ପ୍ରମୂଖ ଖବର
  • ଛତ୍ରପୁର: ଡିଆରଡିଏ ଛକରେ ଗୋମାଂସ ଟ୍ରକକୁ ଧରିଲା ବଜରଙ୍ଗଦଳ,୧୨ ଟନ୍ ଗୋମାଂସ ଜବତ, ୨ ଅଟକ
  • ||
  • ଭୁବନେଶ୍ବର ଷ୍ଟେସନ ନିକଟରେ ମାଲବାହୀ ଟ୍ରେନ ଲାଇନଚ୍ୟୁତ, ଅଟକିଛି ଅନେକ ଟ୍ରେନ୍
  • ||
  • ମଝି ଚିିଲିକାରେ ପୁଣି ଫସିଲା ଯାତ୍ରୀବାହୀ ଡଙ୍ଗା, ଡଙ୍ଗାରେ ଅଛନ୍ତି ୧୭ ଯାତ୍ରୀ
  • ||
  • ଦିଲ୍ଲୀ ଦ୍ବାରିକା ସେକ୍ଟର ୧୨ରେ ଭୁଶୁଡ଼ିଲା ନିର୍ମାଣାଧୀନ ହସ୍ପିଟାଲ କୋଠା, ଜଣେ ମୃତ, ୯ ଆହତ
  • ||
  • କାରଗିଲ୍‌ ବିଜୟ ଦିବସ ୨୫ ବର୍ଷ ପୂର୍ତ୍ତି, ଯୁଦ୍ଧ ସହିଦ ସ୍ମାରକୀରେ ଶ୍ରଦ୍ଧାଞ୍ଜଳି ଦେବେ ମୋଦି
  • ||
  • ଶୁକ୍ରବାର ପ୍ୟାରିସ ଅଲିମ୍ପିକ ଉଦ୍‌ଘାଟନୀ ଉତ୍ସବ, ପରେଡରେ ସାମିଲ ହେବେ ୭୦୦୦ କ୍ରୀଡ଼ାବିତ
  • ||

କୋଭାକ୍ସିନ୍ ନେଇଥିବା ୩୦% ଲୋକଙ୍କ ଠାରେ ସ୍ୱାସ୍ଥ୍ୟ ସମସ୍ୟା ? BHUର ରିସର୍ଚ୍ଚରେ ICMRର କଡ଼ା ଟିପ୍ପଣୀ

ନୂଆଦିଲ୍ଲୀ – ଇଣ୍ଡିଆନ କାଉନ୍ସିଲ ଅଫ୍‌ ମେଡିକାଲ ରିସର୍ଚ୍ଚ (ଆଇସିଏମଆର)ଭାରତୀୟ କରୋନା ଭାକ୍ସିନ୍ ଉପରେ ବନାରସ ହିନ୍ଦୁ ବିଶ୍ୱବିଦ୍ୟାଳୟର ରିସର୍ଚ୍ଚକୁ ଖଣ୍ଡନ କରିଛି। ଏହାସହ ଏହା ଉପରେ ଆଇନଗତ ଓ ପ୍ରଶାସନିକ କାର୍ଯ୍ୟାନୁଷ୍ଠାନ ନେବାକୁ ଚେତାବନୀ ଦେଇଛି। ଆଇସିଏମଆରର ମହାନିର୍ଦ୍ଦେଶକ ଡା. ରାଜୀବ ବହଲ କୋଭାକ୍ସିନ ଉପରେ ଅଧ୍ୟୟନ କରୁଥିବା ବିଶ୍ୱବିଦ୍ୟାଳୟର ସଂସ୍ଥାନ ଓ ପ୍ରକାଶିତ କରୁଥିବା ନ୍ୟୁଜିଲ୍ୟାଣ୍ଡର ପତ୍ରିକାକୁ ଅଲଗା ଅଲଗା ଚିଠି ପଠାଇଛନ୍ତି। ଏଥିରେ ରିସର୍ଚ୍ଚରୁ ଆଇସିଏମଆରର ନାଁ ହଟେଇବାକୁ କହିଛନ୍ତି। ଚିଠିରେ କୁହାଯାଇଛି କି , ଏହି ଅଧ୍ୟୟନର ପ୍ରକ୍ରିୟା ଅବୈଜ୍ଞାନିକ। ଅଧ୍ୟୟନରେ ନିର୍ଦ୍ଧାରିତ ପ୍ରକ୍ରିୟା ଗୁଡ଼ିକୁ ପାଳନ କରାଯାଇ ନାହିଁ। ଏହା ଏକ ଛୋଟ ଗ୍ରୁପ୍‌ ଉପରେ ଆଧାରିତ। ଏହି ଚିଠି ୧୮ ମେ'ରେ ଲେଖା ଯାଇଛି ଏବଂ ଏହାର ପ୍ରିଣ୍ଟ ସବୁ ସୋମବାର ଉପଲବ୍ଧ କରାଯାଇଛି। 

