ପ୍ରମୂଖ ଖବର
  • ଜନ୍ମବେଦିରୁ ବାହୁଡ଼ିଲେ ଦାରୁବ୍ରହ୍ମ,ବୁଧବାର ସୁନାବେଶ, ଗୁରୁବାର ଅଧରପଣା, ଶୁକ୍ରବାର ନୀଳାଦ୍ରି ବିଜେ
  • ||
  • ଝାରସୁଗୁଡ଼ା: ଧାର ଟଙ୍କା ଫେରସ୍ତକୁ ନେଇ ଗୁଳିକାଣ୍ଡ, ଜଣେ ଆହତ
  • ||
  • ବିଶ୍ୱ ସର୍ପ ଦିବସ: ବର୍ଷା ଦିନେ ସତର୍କତା ଜରୁରି, ୫ ବର୍ଷରେ ଗଲାଣି ୫୨୧୯ ଜୀବନ
  • ||
  • ବାରିପଦା : ସ୍କୁଟିକୁ ଧକ୍କା ଦେଲା ଟ୍ରକ୍, ୨ ମୃତ
  • ||
  • ମୁମ୍ବାଇ ଏକ୍ସପ୍ରେସ ହାଇୱେରେ ବସ୍-ଟ୍ରାକ୍ଟର ମୁହାଁମୁହିଁ ଧକ୍କା, ୫ମୃତ, ୪୨ ଆହାତ
  • ||
  • ସଇଁନ୍ତଳା ରାଇସମିଲ ନିକଟରେ ହାଇୱା ଟ୍ରକକୁ ପିଟିଲା ଯାତ୍ରୀବାହୀ ବସ୍‌, ଏକାଧିକ ଯାତ୍ରୀ ଆହତ
  • ||
  • ରାଜ୍ୟରେ ଲଘୁଚାପ ସକ୍ରିୟ: ୧୭ରୁ ବଢ଼ିବ ବର୍ଷା, ଉତ୍ତର ଓ ଦକ୍ଷିଣ ଓଡ଼ିଶାରେ ଅଧିକ ବର୍ଷିବ
  • ||

ପ୍ରଥମେ ଜୋର୍ଡାନ୍‌ଙ୍କ ହ୍ୟାଟ୍ରିକ୍, ପରେ ଗୋଟିଏ ଓଭରରେ ବଟ୍‌ଲର୍‌ଙ୍କ ୫ଟି ଛକା: ଆମେରିକାକୁ ୧୦ ଓ୍ବିକେଟରେ ହରାଇଲା ଇଂଲଣ୍ଡ

Image source: Cricbuzz

ବାର୍ବାଡୋସ: କେନିଙ୍ଗଟନ ଓଭାଲରେ ଖେଳା ଯାଇଥିବା ସୁପର-୮ର ଏକ ମୁକାବିଲାରେ ଆମେରିକାକୁ ୧୦ ଓ୍ଵିକେଟ୍ରେ ହରାଇଛି ଇଂଲଣ୍ଡ। ସହଜ ବିଜୟ ସହ ଇଂଲଣ୍ଡ ଚଳିତ ଟି-୨୦ ବିଶ୍ଵକପ୍ରେ ପ୍ରଥମ ଦଳ ଭାବେ ସେମି ଫାଇନାଲ୍ରେ ପ୍ରବେଶ କରିଛି। ସୁପର-୮ର ପରବର୍ତ୍ତୀ ମ୍ୟାଚ୍ ଜୁନ ୨୪ ସକାଳେ ଓ୍ଵେଷ୍ଟଇଣ୍ଡିଜ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଖେଳାଯିବ। ଏହି ମ୍ୟାଚ୍ ଜିତିବା ଦଳ ଦ୍ଵିତୀୟ ଦଳ ଭାବେ ସେମି ଫାଇନାଲ୍ରେ ପ୍ରବେଶ କରିବ। ଇଂଲଣ୍ଡ ବିଜୟରେ କ୍ରିସ୍ ଜୋର୍ଡାନ ଓ  ଅଧିନାୟକ ଜୋସ୍ ବଟଲର ଗୁରୁତ୍ଵପୂର୍ଣ୍ଣ ଭୂମିକା ଗ୍ରହଣ କରିଛନ୍ତି। ଜୋର୍ଡାନ ହ୍ୟାଟ୍ରିକ ଓ୍ଵିକେଟ୍ ନେଇଥିବା ବେଳେ ବଟଲର ୩୮ ବଲରୁ ୮୩ ରନର ବିସ୍ଫୋରକ ଅପରାଜିତ ଇନିଂସ ଖେଳିଛନ୍ତି। 

