ପ୍ରମୁଖ ଖବର
  • କଟକରେ ବେଆଇନ ଗୁଟ୍‌ଖା କାରଖାନା ଠାବ: ଲକ୍ଷାଧିକ ଟଙ୍କାର କଞ୍ଚାମାଲ୍‌ ଜବତ, ମାଲିକ ସହ କର୍ମଚାରୀ ଗିରଫ
  • ||
  • ବରେଲି: ହାଇୱେରେ ଟ୍ରକକୁ ଧକ୍କା ଦେବା ପରେ ଜଳିଗଲା କାର୍, ଜିଅନ୍ତା ଜଳିଗଲେ ୮ ବରଯାତ୍ରୀ
  • ||
  • ମଦ ବ୍ୟବସାୟୀଙ୍କ ଘରେ ଆୟକର ଚଢ଼ଉ ଘଟଣା: ୪ ଦିନର ଚଢ଼ାଉରେ ଗଣା ସରିଲା ୧୮୮ କୋଟି, ବଳକା ଟଙ୍କା ଗଣିବାକୁ ଲାଗିବ ଆଉ ୨ ଦିନ
  • ||
  • ଆଜି ଦକ୍ଷିଣ ଆଫ୍ରିକା ଓ ଭାରତ ମଧ୍ୟରେ ପ୍ରଥମ ଟି-ଟ୍ୱେଣ୍ଟି ମୁକାବିଲା, ବିସ୍ଫୋରକ ବ୍ୟାଟିଂ ଉପରେ ଟିମ୍‌ ଇଣ୍ଡିଆର ଫୋକସ୍‌
  • ||
  • ଭୁବନେଶ୍ୱର: ରାଜ୍ୟରେ ବଦଳିଲା ପାଗ, ଖସିଲା ତାପମାତ୍ରା: ଆସନ୍ତା ୨ ଦିନରେ ୨ ଡିଗ୍ରୀ ଖସିବ ରାତି ପାରଦ
  • ||

ଆଗ୍ରାର ଏକ ଆଧ୍ୟାତ୍ମିକ ଆଶ୍ରମରେ ଦୁଇ ଭଉଣୀଙ୍କ ଆତ୍ମହତ୍ୟା, ମୃତ୍ୟୁ ପୂର୍ବରୁ ଚିଠିରେ ଲେଖିଛନ୍ତି ଏମିତି କିଛି...

ନୂଆଦିଲ୍ଲୀ: ଆଗ୍ରାରେ ଏକ ଆଧ୍ୟାତ୍ମିକ ସଂସ୍ଥାର ଆଶ୍ରମରେ ରହୁଥିବା ଦୁଇ ଭଉଣୀ ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଛି । ଉଭୟଙ୍କ ମୃତଦେହ ଅଲଗା ଅଲଗା ଫାଶରେ ଝୁଲୁଥିବା ଦେଖିବାକୁ ମିଳିଛି । ଶନିବାର ପୋଲିସ ଏହି ସୂଚନା ଦେଇଛି । ଆତ୍ମହତ୍ୟା ନୋଟରେ ଆଶ୍ରମ ଏବଂ ଜଣେ ମହିଳାଙ୍କ ସହ ଜଡିତ ତିନି ଜଣଙ୍କ ବିରୋଧରେ ଗୁରୁତର ଅଭିଯୋଗ ହୋଇଛି । ଏଥିରେ ଅର୍ଥ ହେରଫେର ଠାରୁ ଆରମ୍ଭ କରି ଅନ୍ୟ ଅନୈତିକ କାର୍ଯ୍ୟକଳାପର ଅଭିଯୋଗ ରହିଛି । 

ଆତ୍ମହତ୍ୟା ନୋଟରେ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କୁ ଅନୁରୋଧ କରାଯାଇଛି ଯେ, ଅଭିଯୁକ୍ତଙ୍କୁ ଆଶାରାମ ବାପୁଙ୍କ ପରି ଆଜୀବନ କାରାଦଣ୍ଡ ଦିଆଯାଉ । ଆତ୍ମହତ୍ୟା ନୋଟର ତଥ୍ୟକୁ ଆଧାର କରି ପୋଲିସ ଏହି ଘଟଣାର ତଦନ୍ତ କରୁଛି । ଯେଉଁମାନଙ୍କ ନାମ ଆତ୍ମହତ୍ୟା ନୋଟରେ ଉଲ୍ଲେଖ ଅଛି ସେମାନଙ୍କୁ ପୋଲିସ ପଚରାଉଚରା କରିବ । 

ଏନେଇ ମୃତକଙ୍କ ଭାଇ ସୋନୁ କହିଛନ୍ତି ଯେ ଶୁକ୍ରବାର ରାତି ପ୍ରାୟ ୧୧ ସମୟରେ ତାଙ୍କ ଭଉଣୀ ତାଙ୍କ ହ୍ବାଟ୍‌ସଆପରେ ଆତ୍ମହତ୍ୟା ନୋଟ ପଠାଇଥିଲେ, ଏହା ପରେ ସେ ତୁରନ୍ତ ୧୩ କିଲୋମିଟର ଦୂରରେ ଆଶ୍ରମରେ ପହଞ୍ଚି ଉଭୟ ଭଉଣୀଙ୍କୁ ଝୁଲୁଥିବାର ଦେଖିଥିଲେ । ଘଟଣା ସମ୍ପର୍କରେ ସୂଚନା ପାଇବା ପରେ ଡେପୁଟି କମିଶନର ଘଟଣାସ୍ଥଳରେ ପହଞ୍ଚିଥିଲେ । ସୋନୁ ପୋଲିସକୁ କହିଥିଲେ ଯେ, ସେ ଦୁଇ ଦିନ ପୂର୍ବେ ଆଶ୍ରମରେ ଭଉଣୀମାନଙ୍କୁ ଭେଟିବାକୁ ଆସିଥିଲେ ଏବଂ ସେହି ସମୟରେ ସେମାନଙ୍କ ବାର୍ତ୍ତାଳାପରୁ ଏମିତି କିଛି ଜାଣିପାରିନଥିଲେ । 

ଡେପୁଟି କମିଶନର କହିଛନ୍ତି ଯେ ଆତ୍ମହତ୍ୟା ନୋଟରେ ଆଶ୍ରମର କିଛି କର୍ମଚାରୀଙ୍କ ବିରୋଧରେ ମୃତ ଦୁଇ ଭଉଣୀ ଏକତା ଏବଂ ଶିଖା ଗୁରୁତର ଅଭିଯୋଗ ଆଣିଛନ୍ତି । ସେ କହିଛନ୍ତି ଯେ ଆତ୍ମହତ୍ୟା ନୋଟ ଏବଂ ପରିବାରର ଅଭିଯୋଗ ଆଧାରରେ ଏକ ମାମଲା ରୁଜୁ ହେବ ଏବଂ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ । 





Copyright © 2022 - Summa Real Media Private Limited. All Rights Reserved.