ଡା. ବହଲ ଦୁଇଟି ଚିଠିରେ ଅଧ୍ୟୟନରୁ ଆଇସିଏମଆରର ନାଁ  ହଟେଇବାକୁ କହିଛନ୍ତି। ଏହି ସମ୍ୱନ୍ଧରେ ଦୁଇ ସଂସ୍ଥାକୁ ସ୍ପଷ୍ଟୀକରଣ ବା ଶୁଦ୍ଧିକରଣ ମଧ୍ୟ ପ୍ରକାଶିତ କରାଇବା ଉଚିତ। ପତ୍ରିକା ଏହି ରିସର୍ଚ୍ଚ ପତ୍ରକୁ ଫେରେଇ ନେବା କଥା ମଧ୍ୟ କୁହାଯାଇଛି। ସେ କହିଛନ୍ତି କି ଆଇସିଏମଆର ଏହି ଅଧ୍ୟୟନ ସହ ସଂପୃକ୍ତ ନୁହେଁ  ଏବଂ ଏହା ରିସର୍ଚ୍ଚ ପାଇଁ କୌଣସି ଆର୍ଥିକ ବା ଟେକ୍ନିକାଲ ସହାୟତା ମଧ୍ୟ ପ୍ରଦାନ କରି ନାହିଁ।

କହି ରଖୁଛୁ କି , ବିଏଚୟୁର ରିସର୍ଚ୍ଚର୍ସ ଟିମ୍‌ ଗୋଟିଏ ବର୍ଷର ଅଧ୍ୟୟନରେ ବଡ଼ ଦାବି କରିଥିଲା। ଏହା କୁହାଯାଇଛି କି ଭାରତ ବାୟୋଟେକ୍‌ର କୋଭାକ୍ସିନ ନେଇଥିବା ପାଖାପାଖି ଏକ ତୃତୀୟାଂଶ ବ୍ୟକ୍ତିଙ୍କୁ ସ୍ୱାସ୍ଥ୍ୟ ସମ୍ୱନ୍ଧୀୟ ସମସ୍ୟାର ସାମନା କରିବାକୁ ପଡ଼ୁଛି। ଅଧ୍ୟୟନକାରୀ ମାନେ ଏହି ସ୍ୱାସ୍ଥ୍ୟ ସମସ୍ୟା ଗୁଡ଼ିକୁ ସ୍ୱତନ୍ତ୍ର ରୁଚି ଥିବା ପ୍ରତିକୂଳ ଘଟଣା ବା ଏଇଏସଆଇର ସଜ୍ଞା ଦେଇଛି। ଅଧ୍ୟୟନରେ ଭାଗ ନେଇଥିବା ୯୨୬ ଜଣ ପ୍ରତିଯୋଗୀଙ୍କ ମଧ୍ୟରେ ପାଖାପାଖି ୫୦ ପ୍ରତିଶତ ଲୋକେ ଅଭିଯୋଗ କରିଛନ୍ତି କି ସେମାନେ ଭାକ୍ସିନ ନେବା ପରେ ଶ୍ୱାସ ସମ୍ୱନ୍ଧୀୟ ସଂକ୍ରମଣର ସାମ୍ନା କରିବାକୁ ପଡ଼ିଛି। ଏହି ସଂକ୍ରମଣ ତାଙ୍କର ଶ୍ୱସନ ତନ୍ତ୍ରର ଉପର ଭାଗରେ ହୋଇଛି। 

ଏଥିରେ ଦାବି କରାଯାଇଛି କି କୋଭାକ୍ସିନ ନେବା ପରେ ଏକ ପ୍ରତିଶତ ବ୍ୟକ୍ତି ଏଇଏସଆଇ ର ଅଭିଯୋଗ କରିଛନ୍ତି , ଯେଉଁଥିରେ ମସ୍ତିଷ୍କାଘାତ ଓ ଗିଲିୟନ-ବର୍ର ସିଣ୍ଡ୍ରୋମ୍‌ ସହ ଗ୍ରସ୍ତ ହୋଇଛନ୍ତି। ଏହି ସିଣ୍ଡ୍ରୋମରେ ଲୋକଙ୍କ ପାଦ ଦୁର୍ବଳ ହୋଇ ଯାଉଛି ଏବଂ ଏହି ଲକ୍ଷଣ ଶରୀରର ଅନ୍ୟ ଅଙ୍ଗକୁ ମଧ୍ୟ ବ୍ୟାପୁଛି। 

 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.