ପ୍ରମୂଖ ଖବର
  • କୋଣାର୍କ : ୨ ବେଆଇନ କରତକଳ ଉପରେ ଚଢାଉ, ଲକ୍ଷାଧିକ ଟଙ୍କାର ଯନ୍ତ୍ରାଂଶ ଜବତ
  • ||
  • ବରଗଡ ମୁଖ୍ୟ କାରାଗାରରେ ଅଘଟଣ, ବିଚାରଧୀନ କଏଦୀଙ୍କ ସନ୍ଦେହଜନକ ମୃତ୍ୟୁ
  • ||
  • ସୁନ୍ଦରଗଡ଼ : ଧାର ଟଙ୍କା ମାଗିବାରୁ ଟାଙ୍ଗିଆରେ ଆକ୍ରମଣ କଲା ଦୁର୍ବୃତ୍ତ, ଯୁବକ ମୃତ
  • ||
  • ଚମ୍ପୁଆ ରେଞ୍ଜରେ ହାତୀପଲଙ୍କ ଉପଦ୍ରଦବ ପରେ ଜଳକ୍ରୀଡା, ମନୋରମ ଦୃଶ୍ୟ ଦେଖିବାକୁ ଲୋକଙ୍କ ଭିଡ଼
  • ||
  • କୋରାପୁଟ : ସ୍କୁଟି ଉପରେ ଚଢିଗଲା ଟ୍ରକ୍‌; ଜଣେ ମୃତ, ଜଣେ ଆହତ
  • ||
  • ବଣାଇ : ନଦୀକୁ ମାଛ ଧରିବାକୁ ଯାଇ ନିଖୋଜ ହୋଇଥିଲେ ବୃଦ୍ଧ, ଉଦ୍ଧାର ହେଲା ମୃତଦେହ
  • ||
  • ଦଶମଥର ଅପରିବର୍ତ୍ତିତ ରହିଲା ରେପୋ ରେଟ୍ , ୬.୫%ରେ ହିଁ ରେପୋ ରେଟ୍ ସ୍ଥିର
  • ||
  • ଚାନ୍ଦବାଲି : ମଦ୍ୟପଙ୍କ ଆତ୍ମହତ୍ୟା ଉଦ୍ୟମ, ପଚାଶ ଫୁଟ ବିଜୁଳି ଖୁଣ୍ଟିରୁ ଜଳି ଜଳି ତଳକୁ ଖସିଲେ ଯୁବକ
  • ||
  • ଖୋର୍ଦ୍ଧା : ଫାଟିଲା ଏୟାର ପ୍ରେସର ଟାଙ୍କି; ଜଣେ ମୃତ, ୨ ଗୁରୁତର
  • ||
  • ସୋସିଆଲ ମିଡିଆ ପୋଷ୍ଟରୁ ଅଶାନ୍ତ ଭଦ୍ରକ: ଧାମନଗର ଓ ଦୋବଲରୁ ହଟିଲା ୧୬୩ ଧାରା
  • ||
  • ମହିଳା ଟି-ଟ୍ୱେଣ୍ଟି ବିଶ୍ୱକପ୍‌: ଆଜି ଭାରତ-ଶ୍ରୀଲଙ୍କା ଟକ୍କର, ଏସିଆ କପ୍‌ ପରାଜୟ ପ୍ରତିଶୋଧ ଲକ୍ଷ୍ୟରେ ଟିମ୍ ଇଣ୍ଡିଆ
  • ||
  • ଆଜିଠୁ ବିଜେଡିର ସଭ୍ୟ ସଂଗ୍ରହ, ଶଙ୍ଖ ଭବନରେ ଶୁଭାରମ୍ଭ କରିବେ ସୁପ୍ରିମୋ ନବୀନ ପଟ୍ଟନାୟକ
  • ||
  • ଲମତାପୁଟ : ୧୦ ଲକ୍ଷ ଟଙ୍କାର ଗଞ୍ଜେଇ ଜବତ, ୨ ଗିରଫ
  • ||
  • ଭାରତ ଓ ବାଂଲାଦେଶ ଦ୍ୱିତୀୟ ଟି-ଟ୍ୱେଣ୍ଟି: ଫୋକସ୍‌ରେ ବିସ୍ଫୋରକ ବ୍ୟାଟିଂ, ସିରିଜ କବ୍‌ଜା ଲକ୍ଷ୍ୟରେ ଟିମ୍ ଇଣ୍ଡିଆ
  • ||
  • ଖଲ୍ଲିକୋଟ : ୨ ମାସ ପରେ ମିଳିଲା ଚୋରି ସୁନା, ସୁନା ଜବତ କରି ମାଲିକକୁ ହସ୍ତାନ୍ତର କଲା ପୋଲିସ
  • ||
  • ଆଜି ୩୫ ଲକ୍ଷ ହିତାଧିକାରୀଙ୍କୁ ମିଳିବ ସୁଭଦ୍ରା ଟଙ୍କା, ବାରିପଦାରେ ବାଣ୍ଟିବେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
  • ||
  • ପୀଠରେ ଆରମ୍ଭ ହେବ ତ୍ରିଦିନାତ୍ମକ ପୂଜା: ଆଜି ଶ୍ରୀମନ୍ଦିରରେ ମହାସପ୍ତମୀ, ନିଶାର୍ଦ୍ଧରେ ଠାକୁରାଣୀଙ୍କୁ ଆମିଷ ଭୋଗ ଲାଗିବ
  • ||

