ପ୍ରମୂଖ ଖବର
  • ଜାମ୍ମୁ-କାଶ୍ମୀରରେ ଏନକାଉଣ୍ଟର, ୩ ଯବାନ ଆହତ , ଜଣେ ଆତଙ୍କୀ ନିପାତ
  • ||
  • ମୁମ୍ବାଇରେ ଭୁଶୁଡିଲା ତିନି ମହଲା କୋଠା, ଏକାଧିକ ଆହତ
  • ||
  • ନୂଆଦିଲ୍ଲୀରେ ବସିବ ନୀତି ଆୟୋଗ ବୈଠକ, ଅଧ୍ୟକ୍ଷତା କରିବେ ପ୍ରଧାନମନ୍ତ୍ରୀ
  • ||
  • କିଏ ନେବ ରାଜ୍ୟ କଂଗ୍ରେସ ନେତୃତ୍ୱ ? ଦିଲ୍ଲୀ ଦରବାରରେ ଛାମୁଆ ନେତା, ଚର୍ଚ୍ଚାରେ ତାରା, ମୋକିମ, ପ୍ରସାଦ ଓ ସପ୍ତଗିରି
  • ||
  • ଶନିବାରଠୁ ଶ୍ରୀଲଙ୍କା-ଭାରତ ଟି-ଟ୍ୱେଣ୍ଟି ସିରିଜ୍,ପାଲିକେଲେରେ ଖେଳାଯିବ ପ୍ରଥମ ମୁକାବିଲା
  • ||
  • ଶନିବାର ନୀତି ଆୟୋଗ ସାଧାରଣ ପରିଷଦ ବୈଠକ, ଦିଲ୍ଲୀରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
  • ||
  • ଲଘୁଚାପ ସକ୍ରିୟ: ଆସନ୍ତା ୪ ଦିନ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ସତର୍କ କରାଇଲେ ଏସ୍‌ଆରସି
  • ||

ଭୁବନେଶ୍ବର ଉତ୍ତପ୍ତ ସହର, ପାରଦ ଡେଇଁଲା ୪୩ ଡିଗ୍ରୀ

ଭୁବନେଶ୍ବର,୨୩।୪ : ତାତିରୁ ମିଳୁନି ତ୍ରାହି।  ସାରା ରାଜ୍ୟରେ  ଲାଗି  ରହିଛି ଅଗ୍ନିବର୍ଷା । ତତଲା ପବନ ସହ  ଓ ଶୁଷ୍କ ଝାଞ୍ଜି ପବନ ଜନଜୀବନ ଅସ୍ତବ୍ୟସ୍ତ କରିପକାଉଛି। ଡହ ଡହ ଟାଣ  ଖରାରେ ଆଉଟୁ ପାଉଟୁ ହେଉଛନ୍ତି ଲୋକେ ।  କ୍ରମାଗତ ଭାବେ ୩ ଦିନ ଧରି ଭୁବନେଶ୍ବର ଉତ୍ତପ୍ତ ସହରରେ ପରିଣତ ହୋଇଛି। ବୁଧବାର ଅପରାହ୍ନ ୨ଟା ୩୦ ସୁଦ୍ଧା ଭୁବନେଶ୍ବର ତାପମାତ୍ରା ୪୩.୨ ଡିଗ୍ରୀ ଛୁଇଁଛି।  ସେହିପରି ଗତ  ସୋମବାର ତାପମାତ୍ରା ୪୩.୮ ଡିଗ୍ରୀ ରହିଥିବା ବେଳେ ମଙ୍ଗଳବାର ପାରଦ ସାମାନ୍ୟ ୨ ଡିଗ୍ରୀ ତଳକୁ ଖସି ୪୧.୮ ଡିଗ୍ରୀରେ ରହିଥିଲା। ତେବେ ବୁଧବାର ଅପରାହ୍ନରେ ଝିପ ଝିପ ବର୍ଷା ଓ ପବନ ହେବାରୁ ସାମାନ୍ୟ ଆଶ୍ବସ୍ତି ମିଳିଥିଲା।

ସେହିପରି ଅପରାହ୍ନ ୨ଟା ୩୦ ସୁଦ୍ଧା ରାଜ୍ୟର ୫ଟି ସହରର ତାପମାତ୍ରା ୪୦ ଡିଗ୍ରୀ ଉପରେ ରହିଛି। ଝାରସୁଗୁଡା ୪୨.୯ ଡିଗ୍ରୀ,  ଚାନ୍ଦବାଲି ୪୨.୨, ବାଲେଶ୍ୱର ୪୧.୪ , ରାଉରକେଲା ୪୦.୮ ଓ ସମ୍ବଲପୁର ୪୦.୧ ଡିଗ୍ରୀ ରହିଛି।

  • prameyanews
  • PrameyaOdia
  • prameya
  • Heat Wave
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.