ପ୍ରମୂଖ ଖବର
  • ଜାମ୍ମୁ-କାଶ୍ମୀରରେ ଏନକାଉଣ୍ଟର, ୩ ଯବାନ ଆହତ , ଜଣେ ଆତଙ୍କୀ ନିପାତ
  • ||
  • ମୁମ୍ବାଇରେ ଭୁଶୁଡିଲା ତିନି ମହଲା କୋଠା, ଏକାଧିକ ଆହତ
  • ||
  • ନୂଆଦିଲ୍ଲୀରେ ବସିବ ନୀତି ଆୟୋଗ ବୈଠକ, ଅଧ୍ୟକ୍ଷତା କରିବେ ପ୍ରଧାନମନ୍ତ୍ରୀ
  • ||
  • କିଏ ନେବ ରାଜ୍ୟ କଂଗ୍ରେସ ନେତୃତ୍ୱ ? ଦିଲ୍ଲୀ ଦରବାରରେ ଛାମୁଆ ନେତା, ଚର୍ଚ୍ଚାରେ ତାରା, ମୋକିମ, ପ୍ରସାଦ ଓ ସପ୍ତଗିରି
  • ||
  • ଶନିବାରଠୁ ଶ୍ରୀଲଙ୍କା-ଭାରତ ଟି-ଟ୍ୱେଣ୍ଟି ସିରିଜ୍,ପାଲିକେଲେରେ ଖେଳାଯିବ ପ୍ରଥମ ମୁକାବିଲା
  • ||
  • ଶନିବାର ନୀତି ଆୟୋଗ ସାଧାରଣ ପରିଷଦ ବୈଠକ, ଦିଲ୍ଲୀରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
  • ||
  • ଲଘୁଚାପ ସକ୍ରିୟ: ଆସନ୍ତା ୪ ଦିନ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ସତର୍କ କରାଇଲେ ଏସ୍‌ଆରସି
  • ||

ଟି-୨୦ରେ ଇତିହାସ ରଚିଲା ଭାରତ, ଏହି କ୍ଷେତ୍ରରେ ହେଲା ବିଶ୍ବର ପ୍ରଥମ ପ୍ରଥମ ଦଳ

Image source: Live Hindustan

ନୂଆଦିଲ୍ଲୀ,୦୨/ ୧୨: ସୂର୍ଯ୍ୟକୁମାର ଯାଦବଙ୍କ ଅଧିନାୟକତ୍ବରେ ଟିମ୍‌ ଇଣ୍ଡିଆ ଶୁକ୍ରବାର ରାୟପୁରରେ ଖେଳା ଯାଇଥିବା ଚତୁର୍ଥ ଟି-୨୦ ମୁକାବିଲାରେ ଅଷ୍ଟ୍ରେଲିଆକୁ ୨୦ ରନ୍‌ରେ ହରାଇ ସିରିଜ୍‌ ହାତେଇଛି ଏବଂ ୩-୧ରେ ଅଗ୍ରଣୀ ହାସଲ କରିଛି। ତେବେ ଏହି ମ୍ୟାଚ୍‌ରୁ ଦଳ ଇତିହାସ ବି ଚରିଛି। ଆଜ୍ଞା ହଁ... ଟି-୨୦ ଅନ୍ତର୍ଜାତୀୟ କ୍ରିକେଟ୍‌ରେ ସର୍ବାଧିକ ମ୍ୟାଚ୍ ଜିତିବାର ରେକର୍ଡ ଏବେ ଭାରତ ନାଁରେ ରହିଛି। ଦଳ ନିଜର ପାରମ୍ପରିକ ପ୍ରତିଦ୍ଵନ୍ଦ୍ଵୀ ପାକିସ୍ତାନକୁ ପଛରେ ପକାଇ ଦେଇଛି। 