ଥୁରିଆ, ଦୁଧାରୀ ପାହାଡ଼ରେ ରତ୍ନପଥର: ଆନ୍ଧ୍ର ଦଲାଲଙ୍କ ଦ୍ୱାରା ଚାଲିଛି ଖୋଳା, ପ୍ରଶାସନ ପାଖରେ ଖବର ନାହିଁ

କୋରାପୁଟ,୨୮/୦୯: କୋରାପୁଟ ଜିଲ୍ଲା  ସେମିଳିଗୁଡ଼ା ବ୍ଲକ୍‌ର ଦୁଧାରୀ ଓ ପଟ୍ଟାଙ୍ଗି ବ୍ଲକ୍‌ର ଥୁରିଆ  ଅଞ୍ଚଳରେ ବାହାରୁଛି ମୂଲ୍ୟବାନ ରତ୍ନପଥର । ଏହାକୁ  ନେଇ ସ୍ଥାନୀୟ ଅଞ୍ଚଳରେ ଜୋର୍‌ଦାର୍‌ ଚର୍ଚ୍ଚା । ଏହାକୁ  ଆଧାର କରି ଅଞ୍ଚଳରେ ଆନ୍ଧ୍ର ଦଲାଲ ସକ୍ରିୟ ହୋଇଛନ୍ତି ।  ସ୍ଥାନୀୟ ଲୋକଙ୍କ ଜରିଆରେ ମାଟି ଖୋଳୁଛନ୍ତି । ସେଠାରୁ  ମିଳୁଥିବା ବିଭିନ୍ନ ପ୍ରକାର ପଥର ସଂଗ୍ରହ କରୁଛନ୍ତି ।  ବଦଳରେ ସ୍ଥାନୀୟ ଲୋକଙ୍କୁ କିଛି ଟଙ୍କା ଦେଉଛନ୍ତି ।  ଉପରୋକ୍ତ ଦୁଇ ଅଞ୍ଚଳ ପାହାଡ଼ ପାଦଦେଶରେ  ଥିବାରୁ ଖଣିଜ ସମ୍ପଦ ଥିବା ଚର୍ଚ୍ଚାକୁ ଏଡ଼ାଇ ଦେଇ  ହେବ ନାହିଁ । କାରଣ ଆଗରୁ ଥୁରିଆ ଅଞ୍ଚଳରୁ  ପ୍ରବଳ ମୂଲ୍ୟବାନ ପଥର ମିଳିଥିବା ନଜିର୍‌ ରହିଛି ।  

ଏହାକୁ ଅଞ୍ଚଳବାସୀ ଗମ୍ଭୀରତାର ସହ ନେଇଛନ୍ତି ।  ଗାଁର ପିଲାଠୁ ବୁଢ଼ା ସଭିଏଁ ପାହାଡ଼ରେ ଘୂରି ବୁଲୁଛନ୍ତି ।  ବିଭିନ୍ନ ସ୍ଥାନ ଚିହ୍ନଟ କରି ମାଟି ଖୋଳୁଛନ୍ତି । ପାହାଡ଼ରୁ  ଆସିଥିବା ଛୋଟଛୋଟ ଝରଣାର ବାଲିଆ ମାଟି  ସଂଗ୍ରହ କରି ସେଠାରୁ ରତ୍ନ ଓ ଅନ୍ୟାନ୍ୟ ପଥର  ଖୋଜୁଛନ୍ତି । ଆଖପାଖ ଗାଁ ଲୋକେ ବି ଏହି ଅଞ୍ଚଳକୁ  ଆସି ପଥର ଖୋଜିବାରେ ଲାଗି ପଡ଼ିଛନ୍ତି । ପ୍ରାୟ  ମାସେ ହେବ ଏଭଳି ସ୍ଥିତି ଲାଗି ରହିଛି । ଅଥଚ  ଜିଲ୍ଲା କିମ୍ବା ସ୍ଥାନୀୟ ପ୍ରଶାସନ ପାଖରେ ଏ ସମ୍ପର୍କରେ  କୌଣସି ଖବର ନାହିଁ । ଏହା କେବଳ ଏକ ଚର୍ଚ୍ଚା ନା’  ପଛରେ କିଛି ସତ୍ୟତା ରହିଛି, ପ୍ରଶାସନ ତୁରନ୍ତ ଦୃଷ୍ଟି  ଦେବା ଆବଶ୍ୟକ ବୋଲି ବୁଦ୍ଧିଜୀବୀମାନେ କହିଛନ୍ତି । 

