ପ୍ରମୂଖ ଖବର
  • ଜାମ୍ମୁ-କାଶ୍ମୀରରେ ଏନକାଉଣ୍ଟର, ୩ ଯବାନ ଆହତ , ଜଣେ ଆତଙ୍କୀ ନିପାତ
  • ||
  • ମୁମ୍ବାଇରେ ଭୁଶୁଡିଲା ତିନି ମହଲା କୋଠା, ଏକାଧିକ ଆହତ
  • ||
  • ନୂଆଦିଲ୍ଲୀରେ ବସିବ ନୀତି ଆୟୋଗ ବୈଠକ, ଅଧ୍ୟକ୍ଷତା କରିବେ ପ୍ରଧାନମନ୍ତ୍ରୀ
  • ||
  • କିଏ ନେବ ରାଜ୍ୟ କଂଗ୍ରେସ ନେତୃତ୍ୱ ? ଦିଲ୍ଲୀ ଦରବାରରେ ଛାମୁଆ ନେତା, ଚର୍ଚ୍ଚାରେ ତାରା, ମୋକିମ, ପ୍ରସାଦ ଓ ସପ୍ତଗିରି
  • ||
  • ଶନିବାରଠୁ ଶ୍ରୀଲଙ୍କା-ଭାରତ ଟି-ଟ୍ୱେଣ୍ଟି ସିରିଜ୍,ପାଲିକେଲେରେ ଖେଳାଯିବ ପ୍ରଥମ ମୁକାବିଲା
  • ||
  • ଶନିବାର ନୀତି ଆୟୋଗ ସାଧାରଣ ପରିଷଦ ବୈଠକ, ଦିଲ୍ଲୀରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
  • ||
  • ଲଘୁଚାପ ସକ୍ରିୟ: ଆସନ୍ତା ୪ ଦିନ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ସତର୍କ କରାଇଲେ ଏସ୍‌ଆରସି
  • ||

ବିଜେଡିରେ ମିଶିବେ ମୋନିଦୀପା ସର୍ଖେଲ୍‌, ବାପି ସର୍ଖେଲ୍‌ଙ୍କ ରଣନୀତିକୁ ନେଇ ଚର୍ଚ୍ଚା

ଜଗତସିଂହପୁର,୧୭/୦୩: ଆନୁଷ୍ଠାନିକ ଭାବେ ବିଜେଡି ହାତ ଧରିବାକୁ ଯାଉଛନ୍ତି ପାରାଦୀପର ବିଶିଷ୍ଟ ଶ୍ରମିକ ନେତା ବାପି ସର୍ଖେଲ୍‌ଙ୍କ ପତ୍ନୀ ମୋନିଦୀପା ସର୍ଖେଲ । ରବିବାର ରାଜଧାନୀର ଶଙ୍ଖ ଭବନରେ ମହାମିଶ୍ରଣ ପର୍ବ ହେବାକୁ ଯାଉଛି । ଯେଉଁଠି ପାରାଦୀପ ନିର୍ବାଚନମଣ୍ଡଳୀର  ପ୍ରାୟ ୩ ହଜାର କର୍ମୀ, ସମର୍ଥକ ଓ ଶୁଭେଚ୍ଛୁଙ୍କ ସହ ମୋନିଦୀପା ବିଜେଡିରେ ସାମିଲ ହେବେ ବୋଲି ବାପି ସ୍ପଷ୍ଟ କରିଛନ୍ତି । 

