ପ୍ରମୂଖ ଖବର
  • ନୂଆଦିଲ୍ଲୀରେ ବସିବ ନୀତି ଆୟୋଗ ବୈଠକ, ଅଧ୍ୟକ୍ଷତା କରିବେ ପ୍ରଧାନମନ୍ତ୍ରୀ
  • ||
  • କିଏ ନେବ ରାଜ୍ୟ କଂଗ୍ରେସ ନେତୃତ୍ୱ ? ଦିଲ୍ଲୀ ଦରବାରରେ ଛାମୁଆ ନେତା, ଚର୍ଚ୍ଚାରେ ତାରା, ମୋକିମ, ପ୍ରସାଦ ଓ ସପ୍ତଗିରି
  • ||
  • ଶନିବାରଠୁ ଶ୍ରୀଲଙ୍କା-ଭାରତ ଟି-ଟ୍ୱେଣ୍ଟି ସିରିଜ୍,ପାଲିକେଲେରେ ଖେଳାଯିବ ପ୍ରଥମ ମୁକାବିଲା
  • ||
  • ଶନିବାର ନୀତି ଆୟୋଗ ସାଧାରଣ ପରିଷଦ ବୈଠକ, ଦିଲ୍ଲୀରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
  • ||
  • ଲଘୁଚାପ ସକ୍ରିୟ: ଆସନ୍ତା ୪ ଦିନ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ସତର୍କ କରାଇଲେ ଏସ୍‌ଆରସି
  • ||

୪୦ ଟଙ୍କା ପାଇଁ ଗ୍ରାହକଙ୍କ ମାଡ଼ରେ ଦୋକାନୀଙ୍କ ଜୀବନ ଚାଲିଗଲା

ଭଦ୍ରକ,୨୦।୩ : ଦୋକାନରୁ ସଉଦା କିଣିଲେ, ଦୋକାନୀକୁ ୪୦ ଟଙ୍କା କମ ଦେଲେ ଗ୍ରାହକ । ଦୋକାନୀ ମାଗିବାରୁ ଏହାକୁ ନେଇ ଉଭୟଙ୍କ ମଧ୍ୟରେ ଯୁକ୍ତିତର୍କ ହେଲା। ଶେଷରେ ଗ୍ରାହକଙ୍କ ମାଡ଼ରେ ଦୋକାନୀଙ୍କ ଜୀବନ ଚାଲିଗଲା। ଭଦ୍ରକ ସହରାଞ୍ଚଳ ଥାନା ଅଧିନ ଚରମ୍ପା ପଥରଆଡ଼ିରେ ଏହି ଘଟଣା ଘଟିଛି। ମୃତକ ଜଣକ ହେଲେ ଭଦ୍ରକ ଜିଲ୍ଲା ସାବରଙ୍ଗ ଥାନା ଅଧିନ ବଣିଆ ଗାଁର ବିଜୟ ପଣ୍ଡା ।

ଭଦ୍ରକ ଜିଲ୍ଲା ସାବରଙ୍ଗ ଥାନା ଅଧିନ ବଣିଆ ଗାଁର ବିଜୟ ପଣ୍ଡା ଭଦ୍ରକ ଟାଉନ ଥାନା ଅଧିନ ଚରମ୍ପା ପଥରଆଡ଼ି ଛକରେ ଏକ ତେଜରାତି ଦୋକାନ କରିଥିଲେ । ଦ୍ୱିପ୍ରହର ସମୟରେ ସେହି ଅଞ୍ଚଳର କାମେଶ ପରିଡା ବିଜୟଙ୍କ ଦୋକାନକୁ ଆସି ସଉଦା ନେଇଥିଲେ । ସମୁଦାୟ ୧୮୦ ଟଙ୍କା ହୋଇଥିବା ବେଳେ ସେ ଫୋନ ପେରେ ୧୪୦ ଟଙ୍କା ଦେଇ ପଳାଉଥିବା ବେଳେ ବିଜୟ ତାଙ୍କୁ ବଳକା ୪୦ ଟଙ୍କା ମାଗିଥିଲେ । ଏହାକୁ ନେଇ ବିଜୟ ଙ୍କ ସହ କାମେଶର ଯୁକ୍ତିତର୍କ ହୋଇଥିଲା। ପରେ କାମେଶଙ୍କ ଧକ୍କାରେ  ବିଜୟ ତଳେ ପଡିଯାଇଥିଲେ । ପରେ ସ୍ଥାନୀୟ ଲୋକେ ବିଜୟ ଙ୍କୁ ଦୋକାନ ରୁ ଉଦ୍ଧାର କରି ଭଦ୍ରକ ମେଡିକାଲ ରେ ଭର୍ତ୍ତି କରିଥିଲେ। ସେଠାରେ  ଡାକ୍ତର ମୃତ ଘୋଷଣା କରିଥିଲେ । ଏହାକୁ ସ୍ଥାନୀୟ ଅଞ୍ଚଳରେ ଚାପା ଉତ୍ତେଜନା ଦେଖାଦେଇଛି । ପୋଲିସ ଘଟଣା ର ତଦନ୍ତ ଆରମ୍ଭ କରିଛି । ମୃତକ ଙ୍କ ପରିବାର ଲୋକେ ଭଦ୍ରକ ସହରାଞ୍ଚଳ ଥାନା ରେ ଏତଲା ଦେଇଛନ୍ତି । 

  • prameyanews
  • PrameyaOdia
  • prameya
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.