ଥୁରିଆ ଅଞ୍ଚଳର ମନ ପାଙ୍ଗି କହିଛନ୍ତି, ପୂର୍ବରୁ  ଏହି ଅଞ୍ଚଳରୁ ବିଭିନ୍ନ ପ୍ରକାର ମୂଲ୍ୟବାନ ପଥର  ମିଳିଛି । ଲୋକେ ପାଇଛନ୍ତି ମଧ୍ୟ । ତେଣୁ ଏହି ଚର୍ଚ୍ଚାକୁ  ମିଛ ବୋଲି କହିହେବନି । ଏଥିପାଇଁ ଲୋକେ ଏହା  ପଛରେ ପଡ଼ିଛନ୍ତି । ଆନ୍ଧ୍ର ଅଞ୍ଚଳରୁ କିଛି ଲୋକ ଏଠାକୁ  ନିୟମିତ ଆସୁଛନ୍ତି । ସ୍ଥାନୀୟ ଅଞ୍ଚଳବାସୀଙ୍କ ସହ  ଜଙ୍ଗଲକୁ ଯାଉଛନ୍ତି । ସେଠାରେ ମାଟି ହାଣି ବାହାରୁଥିବା  ବିଭିନ୍ନ ପଥରକୁ ମେସିନ୍‌ ଲଗାଇ ପରୀକ୍ଷା ନିରୀକ୍ଷା  କରୁଛନ୍ତି । ପ୍ରଶାସନ ଏହି ସ୍ଥାନଗୁଡ଼ିକରେ ପରୀକ୍ଷା କରି  ନିଜ ଅକ୍ତିଆରକୁ ନେଲେ ବାସ୍ତବ ତଥ୍ୟ ଜଣାପଡ଼ିବ ।  

ଦୁଧାରୀ ଅଞ୍ଚଳର ମନୋଜ ନାଏକ କହିଛନ୍ତି,  କୋରାପୁଟ ହେଉଛି ରତ୍ନଗର୍ଭା । ନିକଟରେ ଏଠାରେ  ସୁନା ଖଣି ଥିବା ସରକାର କହିଛନ୍ତି । ଲୋକଙ୍କ  କହିବା ଅନୁସାରେ, ଆନ୍ଧ୍ର ଅଞ୍ଚଳରୁ କେତେକ ଲୋକ  ଏଠାକୁ ବୁଲିବାକୁ ଆସିଥିଲେ । ଏଠାରୁ କିଛି ପଥର  କିଣି ନେଇ ଏହା ମୂଲ୍ୟବାନ ବୋଲି କହିଥିଲେ ।  ସେବେଠୁ ଲୋକେ ପାହାଡ଼କୁ ଯାଇ ଏଭଳି ପଥର  ସଂଗ୍ରହ କରୁଛନ୍ତି । ଅଞ୍ଚଳବାସୀଙ୍କୁ ସଚେତନ  କରିବାର ଆବଶ୍ୟକତା ରହିଛି । ଏଥିସହ ଦଲାଲଙ୍କୁ  ଏହି ଅଞ୍ଚଳରେ ପ୍ରବେଶ ନିଷେଧ କରିବା ଜରୁରି । 

ଏ ସମ୍ପର୍କରେ କୋରାପୁଟ ଉପଜିଲ୍ଲାପାଳ  ବେଣୁଧର ଶବରଙ୍କୁ ପଚାରିବାରୁ ଘଟଣା ସମ୍ପର୍କରେ  ବୁଝିବେ ବୋଲି କହିଛନ୍ତି । ରାଜ୍ୟ ଖଣି ବିଭାଗ  ଉପନିର୍ଦ୍ଦେଶକ ପ୍ରଦୀପ ନାୟକ କହିଛନ୍ତି, ମୂଲ୍ୟବାନ  ପଥର ପାଇଁ ମାଟି ଖୋଳୁଛନ୍ତି ନା’ ଅନ୍ୟ କୌଣସି  ଉଦ୍ଦେଶ୍ୟ ରହିଛି ତାହାର ତଦନ୍ତ କରାଯିବ । ଏ  ଅଞ୍ଚଳରେ ସର୍ଭେ ପରେ ପ୍ରକୃତ ତଥ୍ୟ ଜଣାପଡ଼ିବ ।  

ପ୍ରକାଶଥାଉ କି, ଏହି ଅଞ୍ଚଳରୁ ପୂର୍ବରୁ  ବହୁ ମୂଲ୍ୟବାନ ପଥର ମିଲୁଥିଲା । ଯାହାକୁ  ସଂଗ୍ରହ କରି ଅନେକ ଲୋକ ମାଲାମାଲ୍‌  ହୋଇଛନ୍ତି । ଏଭଳି ଉଦାହରଣ ରହିଥିବାରୁ  ଲୋକେ ରତ୍ନପଥର ପଛରେ ଏକପ୍ରକାର ପାଗଳ  ହୋଇଯାଇଛନ୍ତି । ଦିନରାତି ପାହାଡ଼ରେ ଘୂରି ବୁଲୁଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.