ମିଳିଥିବା ସୂଚନା ମୁତାବକ, ଏହି ମିଶ୍ରଣ ପର୍ବ ପରେ ଖୁବ୍‌ ଶୀଘ୍ର କୁଜଙ୍ଗ କିମ୍ବା ପାରାଦୀପରେ ଅନୁରୂପ କର୍ମୀ ସମାବେଶ କରାଯିବ । ସେଥିରେ ବାପିଙ୍କ ସମର୍ଥକ ତୃଣମୂଳ ସ୍ତରର  କର୍ମୀମାନେ ବିଜେଡିରେ ଯୋଗଦେବେ । ରବିବାର ମିଶ୍ରଣ ଉତ୍ସବକୁ ନେଇ ପାରାଦୀପର ରାଜନୈତିକ ବାତାବରଣ ଚଳଚଞ୍ଚଳ ହୋଇଉଠିଛି । ହଜାର ହଜାର  କର୍ମୀ ଓ ସମର୍ଥକ କିଭଳି ରାଜଧାନୀ ଶଙ୍ଖ ଭବନରେ ପହଞ୍ଚିବେ ସେନେଇ  ପ୍ରସ୍ତୁତି ଚାଲିଛି । ଉଲ୍ଲେଖନୀୟ ବିଷୟ, ମୋନିଦୀପାଙ୍କ ସହ ଆମ ପାରାଦୀପ  ଆମ ପ୍ରଗତିର ଅନେକ ପାରିଷଦ ମଧ୍ୟ ଶଙ୍ଖ ଭବନରେ ଉପସ୍ଥିତ ରହିବେ । 

ଏପଟେ ବାପିଙ୍କ ପତ୍ନୀ ବିଜେଡିରେ ଯୋଗଦେବା ପରେ ପାରାଦୀପ  ନିର୍ବାଚନମଣ୍ଡଳୀରେ ଶଙ୍ଖ ଚିହ୍ନର ଶକ୍ତି ବଢ଼ିଯିବ ବୋଲି କୁହାଯାଉଛି । ଦୀର୍ଘ  ବର୍ଷ ଧରି ଏହି ନିର୍ବାଚନମଣ୍ଡଳୀରେ କଂଗ୍ରେସ ସଂଗଠନର ମଙ୍ଗୁଆଳ ଥିଲେ ବାପି । ଦୁଇ ଥର ସେ ବିଧାୟକ ଭାବେ ଲଢ଼ି ପରାଜିତ ହୋଇଥିଲେ । ପ୍ରାୟ ୫୦  ହଜାର ଭୋଟରଙ୍କ ସମର୍ଥନ ପାଇଥିଲେ । କିନ୍ତୁ ବିଜେଡି ଏଠି ବିଜୟଧାରାକୁ ଅକ୍ଷୁଣ୍ଣ ରଖିଥିଲା । ଏଠାରେ ବିଜେଡିର ମୁଖ୍ୟ ପ୍ରତିଦ୍ୱନ୍ଦ୍ୱୀ ଥିଲା କଂଗ୍ରେସ ।  

କଂଗ୍ରେସରେ ଥାଇ ସୁଦ୍ଧା ବାପି ଗତ ପୌର ଭୋଟରେ ଆମ ପାରାଦୀପ ଆମ  ପ୍ରଗତି ନାଁରେ ସଙ୍ଗଠନ ଗଢ଼ି ପୌର ଉପାଧ୍ୟକ୍ଷ ଚୌକି ଅକ୍ତିଆର କରିଥିଲେ ।  ଫଳରେ କଂଗ୍ରେସ ସଙ୍ଗଠନ ଏକପ୍ରକାର ବାପିଙ୍କ ହାତମୁଠାରେ ରହିଥିବା  ଅନୁଭବ ହୋଇଥିଲା । ଏବେ ବାପିଙ୍କ ପତ୍ନୀ ମୋନିଦୀପା ବିଜେଡିରେ ସାମିଲ ହେଉଥିବାରୁ ପାରାଦୀପ ନିର୍ବାଚନମଣ୍ଡଳୀରେ କଂଗ୍ରେସ ତା’ର ସତ୍ତା ବଞ୍ଚାଇବା କଷ୍ଟକର ହୋଇପଡ଼ିବ ଓ ବିଜେଡି ଶକ୍ତିଶାଳୀ ଦଳ ଭାବେ ଉଭା ହେବ ବୋଲି  କୁହାଯାଉଛି । ଅନ୍ୟପଟେ ମୋନିଦୀପା କେବଳ ବିଜେଡିରେ ଯୋଗ ଦେବେ ବୋଲି କହି ନିଜ ଭବିଷ୍ୟତ ରଣନୀତିକୁ ଗୋପନ ରଖିଛନ୍ତି ବାପି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.