ପ୍ରମୂଖ ଖବର
  • ବାଲିପାଟଣା : ନଦୀରେ ଭାସୁଛି ଅଜଣା ବ୍ୟକ୍ତିଙ୍କ ମୃତଦେହ, ଘଟଣାର ତଦନ୍ତ କରୁଛି ପୋଲିସ
  • ||
  • ସାଲେପୁର : ଝରକା ତାଡ଼ି ୩ ଘରୁ ଚୋରି, ଘଟଣାର ତଦନ୍ତ କରୁଛି ପୋଲିସ
  • ||
  • ଗଞ୍ଜାମ : ୧୧କେଭି ତାର ଲାଗି ଜଣେ ମୃତ, ଜଣେ ଗୁରୁତର
  • ||
  • ବାଲେଶ୍ଵର : ବାଇକ୍‌କୁ ଧକ୍କା ଦେଲା ମାଲବାହୀ ଟ୍ରକ୍; ଜଣେ ମୃତ,୨ ଗୁରୁତର
  • ||
  • ସୁନ୍ଦରଗଡ଼ : ପୂଜା ଦେଖିବାକୁ ଆସିଥିବା ବେଳେ ଯୁବତୀଙ୍କୁ ଗଣଦୁଷ୍କର୍ମ, ୩ ଅଟକ
  • ||
  • ଉଦଳା : ସରକାରୀ ଡାକ୍ତରଖାନାରେ ସ୍ୱାସ୍ଥ୍ୟସେବା ବିପର୍ଯ୍ୟସ୍ତ , ଚିକିତ୍ସା ଅଭାବରୁ ଚାଲିଗଲା ଶିଶୁକନ୍ୟାର ଜୀବନ
  • ||
  • ଯାଜପୁର : ଖରସ୍ରୋତା ବ୍ରିଜ୍‌ ଉପରୁ ନଦୀକୁ ଡେଇଁଲେ ମହିଳା, ଉଦ୍ଧାର କାର୍ଯ୍ୟ ଜାରି
  • ||
  • ବ୍ରହ୍ମପୁର : ନକଲି ଗୁଟଖା କମ୍ପାନିରେ ଚଢାଉ; ନକଲି ଗୁଟଖା, ଗୁଟଖା ସାମଗ୍ରୀ ଏବଂ ମେସିନ ଠାବ
  • ||
  • ଦିଗପହଣ୍ଡି : ବାର୍ଦ୍ଧକ୍ୟ ଭତ୍ତା ଆଣିବାକୁ ଯାଇ କେନାଲରେ ଭାସିଗଲେ ବୃଦ୍ଧା,୧୦ ଘଣ୍ଟା ପରେ ମୃତଦେହ ଉଦ୍ଧାର
  • ||
  • ଆସ୍କା : ଟ୍ରକ୍‌କୁ ପିଟିଲା ପିକଅପ୍‌ ଭ୍ୟାନ୍‌, ୨ ମୃତ
  • ||
  • ଗୁରୁବାରଠୁ ଭାରତ- ବାଂଲାଦେଶ ପ୍ରଥମ ଟେଷ୍ଟ: ଚିପକ୍‌ରେ ରାଜୁତି କରିବେ ସ୍ପିନର୍‌, ଫେରିବେ ପନ୍ତ ଏବଂ ରାହୁଲ
  • ||
  • ମୋହନାରେ ଟ୍ରକ୍‌-ବାଇକ୍‌ ଧକ୍କା, ୨ ବାଇକ୍‌ ଆରୋହୀ ମୃତ
  • ||
  • ଭୁବନେଶ୍ୱର : ରାଜଧାନୀରେ ବୋମା ମାଡ଼; ସିସିଟିଭିରେ କଏଦ ହେଲା ଦୃଶ୍ୟ, ଦୁର୍ବୃତ୍ତଙ୍କୁ ଖୋଜୁଛି ପୋଲିସ
  • ||
  • ପୁରୀ ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀ, ୧୦୦ ଦିନର ସଫଳତା ସମାବେଶ ଓ ପ୍ରଦର୍ଶନୀରେ ଯୋଗଦେବେ
  • ||
  • ୨୨ରୁ ଉତ୍ତର ଓଡ଼ିଶାରେ ପ୍ରବଳ ବର୍ଷା ସମ୍ଭାବନା, ଆହୁରି ବିଗିଡ଼ିପାରେ ବାଲେଶ୍ୱର, ମୟୂରଭଞ୍ଜ ସ୍ଥିତି
  • ||

