଥିଲା । ପରେ ଆର୍ଜେଣ୍ଟିନା ବିପକ୍ଷରେ ୧-୧ରେ ମ୍ୟାଚ୍ ଡ୍ର’ ରହିଥିଲା । ଏହାପରେ ଭାରତୀୟ ଟିମ୍ ତୃତୀୟ ମ୍ୟାଚ୍‌ରେ ଆୟରଲାଣ୍ଡକୁ ୨-୦ରେ ହରାଇଥିଲା । ତେବେ ଗୁରୁବାର ବେଲଜିୟମ ବିରୋଧରେ ୧-୨ରେ ପରାସ୍ତ ହୋଇଥିଲା ।

  • Paris Olympics 2024
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.