ପ୍ରମୂଖ ଖବର
  • ନୂଆଦିଲ୍ଲୀରେ ବସିବ ନୀତି ଆୟୋଗ ବୈଠକ, ଅଧ୍ୟକ୍ଷତା କରିବେ ପ୍ରଧାନମନ୍ତ୍ରୀ
  • ||
  • କିଏ ନେବ ରାଜ୍ୟ କଂଗ୍ରେସ ନେତୃତ୍ୱ ? ଦିଲ୍ଲୀ ଦରବାରରେ ଛାମୁଆ ନେତା, ଚର୍ଚ୍ଚାରେ ତାରା, ମୋକିମ, ପ୍ରସାଦ ଓ ସପ୍ତଗିରି
  • ||
  • ଶନିବାରଠୁ ଶ୍ରୀଲଙ୍କା-ଭାରତ ଟି-ଟ୍ୱେଣ୍ଟି ସିରିଜ୍,ପାଲିକେଲେରେ ଖେଳାଯିବ ପ୍ରଥମ ମୁକାବିଲା
  • ||
  • ଶନିବାର ନୀତି ଆୟୋଗ ସାଧାରଣ ପରିଷଦ ବୈଠକ, ଦିଲ୍ଲୀରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
  • ||
  • ଲଘୁଚାପ ସକ୍ରିୟ: ଆସନ୍ତା ୪ ଦିନ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ସତର୍କ କରାଇଲେ ଏସ୍‌ଆରସି
  • ||

ଜୁନ୍‌ ୨୯ରୁ ଅମରନାଥ ଯାତ୍ରା, ୪୫ ଦିନ ଯାଏ ଚାଲିବ ବାବା ବର୍ଫାନୀଙ୍କ ଦର୍ଶନ

ନୂଆଦିଲ୍ଲୀ,୨୧/୦୩: ଚଳିତବର୍ଷ ଲାଗି ପବିତ୍ର ଅମରନାଥ ଯାତ୍ରାର ସିଡ୍ୟୁଲ ଜାରି ହୋଇଛି । ସେ ଅନୁସାରେ, ଆସନ୍ତା ଜୁନ୍‌ ୨୯ ତାରିଖରୁ ଅମରନାଥ ଯାତ୍ରା ଆରମ୍ଭ ହେବାକୁ ଥିବାବେଳେ ଅଗଷ୍ଟ ୧୯ରେ ଶେଷ ହେବ । ଏଥରକ ଏହା ଦୁଇମାସ ବଦଳରେ ୪୫  ଦିନ ଧରି ଚାଲିବ। ଦେଶରେ ସାଧାରଣ ନିର୍ବାଚନ ଯୋଗୁ  ଯାତ୍ରାର ଅବଧିକୁ କମାଯାଇ ଦେଢ଼ ମାସ କରାଯାଇଛି । ଯାତ୍ରାଲାଗି ପଞ୍ଜୀକରଣ ଏପ୍ରିଲ ୧୫ରୁ ହେବ । ଜମ୍ମୁ-କାଶ୍ମୀରର କିଛି ନିର୍ଦ୍ଦିଷ୍ଟ ହସ୍ପିଟାଲରେ ଯାତ୍ରୀଙ୍କ ଲାଗି ସ୍ୱାସ୍ଥ୍ୟ ସାର୍ଟିଫିକେଟ୍‌ ଜାରି କରାଯିବ । 

ବୁଧବାର ସନ୍ଧ୍ୟାରେ ଜମ୍ମୁ-କାଶ୍ମୀରର ରାଜଭବନରେ ଅମରନାଥ ଶ୍ରାଇନ୍‌ ବୋର୍ଡର ଅଧ୍ୟକ୍ଷ ଏବଂ ଉପରାଜ୍ୟପାଳ ମନୋଜ ସିହ୍ନାଙ୍କ ମଧ୍ୟରେ ଏକ ବୈଠକ ଅନୁଷ୍ଠିତ ହୋଇଥିଲା । ସେହି ବୈଠକରେ  ଏହି ନିଷ୍ପତ୍ତି ନିଆଯାଇଛି । ଗତବର୍ଷ ଏହି ଯାତ୍ରା ପ୍ରାୟ  ୬୨ଦିନ ଧରି ଚାଲିଥିଲା । ପ୍ରାୟ ୪.୩୦ ଲକ୍ଷ ଲୋକ  ପବିତ୍ର ଗୁମ୍ଫାରେ ବାବା ବରଫାନିଙ୍କର ଦର୍ଶନ କରିଥିଲେ ।  

ସୂଚନାଥାଉକି, ପବିତ୍ର ଅମରନାଥ ଗୁମ୍ଫା ସମୁଦ୍ର ପତ୍ତନଠାରୁ  ୩୮୦୦ ମିଟର ଉଚ୍ଚତାରେ ଅବସ୍ଥିତ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.