ଶ୍ରୀମନ୍ଦିର ପରିଚାଳନା କମିଟିର ଗୁରୁତ୍ବପୂର୍ଣ୍ଣ ବୈଠକ ଶେଷ, ମାସକୁ ଥରେ ବୈଠକ କରି ନୀତି କାନ୍ତି ଉପରେ ହେବ ଆଲୋଚନା

ପୁରୀ, ୩୦/୮ :  ଶ୍ରୀମନ୍ଦିର ପରିଚାଳନା କମିଟିର ଗୁରୁତ୍ବପୂର୍ଣ୍ଣ ବୈଠକ ଶେଷ । ବୈଠକ ପରେ ମୁଖ୍ୟ ପ୍ରଶାସକ ଅରବିନ୍ଦ ପାଢୀଙ୍କ ପ୍ରତିକ୍ରିୟା ।‌ ୨୦୨୪-୨୫ ବଜେଟ ଅଟକଳ ଉପରେ ଆଲୋଚନା ହୋଇଥିଲା । ୪୧୩ କୋଟି ଟଙ୍କା ଆୟ ବ୍ୟୟ ଅଟକଳ ହୋଇଥିବାବେଳେ ୧୦୩ କୋଟିର ବଳକା ବଜେଟ ହୋଇଛି । ରାଜ୍ୟ ସରକାର ୫୦୦ କୋଟି ଟଙ୍କା କର୍ପସ ଫଣ୍ଡକୁ ପ୍ରଦାନ କରିବେ । ରାଜ୍ୟ ସରକାରଙ୍କୁ କୃତଜ୍ଞତା ଜ୍ଞାପନ କଲା ପରିଚାଳନା କମିଟି । 

ସେହିପରି ଶ୍ରୀମନ୍ଦିରରେ ଭକ୍ତଙ୍କ ଶୃଙ୍ଖଳିତ ଦର୍ଶନକୁ ପ୍ରାଧାନ୍ୟ ଦିଆଯାଇଛି। ପରମ୍ପରା ଓ ସେବା ପୂଜାରେ ଯେଭଳି ବ୍ୟାଘାତ ନହେବ ସେନେଇ ଏସପି, ଜିଲ୍ଲାପାଳଙ୍କୁ ଦିଆଯାଇଛି ଦାୟିତ୍ଵ। ନାଟ ମଣ୍ଡପରେ ଅନଧିକୃତ ଭାବେ ଥିବା ସିନ୍ଦୁକ ଓ ଆଲମିରା କଢାଯିବ। ବୟସ୍କ, ଶିଶୁମାନଙ୍କ ଦର୍ଶନ ପାଇଁ ନାଟମଣ୍ଡପରେ ସ୍ବତନ୍ତ୍ର ବ୍ୟବସ୍ଥା ହେବ। ନାଟମଣ୍ଡପ କୁ ଏୟାର କଣ୍ଡିସନ କରାଯିବ। ଛତିଶା ନିଯୋଗ ବୈଠକ ପରେ ନିଷ୍ପତ୍ତି ନିଆଯିବ। ମାସକୁ ଥରେ ବୈଠକ କରି ନୀତି କାନ୍ତି ଉପରେ ଆଲୋଚନା କରାଯିବ। ଦିବ୍ୟାଙ୍ଗ ଭକ୍ତଙ୍କ ଦର୍ଶନ ପାଇଁ ଆଲୋଚନା ହୋଇଛି । ଦିବ୍ୟାଙ୍ଗମାନଙ୍କ ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା । ଶ୍ରୀମନ୍ଦିର ପାଇଁ ସ୍ୱତନ୍ତ୍ର ଏଫ୍ ଏମ୍ ଚ୍ୟାନେଲ ହେବ । ସେବାୟତ କଲ୍ୟାଣ ଉପରେ ଆଲୋଚନା ହୋଇଛି। ସେବାୟତ କଲ୍ୟାଣ ଉପରେ ଆଲୋଚନା। ସେବକଙ୍କ ପରିବାର ପିଲାଙ୍କ ପାଇଁ ବୃତ୍ତି, ଖେଳ କୁଦରେ ସମ୍ପୃକ୍ତ ପିଲାଙ୍କ ପାଇଁ ପ୍ରୋତ୍ସାହନ। ଜମିଜମା ସମସ୍ୟା ନେଇ ଓରସାକ୍ ସହାୟତାରେ ହେବ ସମାଧାନ। 

