ପ୍ରମୂଖ ଖବର
  • ଅପେକ୍ଷାର ହେଲା ଅନ୍ତ, ଖୋଲିଲା ଶ୍ରୀମନ୍ଦିର ବାହାର ରତ୍ନଭଣ୍ଡାର, ଭିତର ଭଣ୍ଡାର ଖୋଲିବାକୁ ଚାଲିଛି ପକ୍ରିୟା
  • ||
  • ଶ୍ରୀମନ୍ଦିରକୁ ପ୍ରବେଶ କଲେ ୧୧ ଜଣ ସଦସ୍ୟ, ଦିନ ୧ଟା ୨୮ରେ ଶୁଭ ମୁହୂର୍ତ୍ତରେ ଫିଟିବ ଭିତର ଭଣ୍ଡାର ତାଲା
  • ||
  • ଶ୍ରୀଲୋକନାଥଙ୍କ ସ୍ୱତନ୍ତ୍ର ପୂଜାର୍ଚ୍ଚନା ସମ୍ପନ୍ନ, ରତ୍ନଭଣ୍ଡାର ଖୋଲିବାକୁ ଆସିଲା ଆଜ୍ଞାମାଳ
  • ||
  • ଚତୁର୍ଥ ଟି-ଟ୍ୱେଣ୍ଟ; ଜିମ୍ବାଓ୍ବେକୁ ୧୦ ୱିକେଟ୍‌ରେ ହରାଇ ସିରିଜ କବଜା କଲା ଟିମ୍ ଇଣ୍ଡିଆ, ଆଜି ପଞ୍ଚମ ମୁକାବିଲା
  • ||
  • ଆମେରିକାର ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କୁ ଗୁଳିମାଡ଼, ସୁରକ୍ଷାକର୍ମୀଙ୍କ ଗୁଳିମାଡ଼ରେ ସନ୍ଦିଗ୍ଧ ସୁଟର ମୃତ
  • ||
  • ପାଞ୍ଚ ଦଶନ୍ଧିର ଘଟିବ ଅନ୍ତ, ଆଜି ଖୋଲିବ ଶ୍ରୀମନ୍ଦିର ରତ୍ନଭଣ୍ଡାର, ଦିନ ୧ଟା ପରେ ଶୁଭ ମୁହୂର୍ତ୍ତରେ ଫିଟିବ ତାଲା
  • ||
  • ରାଜ୍ୟରେ ଆସନ୍ତା ଦୁଇ ଦିନ ପ୍ରବଳ ବର୍ଷା ସମ୍ଭାବନା, ୧୮ରେ ଆଉ ଏକ ଘୂର୍ଣ୍ଣିବଳୟ
  • ||

ଭିତ୍ତିପ୍ରସ୍ତରକୁ ୫ ମାସ ବିତିଲା, ଆରମ୍ଭ ହେଉନି ସେତୁ ନିର୍ମାଣ କାର୍ଯ୍ୟ

ଦାରିଙ୍ଗବାଡି,୧୧/୭(ଆପ୍ର):  ଭିତ୍ତିପ୍ରସ୍ତରକୁ ୬ ମାସ ବିତିଲା। କିନ୍ତୁ ସେତୁ ନିର୍ମାଣ କାମ ଆରମ୍ଭ ହୋଇ ପାରୁ ନାହିଁ।  କେବଳ କାମ ଆରମ୍ଭ ହୋଇଥିବା ନେଇ ଲାଗିଛି ସୂଚନା ଫଳକ । ସିମନବାଡ଼ି ପଞ୍ଚାୟତ ଗବାଟବାଡ଼ି ଗ୍ରାମରେ ଏହା ଦେଖିବାକୁ ମିଳିଛି।

