ପ୍ରମୂଖ ଖବର

ମେ'୨୦ ରେ ବନ୍ଦ ରହିବ ସେୟାର ବଜାର, ଲୋକସଭା ମତଦାନ ପାଇଁ ଏନ୍‌ଏସ୍ଇ ପକ୍ଷରୁ ଛୁଟି ଘୋଷଣା

ମୁମ୍ବାଇ,୧୯/୦୫: ଲୋକସଭା ନିର୍ବାଚନ ଯୋଗୁ ସୋମବାର ସେୟାର ବଜାର ବନ୍ଦ ରହିବ । ନ୍ୟାସ୍‌ନାଲ ଷ୍ଟକ୍‌ ଏକ୍ସଚେଞ୍ଜ(ଏନ୍‌ଏସ୍‌ଇ) ପକ୍ଷରୁ ସୂଚନା ଦିଆଯାଇଛି ଯେ, ମେ’ ୨୦ରେ ମୁମ୍ବାଇରେ ଲୋକସଭା ନିର୍ବାଚନ ପାଇଁ ମତଦାନ ହେବ । ତେଣୁ  ଏହି ଦିନ ବଜାରରେ କାରବାର ହେବ ନାହିଁ ।  

ନେଗୋସିଏବଲ୍‌ ଇନ୍‌ଷ୍ଟ୍ରୁମେଣ୍ଟ ଆକ୍ଟ ୧୮୮୧ର  ଧାରା ୨୫ ଅଧୀନରେ ନାଗରିକଙ୍କ ଭାଗିଦାରୀ  ସୁନିଶ୍ଚିତ କରିବା ପାଇଁ ଏହି ନିଷ୍ପତ୍ତି ନିଆଯାଇଛି । ନିର୍ବାଚନ ଆୟୋଗ ପୂର୍ବ ମାସ ଘୋଷଣା କରିଥିଲା  ଯେ, ମହାରାଷ୍ଟ୍ରରେ ଲୋକସଭା ନିର୍ବାଚନ ୫ଟି  ପର୍ଯ୍ୟାୟରେ ଏପ୍ରିଲ ୧୯, ଏପ୍ରିଲ ୨୬, ମେ’ ୭,  ମେ’ ୧୩ ଏବଂ ମେ’ ୨୦ରେ ହେବ । ମୁମ୍ବାଇରେ  ମେ’ ୨୦ରେ ମତଦାନ ଥିବାରୁ ଏହି ଦିନ ଷ୍ଟକ୍‌  ବଜାର ବନ୍ଦ ରହିବ ବୋଲି ଏନ୍‌ଏସ୍‌ଇ ଘୋଷଣା  କରିଛି । ତେବେ ମେ’ ୧୮ ଶନିବାର ଛୁଟି ଥିବା ସତ୍ତେ୍ୱ ଷ୍ଟକ୍‌ ବଜାର ଖୋଲା ରହିଥିଲା । 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.