ଭାରତ ବନାମ ଅଷ୍ଟ୍ରେଲିଆ ସିରିଜ୍ ଆରମ୍ଭ ହେବା ପୂର୍ବରୁ ଏହି ରେକର୍ଡ ପାକିସ୍ତାନ ନାଁରେ ରହିଥିଲା। ମାତ୍ର ସିରିଜ୍‌ରେ ଭାରତ ତିନୋଟି ବିଜୟ ହାସଲ କରିବାରୁ ଏହି ରେକର୍ଡ ବର୍ତ୍ତମାନ ଦଳ ନାଁରେ ହୋଇଛି। ଟିମ୍‌ ଇଣ୍ଡିଆ ବିଶ୍ଵ ରେକର୍ଡ କରିବା ସାଙ୍ଗକୁ ଏହି ଫର୍ମାଟ୍‌ରେ ଏହାର ୧୩୬ତମ ବିଜୟ ହାସଲ କରିଛି। ୧୩୫ ବିଜୟ ସହ ପାକିସ୍ତାନ ତାଲିକାର ଦ୍ଵିତୀୟ ସ୍ଥାନରେ ରହିଛି। ଭାରତ ଟି-୨୦ ଅନ୍ତର୍ଜାତୀୟ କ୍ରିକେଟ୍‌ରେ ୨୧୩ଟି ମ୍ୟାଚ୍‌ରୁ ୧୩୬ଟି ମ୍ୟାଚ୍ ଜିତିଛି। ଏହାରି ଭିତରେ ୪ଟି ମୁକାବିଲା ଟାଇ ରହିଥିବା ବେଳେ ୬ଟିର ଫଳାଫଳ ବାହାରି ନାହିଁ। 

ଭାରତ ଓ ପାକିସ୍ତାନ ପରେ ନ୍ୟୁଜିଲାଣ୍ଡ ୧୦୨ଟିରେ ବିଜୟ ସହ ତୃତୀୟ ସ୍ଥାନରେ ରହିଛି। ଗତକାଲି ରାୟପୁରରେ ଖେଳା ଯାଇଥିବା ଚତୁର୍ଥ ଟି-୨୦ ମ୍ୟାଚ୍‌ରେ ଭ୍ରମଣକାରୀ ଅଷ୍ଟ୍ରେଲିଆକୁ ୨୦ ରନ୍‌ରେ ହରାଇଥିଲା ଭାରତ।  ଟସ୍ ହାରି ପ୍ରଥମେ ବ୍ୟାଟିଂ କରିଥିବା ଭାରତ, ରିଙ୍କୁ ସିଂ ଓ ଜିତେଶ ଶର୍ମାଙ୍କ ଧୂଆଁଧାର ବ୍ୟାଟିଂ ବଳରେ ନିର୍ଦ୍ଧାରିତ ଓଭରରେ ୧୭୪ ରନ କରିଥିଲା। ରିଙ୍କୁ ସିଂ ୨୯ ବଲ୍‌ରେ ୪୬ ଓ ଜିତେଶ ଶର୍ମା ୧୯ ବଲ୍ରୁ ୩୫ ରନର ବିସ୍ଫୋରକ ଇନିଂସ ଖେଳିଥିଲେ। ଜବାବରେ ଅଷ୍ଟ୍ରେଲିଆ ୭ ଓ୍ଵିକେଟ୍ ହରାଇ ୧୫୪ ରନ କରି ପାରିଥିଲା। ଓପନର ଟ୍ରେଭିସ୍ ହେଡ୍ ୩୧ ଓ ଅଧିନାୟକ ମାଥ୍ୟୁ ଓ୍ଵେଦ ୩୬ ରନ କରି ଅପରାଜିତ ଥିଲେ। ଅନ୍ୟ ବ୍ୟାଟର ୩୦ ରନ ବି ଛୁଇଁ ପାରି ନ ଥିଲେ। ଭାରତ ପକ୍ଷରୁ ଅକ୍ଷର ପଟେଲ୍ ୩ ଓ୍ଵିକେଟ୍ ନେଇ ଦଳ ବିଜୟରେ ମୁଖ୍ୟ ଭୂମିକା ଗ୍ରହଣ କରିଛନ୍ତି।

You can also read: ଡିସେମ୍ବର ୧୦ରୁ ଭାରତ-ଦକ୍ଷିଣ ଆଫ୍ରିକା ମଧ୍ୟରେ ଟି୨୦ ସିରିଜ୍; ଜାଣନ୍ତୁ କାହାର ପଲ୍ଲା ଭାରି?


 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.