ସ୍ବାସ୍ଥ୍ୟ ବୀମା ସହ ଅନ୍ୟାନ୍ୟ ପ୍ରସଙ୍ଗ ଉପରେ ଆଲୋଚନା ହୋଇଛି। ଜମିଜମା ସମ୍ପର୍କିତ ଆଲୋଚନା ହୋଇଥିଲା । ଓର୍ସା ସଂସ୍ଥା ସହାୟତାରେ ଜମିଜମାର ଜିପିଆରଏସ୍ ସର୍ଭେ ହେବ । ଆଡପ ପହଣ୍ଡି ବିଜେ ଅଘଟଣ ନେଇ ଆଲୋଚନା ହୋଇଛି । ପରିଚାଳନା କମିଟିରେ ଦୁଃଖ ପ୍ରକାଶ ସହ କ୍ଷମାପ୍ରାର୍ଥନା କରାଗଲା । ତିନି ଜଣିଆ କମିଟି କାରଣ ସମ୍ପର୍କରେ ରିପୋର୍ଟ ପ୍ରଦାନ କରିଛନ୍ତି । ପୁଣିଥରେ ପହଣ୍ଡି ବିଭ୍ରାଟର ଭିଡିଓ ଦେଖାଯିବ,ଘଟଣାର ପୁନରାବୃତ୍ତି କିଭଳି ନହେବ ସେନେଇ ଆଲୋଚନା ହେଲା। ତଦନ୍ତ ରିପୋର୍ଟ ଅସମ୍ପୂର୍ଣ୍ଣ ବୋଲି କହିଲେ ପରିଚାଳନା କମିଟି। ପୁର୍ନବାର ପୁଙ୍ଖାନୁପୁଙ୍ଖ ଆଲୋଚନା କରି କେଉଁ ମାନେ ଦାୟୀ କୁହାଯିବ।ପହଣ୍ଡି ସୁପରିଚାଳନା ନେଇ ୨ଟି ବିନ୍ଦୁ ଉପରେ ହୋଇଥିଲା ଆଲୋଚନା ହୋଇଛି। ମୋବାଇଲ୍ ଫୋନ୍ ବ୍ୟବହାର, ଅଭିଜ୍ଞ ସେବାୟତ ନ ରହିବା ଥିଲା କାରଣ । ମୁଖ୍ୟ କାରଣ କ'ଣ ସେ ନେଇ ପୁନର୍ବାର ତଦନ୍ତ କରାଯାଇ ସମ୍ପୂର୍ଣ୍ଣ ରିପୋର୍ଟ ପ୍ରସ୍ତୁତ କରିବେ । ରଥଯାତ୍ରା ଶୃଙ୍ଖଳିତ କରିବା ପାଇଁ ଆଠଟି ପରାମର୍ଶ ଦିଆଗଲା । ପହଣ୍ଡି କୋଅର୍ଡିନେସନ ଟିମ୍ ଗଠନ ହେବ । 

ଜିଲ୍ଲାପାଳ, ଏସପି ବିଭିନ୍ନ ସେବାୟତଙ୍କ ସହ ଆଲୋଚନା କରିବେ । ରଥ ଉପରେ, ପହଣ୍ଡି ସମୟରେ ଧ୍ୟାନ ଦେବାକୁ ପରାମର୍ଶ । ଚାରମାଳ ଠିକ୍ ଭାବେ ବନ୍ଧାଯିବା ପାଇଁ ପରାମର୍ଶ । ଚାରମାଳକୁ ଆହୁରି ପ୍ରସସ୍ଥ ଓ ଲମ୍ବ ହେବ । ପ୍ରତ୍ୟେକ ବିଗ୍ରହଙ୍କ ପାଇଁ ଜଣେ ଲେଖାଏଁ ବରିଷ୍ଠ ବରିଷ୍ଠ ଅଧିକାରୀ ରହିବେ। ଅନଧିକୃତଙ୍କୁ ଚିହ୍ନଟ କରିବା ପାଇଁ ଏମାନେ ମୁତୟନ ହେବେ। ଡୋନେସନ ବୃଦ୍ଧି ପାଇଁ ପଦକ୍ଷେପ ନିଆଯିବ। ବାହାର ରତ୍ନଭଣ୍ଡାର ଓ ଭିତର ରତ୍ନଭଣ୍ଡାରକୁ ସୁନା ଛାଉଣୀ କରିବା ପାଇଁ ପ୍ରସ୍ତାବ ଦେଇଛି ପରିଚାଳନା କମିଟି। ରତ୍ନଭଣ୍ଡାର ଯାଞ୍ଚ ନେଇ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଚିଠି ଲେଖାଯିବା ପରେ ଏହାକୁ ଏଏସଆଇ ଗୁରୁତର ସହ ନେଇଛି। 

 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.