ଟସ୍  ହାରି ପ୍ରଥମେ ବ୍ୟାଟିଂ କରିଥିବା ଆମେରିକା ୧୮.୫ ଓଭରରେ ୧୧୫ ରନରେ ଅଲଆଉଟ୍ ହୋଇଥିଲା। ଦଳ ପକ୍ଷରୁ ନୀତିଶ କୁମାର ୩୦ ଓ କୋରି ଆଣ୍ଡରସନ ୨୯ ରନ କରିଥିଲେ। ଜୋର୍ଡାନ ୨.୫ ଓଭର ବୋଲିଂ କରି ୧୦ ରନ ଦେଇ ୪ ସଫଳତା ହାସଲ କରିଛନ୍ତି। ହରମୀତ ସିଂ ୨୧ ରନର ଉପଯୋଗୀ ଇନିଂସ ଖେଳିଛନ୍ତି। ଏହି ସମୟରେ ସେ ହ୍ୟାଟ୍ରିକ ଅର୍ଜନ କରିଛନ୍ତି। ଜୋର୍ଡାନ ଏହି ଉପଲବ୍ଧି ଇନିଂସର ୧୯ତମ ଓଭରରେ ହାସଲ କରିଛନ୍ତି। ସେ ଅଲ୍ଲୀ ଖାନ, ନୋସଥୁସ କେଞ୍ଜିଗେ ଓ ସୌରଭ ନେତ୍ରଭଲକରଙ୍କୁ ଲଗାତାର ତିନୋଟି ବଲରେ ଆଉଟ୍ କରି ହ୍ୟାଟ୍ରିକ ନେବାର ରେକର୍ଡ କରିଛନ୍ତି। 

୧୧୬ ରନର ବିଜୟ ଲକ୍ଷ୍ୟକୁ ଅନାୟସରେ ପିଛା କରିଛି ଇଂଲଣ୍ଡ। ଅଧିନାୟକ ଜୋସ ବଟଲର ଓ ଫିଲିପ ସଲ୍ଟ ଅବିଭାଜିତ ଓପନିଂରେ ଶତକୀୟ ଭାଗିଦାରୀ ଯୋଡ଼ି ଇଂଲଣ୍ଡକୁ ୧୦ ଓ୍ଵିକେଟ୍ରେ ବିଜୟୀ କରାଇଛନ୍ତି। ବିଶେଷ କରି ଜୋସ୍ ବଟଲର ଧୂଆଁଧାର ବ୍ୟାଟିଂ କରିଥିଲେ। ସେ ଆମେରିକା ବୋଲରଙ୍କୁ ନିର୍ଧୁମ ପ୍ରହାର କରି ୩୮ ବଲ୍ରୁ ୬ ଚୌକା ଓ ୭ ଛକା ସହ ୮୩ ରନ କରି ଦଳକୁ ଜିତାଇଛନ୍ତି। ସଲ୍ଟ ୨୫ ରନରେ ଅପରାଜିତ ଥିଲେ। ଇଂଲଣ୍ଡ ୯.୪ ଓଭରରେ ବିନା ଓ୍ଵିକେଟ୍ ହରାଇ ମ୍ୟାଚ୍କୁ ଜିତି ନେଇଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Rath Yatra

Copyright © 2024 - Summa Real Media Private Limited. All Rights Reserved.