ଗବାଟବାଡ଼ି ଗ୍ରାମକୁ ସିମନବାଡ଼ି- ରାଇକିଆ ପୂର୍ତ୍ତ ବିଭାଗ ରାସ୍ତା ଠାରୁ ଗବାଟବାଡ଼ି ନଦୀ ଦେଇ ଯିବାକୁ ପଡେ । ହେଲେ ନଦୀ ଉପରେ ସେତୁ ନଥିବା ଯୋଗୁଁ ଲୋକେ ଲାରିବାଡ଼ି ହେଉ କିମ୍ବା ଡକରବାଡ଼ି ଗ୍ରାମ ଦେଇ ନିଜ ଗାଁ କୁ ଯିବାକୁ ପଡ଼ୁଥିଲା।  ବହୁ ଅଭିଯୋଗ ପରେ ଗ୍ରାମ୍ୟ ଉନ୍ନୟନ ବିଭାଗ ପକ୍ଷରୁ ବିଜୁ ସେତୁ ଯୋଜନାରେ ୫ କୋଟି ୬୭ ଲକ୍ଷ ୧୦ ହଜାର ୪୧୧ ଟଙ୍କା ମଂଜୁର ହୋଇ ଟେଣ୍ଡର ହୋଇଥିଲା । ଏହି ଟେଣ୍ଡର କୁ ମେସର୍ଷ ଶ୍ରୀ ଇନଫ୍ରା ଏବଂ କମ୍ପାନୀ ପାଇଥିବା ବେଳେ ପୂର୍ବତନ ବିଧାୟକ ସାଲୁଗା ପ୍ରଧାନ ଗତ ଫେବୁରାରୀ ୨୦ ତାରିଖ ଦିନ ଭିତ୍ତିପ୍ରସ୍ତର ସ୍ଥାପନ କରିଥିଲେ । ହେଲେ ଭିତ୍ତିପ୍ରସ୍ତର ସ୍ଥାପନର ୧୪ ଦିନ ପୂର୍ବରୁ କାର୍ଯ୍ୟ ଆରମ୍ଭ ହୋଇଥିବା ନେଇ ନିର୍ମାଣକାରି ସଂସ୍ଥା ସେତୁ ନିର୍ମାଣ ହେବାକୁ ଥିବା ସ୍ଥାନରେ ସୂଚନା ଫଳକ ମାରିଥିବା ଦେଖିବାକୁ ମିଳିଛି । କାର୍ଯ୍ୟ ଶେଷ ତାରିଖ ୨୦୧୫ ଅଗଷ୍ଟ ୫ ତାରିଖ ରହିଛି । ହେଲେ ଆଜି ପର୍ଯ୍ୟନ୍ତ କାମ ଆରମ୍ଭ ହୋଇ ପାରି ନାହିଁ। କାର୍ଯ୍ୟ ଆରମ୍ଭ ତାରିଖ କୁ ୫ ମାସ ବିତିଗଲାଣି ହେଲେ କାମ ଆଜି ପର୍ଯ୍ୟନ୍ତ ଆରମ୍ଭ ହୋଇନଥିବାରୁ ଗବାଟବାଡ଼ି ଗ୍ରାମବାସୀ ଅସନ୍ତୋଷ ପ୍ରକାଶ କରିଛନ୍ତି   ।  

ଗ୍ରାମ୍ୟ ଉନ୍ନୟନ ବିଭାଗର ଏସଡିଓ ଶ୍ୟାମସୁନ୍ଦର ସିଂ ଙ୍କୁ ପଚାରିବାରୁ ନିର୍ମାଣକାରି ସଂସ୍ଥା କାର୍ଯ୍ୟ ଆରମ୍ଭ କରିନଥିବା ଯୋଗୁଁ ୪ ଥର ନୋଟିସ ହେଲାଣି ଯଥା ଶୀଘ୍ର କାମ ଆରମ୍ଭ କରିବ ବୋଲି ମତପ୍ରକାଶ କରିଥିଲେ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Rath Yatra

Copyright © 2024 - Summa Real Media Private Limited. All Rights Reserved.